ରାଜ୍ୟ ସରକାରଙ୍କ ଏକଛତ୍ରବାଦୀ ମାନସିକତା ବିରୁଦ୍ଧରେ ଆନେ୍ଦାଳନ କରିବା ପାଇଁ ବିଜେପି କର୍ମୀମାନଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

dpଭାରତୀୟ ଜନତା ପାର୍ଟି, ଓଡିଶା ତରଫରୁ ଆଜି ସାରା ରାଜ୍ୟରେ ଭାରତ ରତ୍ମ ଲୋକନାୟକ ଜୟ ପ୍ରକାଶ ନାରାୟଣ ଜୟନ୍ତୀକୁ ‘ଗଣତନ୍ତ୍ର ସୁରକ୍ଷା ଦିବସ’ ରୂପେ ପାଳନ କରାଯାଇଛି । ଏହି କ୍ରମରେ ଓଡିଶା ରାଜ୍ୟ ବିଜେପିର ତୁଙ୍ଗନେତାମାନେ ସକାଳେ ମାଷ୍ଟର କ୍ୟାଣ୍ଟିନ ଠାରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଭୁବନେଶ୍ୱର ବିଜେପି ଜିଲ୍ଲା କମିଟି ଦ୍ୱାରା ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଅମୀୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସଂଗଠନ ସଂପାଦକ ପ୍ରସନ୍ନ ମିଶ୍ର, ସହ ସଂଗଠନ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି ଓ ସଜ୍ଜନ ଶର୍ମା, ଉପ ସଭାନେତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ କାଯ୍ୟ୍ରକାରିଣି ସଦସ୍ୟ ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି, ରତିକାନ୍ତ ଦାଶ ପ୍ରମୁଖ ଯୋଗଦେଇଥିଲେ ।

ଜରୁରୀକାଳୀନ ପରିସ୍ଥତିରେ ମିଶା ବନ୍ଦିଭାବେ ଜେଲ ଦଣ୍ଡ ଭୋଗିଥିବା ଶ୍ରୀ ହରିଚନ୍ଦନ ଉଦ୍ବୋଧନ ଦେଇ ଶ୍ରୀମତୀ ଇନ୍ଦିରା ଗାନ୍ଧି ଗଣତନ୍ତ୍ର ବ୍ୟବସ୍ଥାକୁ କିପରି କଳୁଷିତ କରି ଦୁର୍ନୀତି ପୂର୍ଣ୍ଣ ଉପାୟରେ ନିର୍ବାଚନରେ ଜିତିବା ସହିତ ଦେଶରେ ପାରିବାରିକ ଶାସନକୁ ଦୃଢ କରିବା ପାଇଁ ଷଡଯନ୍ତ୍ର କରିଥିଲେ ତାର ବ୍ୟାଖ୍ୟା କରିଥିଲେ । ଗଣତାନ୍ତ୍ରୀକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ କନିଷ୍ଠ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭଳି ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଆସନରେ ଆସୀନ କରାଇଥିଲେ ।

ମାନ୍ୟବର ଆହ୍ଲାବାଦ ହାଇକୋର୍ଟ ତାଙ୍କ ସଭ୍ୟପଦ ରଦ୍ଧ କରିବା ପରେ ମଧ୍ୟ ସେ କ୍ଷମତା ଛାଡି ନଥିଲେ । ସମଗ୍ର ଦେଶରେ ତାଙ୍କ ବିରୁଦ୍ଧରେ ଜୟ ପ୍ରକାଶ ନାରୟଣଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ କ୍ରାନ୍ତି ଆନେ୍ଦାଳନ ଆରମ୍ଭ ହୋଇଥିଲା । ଶ୍ରୀମତୀ ଗାନ୍ଧୀ ଜରୁରୀକାଳୀନ ପରିସ୍ଥତି ଜାରି କରି ଜନସାଧାରଣଙ୍କ ମୌଳିକ ଅଧିକାରକୁ ବାତିଲ କରିଦେଇଥିଲେ । ଏପରିକି ପୋଲିସ ଜନସାଧାରଣଙ୍କୁ ହତ୍ୟା କଲେ ମଧ୍ୟ ତାର ପ୍ରତିବାଦ କରିବାର ଅଧିକାର ସେମାନଙ୍କର ନଥିଲା । ଜୟ ପ୍ରକାଶଜୀଙ୍କ ଆନେ୍ଦାଳନ ଫଳରେ ଇନ୍ଦିରା ଗାନ୍ଧି ଓ କଂଗ୍ରେସ ଶାସନର ପତନ ଘଟିଲା ଓ ଦେଶରେ ଗଣତନ୍ତ୍ରର ପୂନଃ ପ୍ରତିଷ୍ଠା ହୋଇ ପାରିଥିଲା ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ବୋଧନ ଦେଇ ୧୯୪୭ରେ ଦେଶକୁ ରାଜନୈତିକ ସ୍ୱାଧିନତା ମିଳିଥିବା ବେଳେ ଜୟ ପ୍ରକାଶଜୀଙ୍କ ଆନେ୍ଦାଳନ ଫଳରେ ଆମକୁ ଯଥାର୍ଥରେ ଗଣତାନ୍ତ୍ରିକ ଅଧିକାର ୧୯୭୭ ମସିହାରେ ମିଳିଥିଲା । ସେହି ଦୃଷ୍ଟିରୁ ଜୟ ପ୍ରକାଶଜୀଙ୍କ ଆନେ୍ଦାଳନ ଦେଶ ପାଇଁ ଦ୍ୱିତୀୟ ସ୍ୱାଧୀନତା ଆନେ୍ଦାଳନ ଥିଲା । ଗୋଟିଏ ପରିବାରକୁ ଶାସନ କ୍ଷମତାରେ ବସାଇବା ପାଇଁ ଶ୍ରୀମତୀ ଗାନ୍ଧି ଏବଂ କଂଗ୍ରେସ ଦଳର ଯେଉଁ ଷଡଯନ୍ତ୍ର ଚାଲିଥିଲା ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ହିଁ ତାର ସଫଳ ପ୍ରତିରୋଧ କରାଯାଇଥିଲା । ଓଡିଶାରେ ମଧ୍ୟ ସେହିଭଳି ଜଣେ ବ୍ୟକ୍ତି ବିଶେଷଙ୍କୁ କ୍ଷମତାରେ ରଖିବା ପାଇଁ ତାଙ୍କୁ ସର୍ବମାନ୍ୟ ନେତାରୂପେ ସ୍ୱୀକାର କରାଯାଉଛି ଏବଂ କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ବା ଯୋଜନା ଗୁଡିକ ଚାଲୁଥିଲେ ମଧ୍ୟ ସବୁ ସେହି ମାନ୍ୟବରଙ୍କ ଦ୍ୱାରା ହେଉଛି ବୋଲି ପ୍ରଚାର କରାଯାଉଛି । ଉଦାହରଣ ଦେଇ କେନ୍ଦ୍ର ସରକାର ଓଡିଶାରେ ଖାଦ୍ୟ ନିରାପତ୍ତା ଆଇନ୍ ବା ଟଙ୍କିକିଆ ଚାଉଳ ଯୋଜନାରେ ସିଂହଭାଗ ଅର୍ଥ ବହନ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ଶ୍ରେୟ ଦିଆଯିବା ସହିତ ସବୁ ଏହି ମାନ୍ୟବର କରୁଛନ୍ତି ବୋଲି କୁହାଯାଉଛି ।

କିଲୋ ପିଛା ଚାଉଳର ମୂଲ୍ୟ ୨୪ ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାର ୨୦.୫୦ପ. ରାଜ୍ୟ ସରକରାର ୨.୫୦ ପ. ଓ ହିତାଧିକାରୀମାନେ ୧ ଟଙ୍କା ବହନ କରୁଛନ୍ତି । ଏହାସତ୍ତ୍ୱେ ମଧ୍ୟ ରାଜ୍ୟରେ ଶାସକଦଳର ଦଲାଲ ମାନେ ଏହା ମାନ୍ୟବରଙ୍କ ଯୋଜନା ବୋଲି କହୁଛନ୍ତି । କେନ୍ଦ୍ର ସରକାର ଦେଶର ୧୫ କୋଟି ଗ୍ୟାସ ବ୍ୟବହାର କାରି ଖାଉଟିଙ୍କ ବ୍ୟାଙ୍କ ଖାତାରେ ସବ୍ସିଡି ଜମା କରୁଥିବା ବେଳେ ଓଡିଶାର ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ସବ୍ସିଡି ଅର୍ଥଜମା କରି ରାଜ୍ୟର ସାଢେ ତିନିକୋଟି ଲୋକଙ୍କୁ କେନ୍ଦ୍ର ସରକାର ଏହି ସୁବିଧା ଦେବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ତାର ବିରୋଧ କରୁଛନ୍ତି କାହିଁକି ? ସେହିଭଳି ରାଜ୍ୟରେ ସ୍ଥାପିତ ହେବାକୁ ଥିବା ୫ଟି ମେଡିକାଲ କଲେଜର ୯୫ଭାଗ ଅର୍ଥ କେନ୍ଦ୍ର ସରକାର ଦେବକୁ ଥିବା ବେଳେ ଏହାକୁ କାହିଁକି ଓ କିପରି ରାଜ୍ୟ ସରକାରଙ୍କର ଯୋଜନା ବୋଲି କୁହାଯାଉଛି ? ଏହାହିଁ ଯଥାର୍ଥରେ ଅଗଣତାନ୍ତ୍ରିକ ମାନସିକତା । ଜୟପ୍ରକାଶଙ୍କର ଆନେ୍ଦାଳନ ଏହି ଭଳି ଶ୍ରୀମତୀ ଗାନ୍ଧି ତଥା କଂଗ୍ରେସର ଅଗଣତାନ୍ତିକ ମାନସିକତା ବିରୋଧରେ ଏକ ସଂଗ୍ରାମ ଥିଲା । ଏହାଦ୍ୱାରା ଦେଶରେ ସାମ୍ବିଧାନିକ ବ୍ୟବସ୍ଥା, ଜନସାଧାରଣଙ୍କ ମୌଳିକ ଅଧିକାର ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ପୂନଃ ପ୍ରତିଷ୍ଠା ସମ୍ଭବ ହୋଇଥିଲା । ଆଜି ଜୟପ୍ରକାଶଜୀଙ୍କୁ ସ୍ମରଣ କରି ଆମେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଗଣତାନ୍ତ୍ରିକ ମାନସିକତା ବିରୋଧରେ ସଂଗ୍ରାମ କରିବା ଏବଂ ଏହାହିଁ ଜୟପ୍ରକାଶଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ସଭାପତି ଶ୍ରୀ ଦାଶ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ କ୍ଷେତ୍ରରେ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଓ ରାଜ୍ୟରେ ଦେଖାଦେଇଥିବା ନେତୃତ୍ୱର ସଠତା ଓ ପ୍ରବଞ୍ଚନା ବିରୁଦ୍ଧରେ ଆନେ୍ଦାଳନ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଦିଲ୍ଲୀପ ମହାନ୍ତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣପରେ ସଭାସାଙ୍ଗ ହୋଇଥିଲା ।

Share in top social networks!