ରାଜ୍ୟର ପ୍ରାୟ ୯୫ ପ୍ରତିଶତରୁ ଅଧିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ବିଜୟ

ramadeviଚଳିତ ବର୍ଷ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛନ୍ତି । ବିଜୁ ଛାତ୍ର ଜନତା ଦଳ ସମର୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସଭାପତି ପ୍ରାର୍ଥୀ ରମ୍ୟରଂଜନ ବେହେରା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସଭାପତି ପ୍ରାର୍ଥୀ ମେଘା କାନୁନ୍ଗୋ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାପତି ପ୍ରାର୍ଥୀ ଲଗ୍ନଜିତ୍ ପାତ୍ର, ଉତର ଓଡିଶା ବିଶ୍ୱବିଦ୍ୟାଳୟ ସଭାପତି ଶଂକର୍ଷଣ ପଣ୍ଡା, ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତିବିହାର)ର ସଭାପତି ପାର୍ଥୀ ମାନସ ରଂଜନ ବରାହ, ଶୈଳବାଳା ମହିଳା ମହାବିଦ୍ୟାଳୟ ସଭାପତି ସୁଚିସ୍ମିତା ସାହୁ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସୋମ୍ୟରଂଜନ ମହାପାତ୍ର, ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ବିଜୟ ହାସଲ କରିଛନ୍ତି ବୋଲି ରାଜ୍ୟ ଛାତ୍ର ଜନତା ଦଳ ସଭାପତି ତଥା ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ସମଗ୍ର ରାଜ୍ୟରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ପ୍ରାୟ ୯୫ ପ୍ରତିଶତରୁ ଅଧିକ କ୍ୟାମ୍ପସରେ ବାଜିମାତ୍ କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକମାନର ବିକାଶ ଓ ଯୁବଶକ୍ତିକୁ ବିକାଶ ପ୍ରକ୍ରିୟାର ପ୍ରମୁଖ ବାହକ ରୂପେ ଅଭିହିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ କୀର୍ତିମାନ ଯୋଜନାକୁ ଆୟୁଧ କରି ସଂଗଠନ ଏଭଳି ଆଶାତୀତ ସଫଳତା ପାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ରାୟ ପ୍ରକାଶ କରିଛନ୍ତି ।
ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ସହିତ, ରମାଦେବୀ ମହିଳା ମହାବିଦ୍ୟାଳୟକୁ ରାଜ୍ୟର ପ୍ରଥମ ଏକକ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା, ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ ଋଣ ବ୍ୟବସ୍ଥାକୁ ଦ୍ୱିଗୁଣିତ କରିବା, ୧୩ଗୋଟି ସରକାରୀ ପଲିଟେକ୍ନିକ ପାଇଁ ଛାତ୍ରୀନିବାସ ନିର୍ମାଣ, ଆଇଟିଆଇ ସ୍ଥାପନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ଲାଭ ପାଇଁ ଋଣ ପ୍ରଦାନ, ମହାବିଦ୍ୟାଳୟ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ, ଯୁକ୍ତଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍ଟପ୍ ବଂଟନ, ଲକ୍ଷାଧିକ ଜନଜାତି ବାଳିକାଙ୍କ ନିମନ୍ତେ ଛାତ୍ରୀ ନିବାସ ନିର୍ମାଣ ଭଳି ରାଜ୍ୟ ସରକାରଙ୍କର ଉଲ୍ଲେଖନୀୟ ଯୋଜନା ନିମନ୍ତେ ଛାତ୍ରଛାତ୍ରୀମାନେ ବିଜୁ ଛାତ୍ର ଜନତା ଦଳ ପ୍ରତି ସେମାନଙ୍କର ବିପୁଳ ସମର୍ଥନ ଦେଇଛନ୍ତି । ଅଭିଳଷିତ ଯୁବନୀତିର ସଫଳ ପ୍ରଣୟନ ମଧ୍ୟ ରାଜ୍ୟ ସରକାରଙ୍କର ଆଉ ଏକ ଉଲ୍ଲେଖନୀୟ ସଫଳତା ଯାହାକି ଛାତ୍ରଛାତ୍ରୀଙ୍କୁ ସଂଗଠନ ପ୍ରତି ଆକୃଷ୍ଟ କରିଛି ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି । ଏହାସହିତ ଓଡିଶା ନଲେଜ୍ କର୍ପୋରେସନ ଲି. ପ୍ରତିଷ୍ଠା ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ଶିକ୍ଷା ପ୍ରଦାନ, ୨୦୦ ମହାବିଦ୍ୟାଳୟରେ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ୱାଇଫାଇ କରିବା, ଇ-ଆଡମିଶନ ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଆଣିବା, ସ୍ମାର୍ଟ କ୍ଲାସ୍ ଭଳି ବହୁ ଛାତ୍ର ହିତକର ଯୋଜନା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ବିଜୁ ଛାତ୍ର ଜନତା ଦଳ ପ୍ରତି ଗଭୀର ଭାବେ ଆକୃଷ୍ଟ କରିଛି । ଓଡିଶା ଯୁବ ଉବଦ୍ଭ ପାଣ୍ଠି ଗଠନ ଏବଂ ମୁଖ୍ୟମନ୍ତ୍ରୀ ଯୋଜନା ହୋଇଥିବା ବେଳେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋସôାହନ କରି ଆତ୍ମନିର୍ଭରଶୀଳ କରିବା ଭଳି ରାଜ୍ୟ ସରକାରଙ୍କର ପଦକ୍ଷେପ ଛାତ୍ର ଗୋଷ୍ଠୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଶିକ୍ଷାର ବିକାଶ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରୋସôାହନ ଯୋଗାଇଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମକୁ ଛାତ୍ରଛାତ୍ରୀମାନେ ସ୍ପଷ୍ଟ ଅନୁଭବ କରି ବିଜୁ ଛାତ୍ର ଜନତା ଦଳର ଐତିହାସିକ ବିଜୟରେ ସହଭାଗିତା ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର)ର ସଭାପତି ରାକେଶ କୁମାର ଷଡଙ୍ଗୀଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟଙ୍କ ସମେତ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀ ଅମରେଶ ପତ୍ରି, ଶ୍ରୀ ସନ୍ତୋଷ କୁମାର ବେଜ୍, ଭୁବନେଶ୍ୱର ଜିଲ୍ଲା ଛାତ୍ର ଜନତା ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର, ଶ୍ରୀ ଗଣେଶ ମହାପାତ୍ର, ଶ୍ରୀ ଅମରଜିତ୍ ସେନାପତି, ମନ୍ଦାକିନି କର, ସାଧାରଣ ସଂପାଦକ ଶ୍ରୀ ମନୋଜ ସେନାପତି, ଶ୍ରୀ ମାନସ ମଲ୍ଲିକ, ଶ୍ରୀ ରାକେଶ ରାମ୍, ଜ୍ୟୋତିରେଖା ସାମଲ, ଶ୍ରୀ ପାର୍ଥସାରଥୀ ମୁଦୁଲି, ଶ୍ରୀ ସ୍ମୃତିରଂଜନ ସାମଲ, ଶ୍ରୀ ରାଜେଶରାଜ ସ୍ୱାଇଁ, ଶ୍ରୀ ପବିତ୍ର ମହାପାତ୍ର, ଶ୍ରୀ ଧୃତିରଂଜନ ମାର୍ଥା, ଇପ୍ସିତା ସାହୁ, ଶ୍ରୀ ଜ୍ୟୋତି ରଂଜନ ଜେନା, ଶ୍ରୀ ମଳୟ ରଂଜନ ପତି, ଶ୍ରୀ ଶୁଭ୍ରଜିତ୍ ପାଢୀ, ଶ୍ରୀ ଚନ୍ଦ୍ରକାନ୍ତ ରାୟ, ଶ୍ରୀ ବିଜୟକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ନିମ୍ନଲିଖିତ ମହାବିଦ୍ୟାଳୟଗୁଡ଼ିକରେ ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି:
୧. ରେଭେନ୍ସା ବିଶ୍ୱବିଦ୍ୟାଳୟ – ରମ୍ୟରଂଜନ ବେହେରା
୨. ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ – ମେଘା କାନୁନ୍ଗୋ
୩. ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ – ଲଗ୍ନଜିତ୍ ପାତ୍ର
୪. ବେସିକ ସାଇନ୍ସ ମହାବିଦ୍ୟାଳୟ- ଶିବାଶିଷ ତ୍ରିପାଠୀ
୫. କମଳା ନେହେରୁ ମହିଳା ମହାବିଦ୍ୟାଳୟ – ଅରୁନ୍ଧତୀ ପଣ୍ଡା
୬. କ୍ୟାପିଟାଲ୍ ଆଇନ୍ ମହାବିଦ୍ୟାଳୟ – ଚିନ୍ମୟ କୁମାର ପ୍ରଧାନ
୭. ମଧୁସୁଦନ ଆଇନ ମହାବିଦ୍ୟାଳୟ – ଶାସ୍ୱତ ଜେନା
୮. ଶୈଳବାଳା ମହିଳା ମହାବିଦ୍ୟାଳୟ – ସୁଚିସ୍ମିତା ସାହୁ
୯. ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ – ସଙ୍ଗୀତା ମହାପାତ୍ର
୧୦. ଖ୍ରୀଷ୍ଟ ମହାବିଦ୍ୟାଳୟ – ଅଂଶୁମାନ ପଟ୍ଟନାୟକ
୧୧. ନେତାଜୀ ସୁବାଷ ବୋଷ ସିଟି କଲେଜ – ଅବିନାଶ ବାରିକ
୧୨. କଟକ କଲେଜ – କିଶୋର ରଂଜନ ଦାସ
୧୩. ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ – ଆଶୁତୋଷ ରାଉତ
୧୪. ଇମର୍ତୀ ମହିଳା ମହାବିଦ୍ୟାଳୟ – ରାନୀ ବର୍ମା
୧୫. ଷ୍ଟିୱାର୍ଟ ସାଇନ୍ସ ମହାବିଦ୍ୟାଳୟ – ମୃତ୍ୟୁଞ୍ଜୟ ଶତ୍ପଥୀ
୧୬. ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ – ଅଭେଷେକ ଦାସ
୧୭. ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ – ରାକେଶ ସାହୁ
୧୮. ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ – ସୋମ୍ୟରଂଜନ ମହାପାତ୍ର
୧୯. ଚରମ୍ପା କଲେଜ – ସାଗର କୁମାର ଭୋଳ
୨୦. ୟୁଏନଏସ୍ କଲେଜ ଯାଜପୁର – ସୁରେନ୍ଦ୍ର ନାଥ କର
୨୧. ଏଫ୍ ଏମ୍ କଲେଜ – ଶୁଭମ୍ ସାଇ ମହାପାତ୍ର
୨୨. କେକେଏସ୍ କଲେଜ୍ ସଦର – ରାଜଶ୍ରୀ ନାୟକ
୨୩. ଧର୍ମଶାଳା ମହାବିଦ୍ୟାଳୟ – ବିକାଶ ମଲ୍ଲିକ୍
୨୪. ନିଳକଣ୍ଠେଶ୍ୱର କଲେଜ୍ ବୋଲଣ୍ଡା – ଜୟା ପ୍ରଧାନ
୨୫. ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ – ପ୍ରସନଜିତ୍ ସାହୁ
୨୬. ଖମାର କଲେଜ୍ ପାଲଲହଡା – ଭକ୍ତିପଦ ସାହୁ
୨୭. କାମାକ୍ଷାନଗର କଲେଜ୍ – ସୁଜିତ୍ କୁମାର ନାୟକ
୨୮. କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ – ବିଶ୍ୱନାଥ ପ୍ରତିହାରୀ
୨୯. ତୁଳସୀ ମହିଳା ମହାବିଦ୍ୟାଳୟ – ରାଜଶ୍ରି ଦାସ
୩୦. ଦାଣ୍ଡିସାହି କଲେଜ – ମନୋରଂଜନ ସାମଲ
୩୧. ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ – ସୋନାଲୀ ଶତପଥୀ
୩୨. ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ – ଆଭାସ ଦେ
୩୩. ସରକାରୀ ମହିଳା ମହାବିଦ୍ୟାଳୟ – ଉଷା ହେମ୍ବ୍ରମ
୩୪. ବେତନଟୀ ମହାବିଦ୍ୟାଳୟ – ସୌରଭ ପରିଡା
୩୫. ୟୁଏନ୍ ମହାବିଦ୍ୟାଳୟ ମୟୁରଭଞ୍ଜ୍ – ଆକାଶ ମହାନ୍ତି
୩୬. ଗୋଡିଆ ମହାବିଦ୍ୟାଳୟ – କାଳିଚରଣ ଦାସ
୩୭. ବାଇଗଣ ବାଡିଆ ମହାବିଦ୍ୟାଳୟ – ଭରତ କାଶ୍ୟପ ମିଶ୍ର
୩୮. ଯଶିପୁର ମହାବିଦ୍ୟାଳୟ – ବିମଳ କୁମାର ମହାନ୍ତ
୩୯. କରଂଜିଆ ମହାବିଦ୍ୟାଳୟ – ଲୋକନାଥ ବେହେରା
୪୦. ଜେଏନ୍ ମହାବିଦ୍ୟାଳୟ ପାଟଣାଗଡ – ଦୁର୍ଯେ୍ୟାଧନ ପଣ୍ଡା
୪୧. ପଂଚାୟତ ମହାବିଦ୍ୟାଳୟ ବେଲପାହାଡ – ରାଧେଶ୍ୟାମ କୁମ୍ଭାର
୪୨. ସରକାରୀ ମହିଳା ମହାବିଦ୍ୟାଳୟ, କଳାହାଣ୍ଡି – ଅର୍ଚ୍ଚନା ମହାକୁଡ୍
୪୩. କେସିଙ୍ଗା ମହାବିଦ୍ୟାଳୟ, କଳାହାଣ୍ଡି – ଜିତେନ୍ଦ୍ର ସେଠୀ
୪୪. ଏମ୍ ରାମପୁର ମହାବିଦ୍ୟାଳୟ – ସୋମନାଥ ବାରିକ
୪୫. ବେଲପାହାଡ ମହାବିଦ୍ୟାଳୟ, ବ୍ରଜରାଜନଗର – ରୋସନ କିସନ
୪୬. ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ – ଅଜୟ ଚନ୍ଦ୍ର ପଟେଲ୍
୪୭. ସୁନ୍ଦରଗଡ ମହିଳା ମହାବିଦ୍ୟାଳୟ – ସରସ୍ୱତୀ ସାହୁ
୪୮. ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ – ସନ୍ଦୀପ କୁମାର ଶର୍ମା
୪୯. ବୋଦ୍ଧ ପଂଚାୟତ ମହାବିଦ୍ୟାଳୟ – ମାର୍କଣ୍ଡ କୋଲଟା
୫୦. ବରଗଡ ମହାବିଦ୍ୟାଳୟ – ସରୋଜ କୁମ୍ଭାର
୫୧. ଅତାବିରା ମହାବିଦ୍ୟାଳୟ – ଶଙ୍କର୍ଷଣ ମେହେର
୫୨. ଗଙ୍ଗାଧର ମେହେର ମହାବିଦ୍ୟାଳୟ – ସୂର୍ଯ୍ୟକାନ୍ତ ସାହୁ
୫୩. ଉତର ଓଡିଶା ବିଶ୍ୱବିଦ୍ୟାଳୟ – ସଙ୍କର୍ଷଣ ପଣ୍ଡା
୫୪. ନବରଙ୍ଗପୁର ମହାବିଦ୍ୟାଳୟ – ଅକ୍ଷୟ ପାତ୍ର
୫୫. ଏସକେସିଜି ସ୍ୱୟଂଶାସିତ ମହାବିଦ୍ୟାଳୟ – ଅକ୍ଷୟ ମଣ୍ଡଳ
୫୬. ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ – ରାକେଶ ଷଡଙ୍ଗୀ
୫୭. ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ – ରତନ କୁମାର ଦିଗାଲ
୫୮. ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ – ନରହରି ହରିଜନ
୫୯. ରାୟଗଡା ସରକାରୀ ମହିଳା ମହାବିଦ୍ୟାଳୟ – ସୁଦେଷ୍ଣା ମହାପାତ୍ର
୬୦. ନିମାପଡା ମହାବିଦ୍ୟାଳୟ, ପୁରୀ – ତୁଷାର ରଂଜନ ଲେଙ୍କା
୬୧. ମଙ୍ଗଳା ମହାବିଦ୍ୟାଳୟ, କାକଟପୁର – ବାବୁରାମ ମୁଦୁଲି
୬୨. ଋଣପୁର ମହାବିଦ୍ୟାଳୟ – ସିଦ୍ଧାନ୍ତ ନାରାୟଣ ସାହୁ
୬୩. ଲଡୁବାବା ମହାବିଦ୍ୟାଳୟ, ଶରଣକୁଳ – ସୁର୍ଯ୍ୟମଣି ସାହୁ
୬୪. ନୀଳଗିରି ମହାବିଦ୍ୟାଳୟ – ଦେବାଶିଷ ନାୟାକ
୬୫. ଜଟଣୀ ମହାବିଦ୍ୟାଳୟ – ସୌମ୍ୟକାନ୍ତ ପ୍ରଧାନ
୬୬. ବେଗୁନିଆ ମହାବିଦ୍ୟାଳୟ – ରିଙ୍କୁ ପ୍ରଧାନ
୬୭. ନିରାକାରପୁର ମହାବିଦ୍ୟାଳୟ – ସୁରେନ୍ ଚମ୍ପତି
୬୮. ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ – ବିନାୟକ ପଲାଇ
୬୯. ଗୁଣପୁର ମହାବିଦ୍ୟାଳୟ – ଏମ୍ ଅବିନାଶ
୭୦. ଇନ୍ଦିରା ମେମୋରିଆଲ ମହାବିଦ୍ୟାଳୟ – ରମାକାନ୍ତ ମାଝୀ
୭୧. ଏସ୍ଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ – ଅତିଶ୍ କୁମାର ସ୍ୱାଇଁ

ବି.ଦ୍ର – ରାଜ୍ୟର ଆହୁରି ଅନେକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି ଯାହାର ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇପାରିନାହିଁ ।

Share in top social networks!