ରାଜ୍ୟ ସରକାରଙ୍କ ଦୁର୍ନୀତିର ପ୍ରୟୋଗଶାଳା ହେଉଛି ଡଙ୍କାରୀ

bjpଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମହେଶରା ପଞ୍ଚାୟତର ଡଙ୍କାରୀ ଗାଁକୁ ଯାଇଥିଲା ବିଜେପିର ଏକ ଉଚ୍ଛସ୍ତରୀୟ ପ୍ରତିନିଧି ଦଳ । ଡଙ୍କାରୀ ଗାଁରେ ପାଖାପାଖି ୩୭ ଜଣଙ୍କର ଯକୃତଜନିତ ମୃତ୍ୟୁର କାରଣ ଖୋଜିବାକୁ ବିଜେପି ଟିମ ପହଞ୍ଚିଥିଲା ସେହି ଗାଁରେ । ରାଜ୍ୟ ମୁଖପାତ୍ର ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର, ଦିଲୀପ ମଲ୍ଲିକ, ଆଶୁତୋଷ ପରିଡା, ପବିତ୍ର ଦାଶ, ଅପର୍ଣ୍ଣା ଧିର ସିଂ ପ୍ରମୁଖ ପ୍ରତିନିଧିମଣ୍ଡଳ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରେସ ମିଟରେ ଶ୍ରୀ ବକ୍ସିପାତ୍ର ବିସ୍ତୃତ ରିପୋର୍ଟ ରଖି ନିରୀହ ମଣିଷଗୁଡାକୁ ମାରି ଟଙ୍କା ରୋଜଗାର ଓ ଦୁର୍ନୀତିର ପ୍ରୟୋଗଶାଳା ହେଉଛି ଡଙ୍କାରୀ ଗାଁ ବୋଲି କହିଥିଲେ ।

ଡଙ୍କାରୀ ପର୍ବତରେ ବେନିୟମଭାବେ ଓ୍ôାଗନ ଡ୍ରିଲିଂ କରାଯାଇ ପାହାଡ ଫଟାଯିବା ସହିତ ବ୍ଲାକ ମେଟାଲ ଖଣି ଉତ୍ତୋଳନ କାର୍ଯ୍ୟ ଚାଲିଛି । ଓ୍ôାଗନ ଡ୍ରିଲିଂରେ ବିପୁଳ ପରିମାଣର ଆମୋନିଆ ନାଇଟ୍ରେଟ ଓ ଗନ୍ ପାଉଡର ବ୍ୟବହାର ଯୋଗୁଁ ଭୂତଳ ଜଳସ୍ତର ଓ ଉପର ଜଳ ସମେତ ବାୟୁ ପରିବେଶ ଦୂଷିତ ହେଉଛି । ଫଳରେ ପାହାଡ ତଳେ ଅବସ୍ତିତ ଡଙ୍କାରୀ ଗ୍ରାମର ୧୭୦ ଅନୁସୁଚିତ ଜାତି ଓ ଜନଜାତି ପରିବାତ ଛଟପଟ ଅବସ୍ଥାରେ ଅଛନ୍ତି ।

୨ ବର୍ଷରେ ପ୍ରାୟ ୩୭ ଜଣ ମୃତୁବରଣ କରିଥିବାବେଳେ ଗତ ୨ ମାସରେ ୭ ଜଣ ମୃତୁର ଶିକାର ହୋଇଛନ୍ତି । ଅଧିକାଂଶ ଯକୃତଜନିତ ରୋଗରେ ପିଡିତ ହୋଇଥିବାବେଳେ ଅନେକ ଟି.ବି. ଓ କ୍ୟାନସର ରୋଗରେ ଶିକାର ହୋଇଛନ୍ତି । ବର୍ତ୍ତମାନ ୨୨ ଜଣ ଯକୃତଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ କେହି ଚିନ୍ତିତ ନୁହନ୍ତି । ବିଜେପିର ଅଭିଯୋଗ ପରେ ଥରେ ଏକ ଡାକ୍ତରୀ ଦଳ ଗାଁକୁ ଯାଇ ସେଠାରେ ବ୍ୟବହୃତ ପାଣିର ପରୀକ୍ଷା କରାଗଲା ପରେ ତାହା ଆଦୈା ବ୍ୟବହାର ଯୈ÷ାଗ୍ୟ ନୁହେଁ ବୋଲି ଡାକ୍ତରମାନେ କହିଥିଲେ ।

ଅଥଚ ଜିଲ୍ଲା ପ୍ରଶାସନ ବେପାରୁଆ ଭାବେ ସେଠାରେ ବାନିୟମ ଖଣି ଉତ୍ତୋଳନ ଓ ଓ୍ôାଗନ ଡ୍ରିଲିଂ ବ୍ଲାଷ୍ଟିଙ୍ଗକୁ ବନ୍ଦ କରିନାହାନ୍ତି । ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କୁ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ନାଁ ଧରୁ ନାହାନ୍ତି । ସମସ୍ତ ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ, ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କୁ ମାଗଣା ଚିକିତ୍ସା ସହ ବେନିୟମ ଖଣି ଉତ୍ତୋଳନକୁ ବନ୍ଦ କରିବାକୁ ବିଜେପି ଦାବୀ କରିଛି । ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକରିଲେ ଆଗକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି, ଦିଲୀପ ମଲ୍ଲିକ, ଅପର୍ଣ୍ଣା ଧିର ସିଂ, ଆଶୁତୋଷ ପରିଡା, ପ୍ରଦୀପ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!