ଗୁଗୁଲ ବିଜ୍ଞାନ ସମ୍ମାନ ବିଜେତା ଲଳିତାଙ୍କୁ ସମ୍ବର୍ଦ୍ଧନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

lalitaକୋରାପୁଟ ଦାମନଯୋଡ଼ିସ୍ଥ ଡିପିଏଫ୍ ସ୍କୁଲ ଛାତ୍ରୀ ଲଳିତା ପ୍ରସିଦା ଶ୍ରୀପଦା ଗ୍ରୀସାଇଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଅତିଥ#ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ।
୧୩ବର୍ଷିୟା ଲଳିତା ନିକଟରେ ଗୁଗୁଲ ଦ୍ୱାରା ଆୟୋଜିତ ବିଶ୍ୱ ବିଜ୍ଞାନ ମେଳାରେ ନିଜର ବୈଜ୍ଞାନିକ ସୃଜନଶୀଳତା ପାଇଁ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଥ#ଲେ ।

ଗୁଗୁଲର ମୁଖ୍ୟାଳୟ ଆମେରୀକାର କାଲିଫର୍ଣ୍ଣିଆ ଠାରେ ଲଳିତା ମକା ଭଣ୍ଡିରୁ ଜଳ ବିଶୋଧନ କରି ପାନୀୟ ଉପଯୋଗୀ କରିବାର ଏକ ମଡେଲ୍ର ପ୍ରଦର୍ଶନ କରିଥ#ଲେ । ଲଳିତା ତାଙ୍କ ବାପା, ମା, ସାନଭଉଣୀ ଓ ବିଜ୍ଞାନ ଶିକ୍ଷୟତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥ#ଲେ ।
କୋରାପୁଟର ଅଖ୍ୟାତ ସ୍ଥାନରୁ ଆମେରିକାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥ#ବାରୁ ଭାରତ ପାଇଁ ଗର୍ବ ଆଣିବା ସହ ପ୍ରତ୍ୟେକ ଓଡ଼ିଆ ତାଙ୍କ ପାଇଁ ଗର୍ବିତ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଥ#ଲେ ।

ଲଳିତାଙ୍କ ପରିବାରକୁ ମନ୍ତ୍ରୀ ଶ୍ର ପ୍ରଧାନ ଦିଲ୍ଲୀ ଆମନ୍ତ୍ରଣ କରିବା ସହ ଭାରତର ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀଙ୍କ ସହ ଲଳିତାଙ୍କୁ ନୂଆ ସୁଯୋଗ ଦେବାପାଇଁ କଥାବାର୍ତ୍ତା କରିବାର ପ୍ରତିଶ୍ରୁତି ଦେଇଥ#ଲେ ।

Share in top social networks!