ଅଭିନବ ବିଶ୍ୱ ପର୍ଯ୍ୟଟନ ଦିବସ କାର୍ନିଭାଲ ଆଜି: ଆମେରିକା, ଫ୍ରାନ୍ସ୍, ଇଟାଲୀ ଏବଂ ଥାଇଲାଣ୍ଡ୍ ଭଳି ୪ଟି ଦେଶର କନ୍ସୋଲ ଜେନେରାଲଙ୍କ ଉପସ୍ଥିତି

carnivalଫେଡେରେସନ ଅଫ୍ ହୋଟେଲ ଆଣ୍ଡ୍ ରେଷ୍ଟୁରାଂଟ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆର୍ଏଆଇ)ର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅନ୍ତିମ ଦିବସ ତଥା ବିଶ୍ୱ ପର୍ଯ୍ୟଟନ ଦିବସ ପରିପ୍ରେକ୍ଷୀରେ ଏଫ୍ଏଚ୍ଆର୍ଏଆଇ ଏବଂ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆଜି ରାଜଧାନୀରେ ଅନୁଷ୍ଠିତ ହେବ ଅଭିନବ ବିଶ୍ୱ ପର୍ଯ୍ୟଟନ ଦିବସ କାର୍ନିଭାଲ୍ (ଡକ୍ଟକ୍ସକ୍ଷୟ ଞକ୍ଟଙ୍କକ୍ସସଗ୍ଦଜ୍ଞ ଊବଚ୍ଚ ମବକ୍ସଦ୍ଭସଙ୍ଖବକ୍ଷ) । ନିଆରା ଢଙ୍ଗରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ନିଭାଲରେ ଦେଶ ବିଦେଶରୁ ପ୍ରାୟ ୮ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରିବେ । ଏହି ଆକର୍ଷଣୀୟ କାର୍ନିଭାଲ୍ ମାଷ୍ଟରକ୍ୟାଂଟିନ୍ ଛକରୁ ଆରମ୍ଭ ହୋଇ ରୂପାଲୀ ଛକଠାରେ ସମାପ୍ତ ହେବ । ବିଶ୍ୱ ପର୍ଯ୍ୟଟନ ଦିବସ ତଥା ଏଫ୍ଏଚ୍ଆରଏଆଇର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନର ଅନ୍ତିମ ଦିବସରେ ଆମେରିକା, ଫ୍ରାନ୍ସ୍, ଇଟାଲୀ ଏବଂ ଥାଇଲାଣ୍ଡ୍ ଭଳି ୪ଟି ଦେଶର କନ୍ସୋଲ ଜେନେରାଲ ଏହି ଶୋଭାଯାତ୍ରାରେ ଉପସ୍ଥିତି ରହିବେ ।
ବିଶ୍ୱ ପର୍ଯ୍ୟଟନ, ଓଡିଶା ପର୍ଯ୍ୟଟନ, ଏଫଏଚ୍ଆରଏଆଇ, ସଂସ୍କୃତି, ଆଦିବାସୀ ପରମ୍ପରା ଏବଂ ଚାଲିଚଳନି ଆଦି ଭଲି ସ୍ୱତନ୍ତ୍ର ଭାବେ ସୁସଜ୍ଜିତ ପ୍ରାୟ ୮ଟି ପ୍ରଜ୍ଞାପନ ମେଢ ଏହି କାର୍ନିଭାଲରେ ଅଂଶଗ୍ରହଣ କରିବେ ।
ଏହି କାର୍ନିଭାଲକୁ ପୋଲିସ, ସିଆରପିଏଫ୍ ଏବଂ ଭାରତୀୟ ନୌବାହିନୀର ଲାଇଭ୍ ବ୍ୟାଣ୍ଡ୍ ପ୍ରଦର୍ଶନ ଏହି କାର୍ନିଭାଲରେ ଆଣିଦେବ ଭରପୂର୍ ଉସôାହ ।
ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ସହିତ ଓଡିଶାର ପ୍ରାୟ ୧୦ ଟି ଲୋକନୃତ୍ୟ ସହିତ ପଶ୍ଚିମବଙ୍ଗ, ସିକ୍କିମ, ପଞ୍ଜାବ, ଉତରାଖଣ୍ଡ, ଜାମ୍ମୁ କାଶ୍ମୀର ଭଳି ରାଜ୍ୟଗୁଡିକର ଲୋକନୃତ୍ୟ ପରିବେଷଣ ଏହି କାର୍ନିଭାଲକୁ ଆହୁରି ଅଧିକ ଆକର୍ଷଣୀୟ କରିବ । ଭାରତର ବିଭିନ୍ନ ରାଜ୍ୟର ଲୋକନୃତ୍ୟ ତଥା ବ୍ୟାଣ୍ଡ୍ର ତାଳେ ତାଳେ ମାଷ୍ଟକ୍ୟାଂଟିନ୍ରୁ ରୂପାଲୀ ଛକ, ସମ୍ପୂର୍ଣ୍ଣ ଜନପଥ ଉସôବ ମୁଖରିତ ହୋଇପଡିବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ । ଏହିଭଳି ସମଗ୍ର ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୫ ଭିନ୍ନ ଭିନ୍ନ ଲୋକନୃତ୍ୟ ପ୍ରଦର୍ଶନ ଏବଂ ପ୍ରଜ୍ଞାପନ ମେଢ ରାଜଧାନୀରେ ଏକ ନିଆରା ରୋମାଂଚ ସୃଷ୍ଟି କରିବ । ଏହି କାର୍ନିଭାଲ୍ରେ କିସ୍, ସାଇ ଭଳି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ରଙ୍ଗବେରଙ୍ଗ ପୋଷାକ ପରିଧାନ କରି ଅଂଶଗ୍ରହଣ କରିବେ । ଏହି ଅନନ୍ୟ କାର୍ନିଭାଲ୍ରେ ଡେୟାରଡେଭିଲ୍ ବାଇକ୍ ଏବଂ ଭିଂଟେଜ୍ କାର ସୋ ଯୁବପିଢୀଙ୍କୁୁ ଆକର୍ଷିତ କରିବ ।
ଏଠାରେ ସୂଚନାଯୋଗ୍ୟଯେ ଏଫ୍ଏଚ୍ଆରଏଆଇର ସୁବର୍ଣ୍ଣ ଜୟନ୍ତୀ ସମୋରାହ ଶୁକ୍ରବାରଠାରୁ ପ୍ରଥମ ଥର ନିମନ୍ତେ ପୂର୍ବ ଭାରତର ପ୍ରମୁଖ କେନ୍ଦ୍ର ପାଲଟିଥିବା ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି । ତିନିଦିନ ବ୍ୟାପି ଚାଲିବାକୁ ଥିବା ଏହି ସମାରୋହର ଅନ୍ତିମ ଦିବସରେ ପ୍ରଥମ କରି ଓଡିଶାରେ ଅନୁଷ୍ଠିତ ହେବ ଏହି ଅଭିନବ ଏବଂ ଆକର୍ଷଣୀୟ ବିଶ୍ୱ ପର୍ଯ୍ୟଟନ ଦିବସ କାର୍ନିଭାଲ୍ । ଗୋଆ ଭଳି ରାଜ୍ୟରେ ଆୟୋଜିତ ହେଉଥିବା କାର୍ନିଭାଲ୍ ସହିତ ସମତାଳ ଦେଇ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ନିଭାଲ୍ ସୁବର୍ଣ୍ଣ ଜୟନ୍ତି ପାଳନ ସମାରୋହରେ ଦେଶ ବିଦେଶରୁ ଆସିଥିବା ପ୍ରାୟ ୮୦୦ ପ୍ରତିନିଧିମାନଙ୍କୁ ଆକର୍ଷିତ କରିବ ବୋଲି ଆୟୋଜକମାନଙ୍କ ତରଫୁର ପ୍ରକାଶ ।

Share in top social networks!