ଏଫ୍ଏଚ୍ଆର୍ଏଆଇ ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହର ୨ୟ ଦିବସ; ଦକ୍ଷ ମାନବ ସମ୍ବଳ ସୃଷ୍ଟି ସମୟର ଆହ୍ୱାନ – କେନ୍ଦ୍ର ମନ୍ତ୍ରୀ ରାଜିବ ପ୍ରତାପ ରୁଡ୍ଡି

fhrairudyଫେଡେରେସନ ଅଫ୍ ହୋଟେଲ ଆଣ୍ଡ୍ ରେଷ୍ଟୁରାଂଟ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆର୍ଏଆଇ)ର ୫୦ତମ ବାର୍ଷିକ ଉସôବ ତଥା ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହର ୨ୟ ଦିବସରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ରାଜିବ ପ୍ରତାପ ରୁଡ୍ଡି ନରେନ୍ଦ୍ର ମୋଦି ସରକାର କିପରି ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି, ସେ ସଂପର୍କରେ ଏକ ବିସ୍ତୃତ ତଥ୍ୟ ଏହି ମେଗା ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ହୋଟେଲ ବ୍ୟବସାୟୀ, ନିବେଶକ ତଥା ଏହି ଶିଳ୍ପ ସହିତ ଜଡିତ ସମସ୍ତ ପ୍ରତିନିଧିମାନଙ୍କୁ ପ୍ରଦାନ କରିଥିଲେ । ବର୍ତମାନ ସମୟରେ ଦକ୍ଷ ମାନବ ସମ୍ବଳର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର ସରକାର କେନ୍ଦ୍ର ସରକାର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଭାବରେ ଏକ ନୂତନ ମନ୍ତ୍ରଣାଳୟ ସୃଷ୍ଟି କରିଛନ୍ତି । ସାରା ବିଶ୍ୱରେ ଦକ୍ଷ ମାନବ ସମ୍ବଳର ଅନୁପାତ ସହିତ ହାର ସହିତ ଭାରତର ତୁଳନା କରି, ଭାରତ ଢେର ପଛରେ ପଡିଥିବା ଶ୍ରୀ ରୁଡ୍ଡି ପ୍ରକାଶ କରିଥିଲେ । ଚାଇନାର ମୋଟ୍ ମାନବ ସମ୍ବଳର ୪୬ ପ୍ରତିଶତ ଦକ୍ଷ ଥିବା ବେଳେ, ଆମେରିକାରେ ଏହା ୫୮ ପ୍ରତିଶତ, ଜର୍ମାନୀରେ ଏହି ହାର ୭୦ ପ୍ରତିଶତ ରହିଥିବା ବେଳେ ଇଂଲଣ୍ଡରେ ୬୮ ପ୍ରତିଶତ, ଜାପାନରେ ଏହା ୮୦ ପ୍ରତିଶତ ଏବଂ କୋରିଆରେ ଏହି ହାର ୯୬ ପ୍ରତିଶତ ରହିଛି । ଏହି ସବୁ ଦେଶମାନଙ୍କ ସହିତ ଭାରତକୁ ତୁଳନା କଲେ ଏହି ହାର ମାତ୍ର ୪.୫ ପ୍ରତିଶତ ଯାହାକି ଅତ୍ୟନ୍ତ ନଗଣ୍ୟ ।
ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଂଟ୍ ଶିକ୍ଷା ସମାପ୍ତି ପରେ ଯଥାକ୍ରମେ ୧୭ ପ୍ରତିଶତ ଏବଂ ୧୫ ପ୍ରତିଶତ ଛାତ୍ରଛାତ୍ରୀ ବେକାରୀ ରହୁଥିବାରୁ ଶ୍ରୀ ରୁଡ୍ଡି ପ୍ରାଥମିକ ଶିକ୍ଷା ସ୍ତରରୁ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ଗୁରୁତ୍ୱାରୋପ କରିଥିଲେ । ୧୨ ବର୍ଷର ପ୍ରାଥମିକ ଶିକ୍ଷା ଜଣେ ପିଲା ପାଇଁ ଯାହା ନକରିପାରିବ ୧୨ ଦିନର ଦକ୍ଷତା ବିକାଶ ତାଲିମ ତାହା କରିପାରିବ ବୋଲି ସେ କାରଣ ଦର୍ଶାଇଥିଲେ । ଭାରତରେ ପ୍ରାୟ ୫୦୦ ନିୟୁତ ଲୋକ ତାଲିମପ୍ରାପ୍ତ ହେବାର ଆବଶ୍ୟକତା ରହିଥିବା ଦର୍ଶାଇ ସେ କହିଥିଲେ ଯେ ନିର୍ମାଣ କ୍ଷେତ୍ରରେ ପ୍ରାୟ ୩ କୋଟି ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଥିବା ବେଳେ, ରିଟେଲ୍ କ୍ଷେତ୍ରରେ ୧.୭ କୋଟି, ଫର୍ଣ୍ଣିଚର କ୍ଷେତ୍ରରେ ୧ ନିୟୁତ, ହୋଟେଲ ଶିଳ୍ପ କ୍ଷେତ୍ରରେ ୫ ନିୟୁତ, ଅଟୋମୋବାଇଲ୍ କ୍ଷେତ୍ରରେ ୫ ନିୟୁତ ମାନବ ସମ୍ବଳର ଆବଶ୍ୟକତା ରହିଛି । ଏହି ୨୫୦ ନିୟୁତ ବ୍ୟକ୍ତି ଶୀଘ୍ର ତାଲିମ ପାଇବା ନିହାତି ଆବଶ୍ୟକ ମାତ୍ର ଏମାନଙ୍କ ମଧ୍ୟରୁ ମାତ୍ର ୩୦ ପ୍ରତିଶତ ହିଁ ଦକ୍ଷତା ବିକାଶ ତାଲିମ ଖର୍ଚ୍ଚ ବହନ କରିବାକୁ ସକ୍ଷମ ବୋଲି ଶ୍ରୀ ରୁଡ୍ଡି ସୂଚନା ଦେଇଥିଲେ ।
ସେହିଭଳି ଭାରତରେ ସଠିକ୍ କ୍ଷେତ୍ର ନିମନ୍ତେ ଦକ୍ଷ ମାନବ ସମ୍ବଳ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ବର୍ତମାନ ୩୬ଟି କ୍ଷେତ୍ରରେ ଦକ୍ଷତା ବିକାଶ ପରିଷଦ ଥିବାବେଳେ ସବୁ ପରିଷଦର ମୁଖ୍ୟ ଭାବେ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ହିଁ ରହିଛନ୍ତି, ଏଗୁଡିକ ସରକାରଙ୍କ ଦ୍ୱାରା ପରିଚାଳିତ ନହୋଇ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ପରିଚାଳିତ । ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱାର୍କ ଗଠନ କରାଯାଇଛି ଯାହାକି ସାରା ଦେଶରେ ଗ୍ରହଣୀୟ ହୋଇପାରିଛି । ବର୍ତମାନ ଦେଶରେ ୭୦,୦୦୦ ପ୍ରକାର ଚାକିରୀ ସୁଯୋଗ ସୃଷ୍ଟି କରାଯାଇଥିବା ବେଳେ ଭାରତ ପରବର୍ତୀ ମାନବ ସମ୍ବଳର ରାଜଧାନୀ ଭାବରେ ପ୍ରତିଷ୍ଠା ଲାଭ କରିବାକୁ ଯାଉଛି ବୋଲି ଶ୍ରୀ ରୁଡ୍ଡି ପ୍ରକାଶ କରିଥିଲେ ।
୨ୟ ଦିବସର ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲିଟି କ୍ଷେତ୍ର ଏବଂ ହୋଟେଲ ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନଙ୍କୁ ଓଡିଶାରେ ରହିଥିବା ପର୍ଯ୍ୟାପ୍ତ ପର୍ଯ୍ୟଟନ ସୁଯୋଗ ତଥା ଓଡିଶାରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସରକାରଙ୍କର ପ୍ରୟାସ ସଂପର୍କରେ ଏକ ସବିଶେଷ ତଥ୍ୟ ରଖିଥିଲେ । ଡିସ୍କଭରୀ ଚ୍ୟାନେଲର ଏକ ତଥ୍ୟକୁ ଦର୍ଶାଇ ଶ୍ରୀ ଗୁପ୍ତା ପ୍ରକାଶ କରିଥିଲେ ଯେ ଏହି ବିଶ୍ୱ ସ୍ତରୀୟ ଚ୍ୟାନେଲ ଓଡିଶା ଅଧିକାଂଶ ପର୍ଯ୍ୟଟକଙ୍କ ପାଇଁ ଏକ ନିଶ୍ଚିତ ଭ୍ରମଣ ସ୍ଥାନ ହେବାରେ ପ୍ରଥମ ସ୍ଥାନ ଅଧିକାର କରିଛି । ନିକଟରେ ପ୍ରଚଳନ କରାଯାଇଥିବା ନୂତନ ଶିଳ୍ପ ନୀତି ସହାୟତାରେ ରାଜ୍ୟ ଅନ୍ୟାନ୍ୟ ରାଜ୍ୟଗୁଡିକ ତୁଳନାରେ ଅଧିକ ଅଗ୍ରଣୀ ଏବଂ ବିକାଶଶୀଳ ଭୂମିକା ଗ୍ରହଣ କରିବ ତଥା ଆଗାମୀ ପାଂଚ ବର୍ଷ ପାଇଁ ପର୍ଯ୍ୟଟନ କ୍ଷେତ୍ରକୁ ଏକ ପ୍ରମୁଖ ସ୍ଥାନ ଦେବାକୁ ନିଷ୍ପତି ନିଆଯାଇଛି । ରାଜ୍ୟରେ ନିବେଶକମାନଙ୍କୁ ପ୍ରୋସôାହିତ ତଥା ପୁଞ୍ଜିନିବେଶକୁ ସୁଗମ କରିବା ନିମନ୍ତେ ଏକ ରାଜ୍ୟ ସ୍ତରୀୟ ଫେସିଲିଟେସନ ସେଲ (ଏସଏଲ୍ଏଫସି) ଗଠନ କରାଯାଇଛି । ବରିଷ୍ଠ ଅଧିକାରୀମାନେ ଏହି ସେଲର ତଦାରଖ କରିବା ସହିତ ସମସ୍ତ ଅଭିଯୋଗ ଏବଂ ଅନୁସନ୍ଧାନକୁ ପୂରଣ କରିବା ସହିତ ନିବେଶ ପ୍ରସ୍ତାବ, ଶୀଘ୍ର ମଞ୍ଜୁରୀ ପ୍ରଦାନ ନେଇ ନିଷ୍ପତି, ପ୍ରକଳ୍ପ ସହିତ ଜଡିତ ସମସ୍ୟାଗୁଡିକର ତ୍ୱରିତ ସମାଧାନ ଏବଂ ଅନ୍ଲାଇନ୍ ଅନୁସନ୍ଧାନ ପ୍ରକୋଷ୍ଠ ରହିଛି ଯାହା ସହାୟତାରେ ଯେକୌଣସି ସମସ୍ୟାର ସମାଧାନ ଶୀଘ୍ର କରାଯାଇପାରିବ ବୋଲି ଶ୍ରୀ ଗୁପ୍ତା ପ୍ରକାଶ କରିଥିଲେ ।
ରାଜ୍ୟରେ ରହିଥିବା ବିଶାଳ ବେଳାଭୂମି, ଉତମ ସଡକପଥ ତଥା ଆକାଶପଥର ବ୍ୟବସ୍ଥା, ବିରଳ ଅଲିଭ୍ ରିଡ୍ଲେ କଇଁଛ, ଧଉଳି, କୋଣାର୍କ, ବୌଦ୍ଧ ବିହାର ତଥା ରାଜ୍ୟରେ ରହିଥିବା ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସଂପର୍କରେ ବିସ୍ତୃତ ତଥ୍ୟ ଦେଇ ନିବେଶ ନିମନ୍ତେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପ୍ରକାଶ କରିଥିଲେ । ରାଜ୍ୟରେ ଲେମନ ଟ୍ରି, ବ୍ରହ୍ମପୁତ୍ର, ନିୟୁପୋର୍ଟ, ଫର୍ଚ୍ୟୁନ୍ ହୋଟେଲ୍ସ, ହଲଦୀରାମ ଗ୍ରୁପ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ହୋଟେଲ ଗ୍ରପ୍ ପକ୍ଷରୁ ଓଡିଶାରେ ନୂତନ ହୋଟେଲ ଖୋଲିବା ନେଇ ଆଗ୍ରହ ପ୍ରକାଶ କରିଥିବା ସୂଚନା ଦେଇଥିଲେ ।
୨ୟ ଦିବସରେ ଏହି ଶିଳ୍ପ ସହିତ ଜଡିତ ବିଷୟକୁ ନେଇ ଅନେକ ଟେକ୍ନିକାଲ ସେସନ ଅନୁଷ୍ଠିତ ହୋଇଥିଲା । ଇଣ୍ଡିଆନ ହୋଟେଲ୍ସ କମ୍ପାନୀ ଲିମିଟେଡ୍ (ତାଜ୍ ଗ୍ରୁପ୍)ର ଏମ୍ଡି ଏବଂ ସିଇଓ ଶ୍ରୀ ରାକେଶ ସର୍ନା ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ର ସଂପାଦକୀୟ ନିଦେ୍ର୍ଧଶକ ଶ୍ରୀ ପ୍ରଭୂ ଚାୱଲାଙ୍କ ସହିତ ଏକ ଆଲୋଚନାରେ ଶିଳ୍ପ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ ।
ସରକାରୀ ସହଯୋଗର ଅଭାବ ନା ଉଦ୍ୟୋଗୀ ମନୋଭାବର ଅଭାବ ସଂପର୍କରେ ଏକ ଟେକ୍ନିକାଲ ସେସନରେ ବିଶିଷ୍ଟ ହୋଟେଲିଅର୍ସ ଯଥା ଆଇଟିସିର ଶ୍ରୀ ନକୁଲ୍ ଆନନ୍ଦ, ଅସ୍ପିରା ହସ୍ପିଟାଲିଟି ର ଶ୍ରୀ ମାର୍କ ସାୟର, ପାଥଫାଇଣ୍ଡରର୍ସ ଟ୍ରାଭେଲ ଗ୍ରୁପ୍ ପକ୍ଷରୁ ଶ୍ରୀ ଆସ୍ଲେ ମଂଟେରିଓ ଏବଂ ସର୍ବଭାରତୀୟ ଟୁର ଅପରେଟର୍ସର ସଭାପତି ଶ୍ରୀ ସୁବାଷ ଗୋୟଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏଫଏଚଆରଏଆଇ ସୁବର୍ଣ୍ଣ ଜୟନ୍ତି ପାଳନ ସମାରୋହର ୨ୟ ଦିବସରେ ଏକ ଅଭିନବ ୱାଇନ୍ ଟେଷ୍ଟିଂ ଏଣ୍ଡ୍ ଏଜୁକେସନ ଶୀର୍ଷକ ସେସନ ଅନୁଷ୍ଠିତ ହୋଇଥିଲା ଯାହାକୁ ସଂଚାଳନ କରିଥିଲେ ଏହି କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ଜଣାଶୁଣା ଶ୍ରୀ କେଥ୍ ୱେୟନେ ଏଜର । ଏହି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ପ୍ରଫେସନାଲ୍ ଶାବିନା କୋର୍ସିନି, ଏମ ଲିଆମ୍ ଷ୍ଟିଭେନ୍ସନ୍, କାବେରୀ ବସୁ ମହାଗାମା ଏବଂ କୁନାଲ କୌଲ୍ ପ୍ରମୁଖ ବିଶ୍ୱର ପ୍ରମୁଖ ୪୦ରୁ ଉଦ୍ଧ୍ୱର୍ ୱାଇନ୍ ବ୍ରାଣ୍ଡ୍ ତଥା ଏହାର ପ୍ରକାରଭେଦ ଉପରେ ସୂଚନା ଦେଇଥିଲେ ।
ଏହି ମେଗା ସମ୍ମିଳନୀର ତୃତୀୟ ତଥା ଅନ୍ତିମ ଦିବସରେ ଏକ ଅନନ୍ୟ ବିଶ୍ୱ ପର୍ଯ୍ୟଟନ ଦିବସ କାର୍ନିଭାଲ ଅନୁଷ୍ଠିତ ହେବ । ଏହି କାର୍ନିଭାଲ୍ ମାଷ୍ଟରକ୍ୟାଂଟିନ ଛକରୁ ଆରମ୍ଭ ହୋଇ ରୂପାଲୀ ଛକରେ ସମାପ୍ତ ହେବ ।

Share in top social networks!