ଛାତ୍ର ସାଂସଦ ନିର୍ବାଚନରେ ଏବିଭିପିର ବିଜୟ ଛାତ୍ର ସମାଜର ବୈାଦ୍ଧିକ ଏବଂ ବୈଚାରିକ ପରିପକ୍ୱତାକୁ ପ୍ରଦର୍ଶିତ କରୁଛି : କେ.ଭି.ସିଂହଦେଓ

ଚଳିତ ବର୍ଷର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ର ସାଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀମାନଙ୍କର ବିପୂଳ ବିଜୟ ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆନନ୍ଦ ପ୍ରକାଶ କରିବା ସହ ବିଜୟୀ ପ୍ରାର୍ଥିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ପ୍ରସଙ୍ଗରେ ଜାରି ହୋଇଥିବା ଏକ ପ୍ରେସ ବିବୃତ୍ତିରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଶାସକ ଦଳ ଯେଭଳି ଭାବରେ ରାଜନିତୀକରଣ କରିଥିଲା ତାହା ସମଗ୍ର ରାଜ୍ୟରେ ଏକ ଚିନ୍ତାର ବାତାବରଣ ସୃଷ୍ଟି କରିଥିଲା । ମାତ୍ର ରାଜ୍ୟର ଛାତ୍ର ସମାଜ ଏହି ନଗ୍ନ ରାଜନୀତିକରଣର ସମୁଚିତ ଜବାବ୍ ଦେଇ ଏବିଭିପି ଭଳି ଏକ ନିରପେକ୍ଷ ସଂଗଠନକୁ ନିଜର ସମର୍ଥନ ଦେଇଛନ୍ତି । ଏହା ଛାତ୍ର ସମାଜର ବୈାଦ୍ଧିକ ଏବଂ ବୈଚାରିକ ପରିପକ୍ୱତାକୁ ପଦର୍ଶିତ କରୁଛି ।
ଏବିଭିପିର ଏହି ବିଜୟ ସନ୍ଦର୍ଭରେ କହିଛନ୍ତି ଯେ, ଏହା ସମଗ୍ର ରାଷ୍ଟ୍ରବାଦୀ ବିଚାରଧାରାର ବିଜୟ ଏବଂ ରାଜ୍ୟରେ ଶାସକ ଦଳର ଛାତ୍ର ସଂଗଠନର ଯେଉଁ ପରାଜୟ ଘଟିଛି ତାହା ଆଗାମୀ ଦିନରେ ମଧ୍ୟ ଅନ୍ୟ ସମସ୍ତ କ୍ଷେତ୍ରରେ ପରିଲକ୍ଷିତ ହେବ ।

Share in top social networks!