ଏଫ୍ଏଚ୍ଆର୍ଏଆଇର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସଫଳତାର ସହିତ ଉଦ୍ଜାପିତ; ସମ୍ମିଳନୀର ନିଷ୍କର୍ସକୁ ନେଇ ଏକ ଚାର୍ଟର ପ୍ରିବଜେଟ୍ ନୋଟ୍ରେ ସରକାରଙ୍କୁ ପ୍ରଦାନ କରିବ

fhraiଫେଡେରେସନ ଅଫ୍ ହୋଟେଲ ଆଣ୍ଡ୍ ରେଷ୍ଟୁରାଂଟ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର (ଏଫ୍ଏଚ୍ଆର୍ଏଆଇ) ୫୦ତମ ବାର୍ଷିକ ଉସôବ ତଥା ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ଆଜି ମନ୍ଦିରମାଳିନୀ ସହର ଭୁବନେଶ୍ୱରଠାରେ ସଫଳତାର ସହିତ ଉଦ୍ୟାପିତ ହୋଇଯାଇଛି । ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହରେ ହସ୍ପିଟାଲିଟି ଶିଳ୍ପ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ସହିତ ସମ୍ମିଳନୀର ଆୟୋଜକ ରାଜ୍ୟ ଓଡିଶା ସମେତ ପୂର୍ବ ଭାରତର ରାଜ୍ୟ ଗୁଡିକ ବିଶିଷ୍ଟ ହୋଟେଲ ବ୍ୟବସାୟୀ, ନିବେଶକ ତଥା ଏହି ଶିଳ୍ପ ସହିତ ଜଡିତ ପ୍ରମୁଖ ଅଂଶୀଦାରମାନଙ୍କୁ ସେମାନଙ୍କର ମନଲୋଭା ପର୍ଯ୍ୟଟନ ସ୍ଥଳ ଗୁଡିକୁ ଦେଖେଇବାରେ ସହାୟକ ହୋଇଥିଲା ।
ତିନିଦିନ ବ୍ୟାପି ଚାଲିଥିବା ଏହି ସମ୍ମିଳନୀର ନିଷ୍କର୍ସ ସଂପର୍କରେ ସୂଚନା ଦେଇ ଏଫ୍ଏଚ୍ଆର୍ଏଆଇର ଭାଇସ୍ ପ୍ରେସିଡେଂଟ ଭରତ ମାଲକାନି କହିଛନ୍ତିଯେ, “ଏଫ୍ଏଚ୍ଆର୍ଏଆଇର ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ସଫଳତାର ସହିତ ସମ୍ପନ୍ନ ହୋଇଛି । ହୋଟେଲ୍ ଏବଂ ହସ୍ପିଟାଲିଟି ଶିଳ୍ପ ସରକାରଙ୍କ ନିକଟରୁ ନୀତିଗତ ସହାୟତା ପାଇ ଆଗାମୀ ସମୟରେ ଦ୍ରୁତ ଅଭିବୃଦ୍ଧି ଲାଭ କରିବ । ସିଙ୍ଗାପୁର ଏବଂ ଥାଇଲାଣ୍ଡ ଭଳି ପଡୋଶୀ ଦେଶଗୁଡିକ ସହିତ ତୁଳନା କଲେ ଭାରତରେ ହସ୍ପିଟାଲିଟି ଶିଳ୍ପରେ କର ବ୍ୟବସ୍ଥା ବେଶ୍ ଅଧିକ । ମାତ୍ର ଆମ୍ଭେ ଏହି ଦେଶଗୁଡିକ ତୁଳନାରେ କମ୍ ପର୍ଯ୍ୟଟକ ପାଇଥାଉ । ଏହି ବ୍ୟବସ୍ଥା ଭାରତକୁୁ ପର୍ଯ୍ୟଟକମାନଙ୍କର ଆଗମନକୁ ସଙ୍କୁଚିତ କରୁଛି । ଯଦି ହୋଟେଲ ଶିଳ୍ପ ପ୍ରଦାନ କରୁଥିବା କର ହାରକୁ କମ୍ କରିଦିଆଯାଏ ତେବେ ଦେଶକୁୁ ପର୍ଯ୍ୟଟକମାନଙ୍କର ସଂଖ୍ୟା ବୃଦ୍ଧି ପାଇବା ସହିତ ଏହି ଶିଳ୍ପ ସରକାରଙ୍କୁ ଅଧିକ ରାଜସ୍ୱ ଯୋଗାଇପାରିବ ।” ଏହି ସମ୍ମିଳନୀରେ ହୋଇଥିବା ଆଲୋଚନା ଏବଂ ପର୍ଯ୍ୟାଲୋଚନାରୁ ମିଳିଥିବା ନିଷ୍କର୍ସ ଅନୁଯାୟୀ ଏକ ଚାର୍ଟର ପ୍ରସ୍ତୁତ କରାଯାଇ ପ୍ରିବଜେଟ୍ ନୋଟରେ ସରକାରଙ୍କୁ ପ୍ରଦାନ କରାଯିବବୋଲି ଶ୍ରୀ ମାଲ୍କାନି ସୂଚନା ଦେଇଥିଲେ ।
ଉଦ୍ୟାପନି ଦିବସରେ ଆକର୍ଷଣୀୟ ବିଶ୍ୱ ପର୍ଯ୍ୟଟନ ଦିବସ କାର୍ନିଭାଲ୍ ଆୟୋଜନ ସହିତ ହୋଟେଲ ଏବଂ ହସ୍ପିଟାଲିଟି ଶିଳ୍ପରେ ଡିଜିଟାଲ ମିଡିଆର ବ୍ୟାପକ ବ୍ୟବହାର ତଥା ଉପଯୋଗିତା ନେଇ ବେଶ୍ ସକରାତ୍ମକ ଆଲୋଚନା ହୋଇଥିଲା । ‘ସୋସିଆଲ୍ ମିଡିଆ ଏବଂ ଟେକ୍ନୋଲଜି – ହସ୍ପିଟାଲିଟି ଶିଳ୍ପରେ ଏହାର ପ୍ରଭାବ’ ଶୀର୍ଷକ ବୈଷୟିକ ଅଧିବେଶନରେ ଡିଜିଟାଲ ମିଡିଆ ସହାୟତାରେ କିପରି ଏହି କ୍ଷେତ୍ରରେ ବ୍ୟାପକ ଉନ୍ନତି କରାଯାଇପାରିବ ଏବଂ ଅଭିନବ ସୁଯୋଗମାନ ସୃଷ୍ଟି କରାଯାଇ ସମ୍ମୁଖୀନ ହେଉଥିବା ସମସ୍ୟଗୁଡିକର ସମାଧାନ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅଧିବେଶନକୁ ସଂଯୋଜନା କରି ରେସ୍ନେକ୍ସଟ ଗ୍ଲୋବାଲ ସଲ୍ୟୁସନ୍ସ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ମାଇକ୍ କିସ୍ଟନର୍ କହିଥିଲେ ଯେ, “ହସ୍ପିଟାଲିଟି ଶିଳ୍ପ ନିମନ୍ତେ ସୋସିଆଲ୍ ମିଡିଆ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାର୍କେଟିଙ୍ଗ୍ ମାଧ୍ୟମ ଯେହେତୁ ଏହା ବର୍ତମାନ ଆମ ସାମାଜିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି ।” ହୋଟେଲ ଏବଂ ହସ୍ପିଟାଲିଟି ବ୍ୟବସାୟ କ୍ଷେତ୍ରରେ ସୋସିଆଲ୍ ମିଡିଆରେ ମିଳୁଥିବା ପ୍ରତିକ୍ରିୟା ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଏହି କ୍ଷେତ୍ରକୁ ଅନେକ ରୂପରେ ପ୍ରଭାବିତ କରିଥାଏ ବୋଲି ଆଇଡିଏସ୍ ନେକ୍ସଟ ବିଜିନେସ୍ ସଲ୍ୟୁସନ୍ସ୍ର ସିଇଓ ବିନୁ ମାଥ୍ୟୁସ ପ୍ରକାଶ କରିଥିଲେ । ସୋସିଆଲ ମିଡିଆ ବର୍ତମାନ ଆମ ଶିଳ୍ପ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି । ଯଦି ଜଣେ ସୋସିଆଲ ମିଡିଆ ସହିତ ଜଡିତ ନିହୁଏ ତେବେ ଏହା ହୋଟେଲ ବ୍ୟବସାୟକୁ ନିଶ୍ଚିତ ପ୍ରଭାବିତ କରିବ କାରଣ ଆଜିକାଲି ପ୍ରାୟ ସମସ୍ତ ଗ୍ରାହକ ଅନଲାଇନ୍ରେ ବୁକିଙ୍ଗ୍ କରିବାକୁ ପସନ୍ଦ କରୁଛନ୍ତି ବୋଲି ଟ୍ରିପ୍ ଆଡ୍ଭାଇଜର ଇଣ୍ଡିଆର କଂଟ୍ରି ମ୍ୟାନେଜର ନିଖିଲ ଗୁଂଜ୍ ପ୍ରକାଶ କରିଥିଲେ ।
ଯୁବ ଉଦ୍ୟୋଗପତି ତଥା ଓୟୋରୁମ୍ସ୍ର ସିଇଓ ଏବଂ ପ୍ରତିଷ୍ଠାତା ଓଡିଆ ଯୁବକ ରିତେଶ ଅଗ୍ରୱାଲ୍ ଏହି ଅଧିବେଶନରେ ନିଜର ମତପ୍ରକାଶ କର କହିଥିଲେ ଯେ, “ସୋସିଆଲ ମିଡିଆ ଏବଂ ଟେକ୍ନୋଲୋଜି ବର୍ତମାନ ହୋଟେଲ ଏବଂ ହସ୍ପିଟାଲିଟି ଶିଳ୍ପର ଏକ ପ୍ରମୁଖ ଅଙ୍ଗ ପାଲଟିଯାଇଛି ଏବଂ ଏହା ହସ୍ପିଟାଲିଟି ଶିଳ୍ପର ପରବର୍ତୀ ପିଢୀ ପାଲଟିବାକୁ ଯାଉଛି । ଏହି ଟେକ୍ନୋଲୋଜି ମାଧ୍ୟମରେ ହିଁ ଆମେ ଦେଶ ବିଦେଶର ବିଭିନ୍ନ ହୋଟେଲ ସହିତ ଯୋଗାଯୋଗ ଖୁବ୍ଶୀଘ୍ର କରିପାରୁଛେ । ଯଦି ଆପଣ ସଠିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରିପାରିବାରେ ସକ୍ଷମ ତେବେ ହୋଟେଲ ଶିଳ୍ପରେ ତିଷ୍ଠି ରହିବା ସହଜ । ଏହି ସୋସିଆଲ ମିଡିଆ ମାଧ୍ୟମରେ ହିଁ ଆମେ ଲକ୍ଷଲକ୍ଷ ଗ୍ରାହକମାନଙ୍କର ମତାମତ ବିଷୟରେ ଜାଣିପାରିଥାଉ ଏବଂ ଏହାହିଁ ଆମକୁ ଏହି କ୍ଷେତ୍ରରେ ସୁଧାର ଆଣିବାରେ ସହାୟକ ହୋଇଥାଏ ।” ବର୍ତମାନ ଯୁବପିଢୀ ଗୁଗଲ ଅପେକ୍ଷା ଫେସବୁକ୍ରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ପସନ୍ଦ କରୁଛନ୍ତି ଏବଂ ଅଫଲାଇନ୍ ସାଇଟ୍ ଗୁଡିକ ସୋସିଆଲ ମାର୍କେଟିଙ୍ଗ୍ ନିମନ୍ତେ ଅଧିକ ଉପଯୋଗୀ ବୋଲି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ ।
ଏହି କ୍ଷେତ୍ରରେ ଆମର ବୃଦ୍ଧି ନିମନ୍ତେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ କାରଣ ଏହା ଦ୍ୱାରା ଆମେ ଜିନର ଉପôାଦ ଏବଂ ସେବା ବିଷୟରେ ସମସ୍ତଙ୍କୁ ସହଜରେ ଜଣାଇବାର ଅବକାଶ ରହିଥିବା ୱେବେଲ୍ ସିଏମ୍ଡି ଉପେନ୍ଦ୍ରଜିତ୍ ସିଂ ପ୍ରକାଶ କରିଥିଲେ ।
ଅନ୍ତିମ ଦିବସରେ ‘ଭବିଷ୍ୟତର ରେଷ୍ଟୁରାଂଟ୍’ ଶୀର୍ଷକ ଅଧିବେଶନରେ ରେଷ୍ଟୁରାଂଟ୍ ବ୍ୟବସାୟ କ୍ଷେତ୍ରରେ ବଦଳୁଥିବା ଧାରା ଏବଂ ଗ୍ରାହକମାନଙ୍କର ପସନ୍ଦ ସଂପର୍କରେ ଜାତୀୟ ଏବଂ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସେଫ୍ ସେମାନଙ୍କର ମତାମତ ରଖିଥିଲେ । ପ୍ରଫେସର୍ ଡେଭିଡ୍ ଫୋସ୍କେଟ୍ଟ ଏହି ଅଧିବେଶନଟିକୁ ସଂଯୋଜନା କରିଥିଲେ । ବାଲାନ୍ସ ରେଷ୍ଟୁରାଂଟ୍ ଏଣ୍ଡ୍ ଏଫ୍ ଏଣ୍ଡ୍ ବି କନ୍ସଲଟାନ୍ସୀର ପ୍ରତିଷ୍ଠାତା ଶୋରାବ ସୀତାରାମ, ବିଶିଷ୍ଟ ସେଫ୍ ଆଦିତ୍ୟ ବଲ୍, ଦି ପାର୍କ କୋଲକାତାର ଫୁଡ୍ ପ୍ରଡକ୍ସନ ନିଦେ୍ର୍ଧଶକ ଶରଦ ଦୀୱାନ, ୱେଲକମ୍ ଗ୍ରୁପ୍ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟ୍ ର ବରିଷ୍ଠ ଅଧିକାରୀ ୱାଇ ବି ମାଥୁରଙ୍କ ଭଳି ବିଶିଷ୍ଟ ସେଫ୍ ମାନେ ଉପସ୍ଥିତ ରହି ରେଷ୍ଟୁରାଂଟ ବ୍ୟବସାୟ କ୍ଷେତ୍ରରେ ବଦଳୁଥିବା ଧାରା ଏବଂ କିଭଳି ସୋସିଆଲ ମିଡିଆ ଏହି କ୍ଷେତ୍ରକୁ ପ୍ରଭାବିତ କରୁଛି, ଏହି କ୍ଷେତ୍ର ନିମନ୍ତେ ଦକ୍ଷ କୁଶଳୀ ମାନବ ସମ୍ବଳର ଆବଶ୍ୟକତା, ଖାଦ୍ୟର ଗୁଣବତା ଏବଂ ନୂତନ ପ୍ରକାରକୁ ନେଇ ଗଣମାଧ୍ୟମର ଭୂମିକା, ଆଂଚଳିକ ଖାଦ୍ୟର ପ୍ରଭାବ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଦିବସର ଅନ୍ତିମ ଅଧିବେଶନରେ ‘ଅନଲାଇନ୍ ପୋର୍ଟାଲ୍ସ – ଆଶୀର୍ବାଦ ନା ସମସ୍ୟା’ ଶୀର୍ଷକ ଅଧିବେଶନରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ହସ୍ପିଟାଲିଟି କ୍ଷେତ୍ରରେ ରହିଥିବା ସୁଯୋଗ ଏବଂ ଆହ୍ୱାନ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ଅଧିକ ଗ୍ରାହକ ସୃଷ୍ଟି କରିବାରେ କିପରି ଅନଲାଇନ୍ ପୋର୍ଟାଲଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ସେସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ଏଫ୍ଏଚ୍ଆରଏଆଇ ର ଭିପି ଭରତ ମାଲ୍କାନି ହୋଟେଲ ଏବଂ ହସ୍ପିଟାଲିଟି କ୍ଷେତ୍ରରେ ତିଷ୍ଠି ରହିବାକୁ ହେଲେ ନୂତନ ଟେକ୍ନୋଲୋଜି ଏବଂ ପ୍ରଯୁକ୍ତିବିଦ୍ୟା ସହିତ ତାଳ ଦେଇ ଚାଲିବାକୁ ପଡିବ ବୋଲି ପ୍ରକାଶ କରିଥିଲେ । ହୋଟେଲ ବ୍ୟବସାୟୀମାନେ ସେମାନଙ୍କର ମାର୍କେଟିଂ ନିମନ୍ତେ ଡିଜିଟାଲ୍ ମାର୍କେଟିଂ ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ମାଲକାନି ଜୋର୍ ଦେଇଥିଲେ । ଏହି ଅଧିବେଶନରେ ଟେକ୍ ଇନ୍ଭେଷ୍ଟର ଏଣ୍ଡ୍ ମେଂଟର ତଥା ଭାୟା.କମ୍ ର ପ୍ରତିଷ୍ଠାତା ସଭାପତି ବିନୟ ଗୁପ୍ତା, ସୋସିଆଲ୍ ମିଡିଆ ଏଣ୍ଡ୍ ଅନଲାଇନ୍ ରେପୁଟେସନ ମ୍ୟାନେଜମେଂଟ୍ ବିଶେଷଜ୍ଞ ଅଭିଜିତ୍ ଆର୍ଯ୍ୟା ଏବଂ ସରୋବର ହୋଟେଲ ଏଣ୍ଡ୍ ରିସୋର୍ଟ୍ ଜିଏମ୍-ଆଇଟି ହରିଶ୍ ଚନ୍ଦ୍ରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ପ୍ରାୟ ୮୦୦ରୁ ଉଦ୍ଧ୍ୱର୍ ହୋଟେଲ୍ ବ୍ୟବସାୟୀ ଏବଂ ହସ୍ପିଟାଲିଟି କ୍ଷେତ୍ର ସହିତ ଜଡିତ ନିବେଶକ ମାନଙ୍କ ଉପସ୍ଥିତିରେ ଏହି ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ପୁରୀ ବେଳାଭୂମିରେ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ‘ପୁରୀ ପୂର୍ଣ୍ଣିମା’ ସହିତ ଉଦ୍ୟାପିତ ହୋଇଥିଲା ।

Share in top social networks!