ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

redcrossamarସଂପ୍ରତି ଆମ ରାଜ୍ୟର କିଛି କିଛି ସ୍ଥାନରେ ଜନସାଧାରଣ ଡେଙ୍ଗୁ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏଣୁ ଏହି ରୋଗର ପ୍ରତିହତ ତଥା ନିରାକରଣ ନିମନ୍ତେ ଭାରତୀୟ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଆଜି ସକାଳ ୯ ଘଟିକା ସମୟରେ ସ୍ଥାନୀୟ ରେଡ଼କ୍ରସ୍ ଭବନ ସମ୍ମୁଖ ଜବାହାରଲାଲ ନେହେରୁ ମାର୍ଗରେ ରେଡ଼କ୍ରସ୍ ଓଡିଶା ଶାଖାର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ମାନବ ଶୃଙ୍ଖଳ କରାଯାଇ ଡେଙ୍ଗୁ ରୋଗ ସମ୍ପର୍କରେ ଏକ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଜେଡ଼ି ମୁଖପାତ୍ର ଶୀ୍ର ଅମର ପ୍ରସାଦ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡାÿ. ଚକ୍ରଧର ପଣ୍ଡା, ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉଦ୍ଧ୍ୱର୍ ଯୁବ ରେଡ଼କ୍ରସ୍ ଓ ଜୁନିଅର ରେଡ଼କ୍ରସ୍ର ପରାମର୍ଶଦାତା ଓ ସ୍ୱେଚ୍ଛସେବୀ ଏବଂ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ସକ୍ରୀୟ ଆଜୀବନ ସଦସ୍ୟ ତଥା ରେଡ଼କ୍ରସ୍ କର୍ମଚାରୀ ମାନେ ଜନସାଧାରଣଙ୍କୁ ପ୍ରଚାର ପତ୍ର, ପୋଷ୍ଟର ବାଣ୍ଟିବା ସହିତ ଡେଙ୍ଗୁ ବିଷୟରେ ସଚେତନ କରାଇଥିଲେ ।
ଏତଦ୍ ବ୍ୟତିତ ଏହି ପରିପ୍ରେକ୍ଷିରେ ଦିବା ୧୧ ଘଟିକାରେ ସ୍ଥାନୀୟ ରେଡ଼କ୍ରସ୍ ଭବନଠାରେ ଏକ ସାଧାରଣ ସଭା ଆୟୋଜିତ କରାଯାଇଥିଲା । ଶୀ୍ର ଅମର ପ୍ରସାଦ ଶତପଥୀ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କୁ ଡେଙ୍ଗୁର ଭୟାବହତା ତଥା ଏହାର ନିରାକରଣର ଉପାୟ ସଂବନ୍ଧରେ ସୁଚାନ ଦେଇଥିଲେ । ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ଡାÿ. ଚକ୍ରଧର ପଣ୍ଡା, କହିଲେ ଯେ ଡେଙ୍ଗୁ ବର୍ତ୍ତମାନ ସମଗ୍ର ରାଜ୍ୟରେ ଏକ ବଡ ÿଧରଣର ସମସ୍ୟା ସୃଷ୍ଟି କରିଛି । ଏଥିପ୍ରତି ଆମେମାନେ ସମସ୍ତେ ସଚେତନହୋଇ କିପରି ନିଜ ପରିବାର ଏବଂ ସମାଜକୁ ଡେଙ୍ଗୁ କବଳରୁ ରକ୍ଷାକରିପାରିବା ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହାଛଡ଼ା ଡାÿ. ପଣ୍ଡା ଡେଙ୍ଗୁର ଲକ୍ଷଣ ଓ ପ୍ରତିକାର ବିଷୟରେ ଆଲୋକପାତ କରିଥିଲେ ।

ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ଅବୈତନିକ ଯୁଗ୍ମ ସଚିବ ଶୀ୍ର ଗୋବିନ୍ଦ ଚନ୍ଦ୍ର ମାହୁନ୍ତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀମତୀ ଗୌରୀମଣୀ ବିଶ୍ୱାଳ ପରିଚାଳନାରେ ସହାୟତା କରିଥିଲେ ।

Share in top social networks!