ଓଡିଶା ପ୍ରଦେଶ ମହିଳା କଂଗ୍ରେସର କର୍ମକର୍ତ୍ତାଙ୍କ ବୈଠକ

mahilacongressଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତାଙ୍କ ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସସ୍ମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ।

ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯିବା ପରେ ଦୀପା ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି ବୈଠକରେ ଅଖିଳ ଭାରତ ମହିଳା କଂଗ୍ରେସ କମିଟି ସଂପାଦିକା ତଥା ଓଡିଶା ପ୍ରଭାରୀ ଶ୍ରୀମତୀ ଚାରୁଲତା ଟୋକାସ୍ ଯୋଗ ଦେଇ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ମହିଳା କଂଗ୍ରେସ ସଭାପତି ତଥା କର୍ମକର୍ତ୍ତାଙ୍କୁ ଆଗାମୀ ଦିନରେ ମହିଳା କଂଗ୍ରେସ କିପରି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବର୍ଗର ମହିଳାଙ୍କୁ ଏକତି୍ରତ କରି କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଥିଲେ ।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ କହିଲେ ଯେ ମହିଳାମାନେ କିପରି ନିଜକୁ ସଂଗଠିତ କରି ପଞ୍ଚାୟତସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ମୁଖ୍ୟସ୍ରୋତରେ ସାମିଲ ହୋଇ ନବୀନ ସରକାରଙ୍କୁ ଦୃଢ଼ ଜବାବ ଦେଇପାରିବେ । ସାଂପ୍ରତିକ ପରିସ୍ଥିତିରେ କଂଗ୍ରେସର ସାଂଗଠନିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ହେଲେ ଆମକୁ ସଂକୀର୍ଣ୍ଣ ସ୍ୱାର୍ଥ ତ୍ୟାଗ କରି ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ପଡିବ ବୋଲି ସେ କହିଥିଲେ । ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସସ୍ମିତା ବେହେରା ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ନିଜ ନିଜ ଜିଲ୍ଲାର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିପାଇଁ ପ୍ରଦେଶ ମହିଳା କଂଗ୍ରେସର ସଂପୂର୍ଣ୍ଣ ସହଯୋଗ ରହିବ ବୋଲି ସେ କହିଥିଲେ । ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ଅତ୍ୟାଚାରକୁ ମହିଳା କଂଗ୍ରେସ ଦୃଢ଼ ବିରୋଧ କରିବ ବୋଲି ସେ କହିଥିଲେ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସନ୍ଧ୍ୟା ମହାପାତ୍ର, ରତ୍ନମଣି ଉଲାକା, ପ୍ରଣତି ମିଶ୍ର, ଅଜୟନ୍ତୀ ପ୍ରଧାନ, ସୁମିତ୍ରା ଜେନା, ସ୍ୱାଗତିକା ପଟ୍ଟନାୟକ, ଗିରିବାଳା ବେହେରା, ସୁକାନ୍ତି ଦାସ, ସ୍ୱାଧୀନବାଳା ଦାସ, ଶୋଭା ସିଂ, ଦେବସ୍ମିତା ସାମଲ, ପ୍ରତିମା ମଲ୍ଲିକ, ମିନତି ସିଂ, ସବିତା ସିଂ, ଜୟଶ୍ରୀ ପଟ୍ଟନାୟକ, କନକଲତା ମଲ୍ଲିକ, ସରିତା ରଥ, ଜ୍ୟୋସ୍ନାରାଣୀ ଦାସ, ମିତା ରାୟ, ସ୍ନେହଲତା ନାୟକ, ସ୍ନେହଲତା ଚୌଧୁରୀ, ଇନ୍ଦିରା ମିତ୍ର, ଜାନକୀ ମଲ୍ଲିକ, ଶଶି ମୁଣ୍ଡା, ପଦ୍ମା ଆଚାର୍ଯ୍ୟ, ପ୍ରଭାତୀ ମିଶ୍ର, ସୁଚିତ୍ରା ବେଉରା, ଆରତୀ ସ୍ୱାଇଁ, ମମତା ପ୍ରଧାନ, ଅନୁପମା କହଁର, ମାନସୀ ହରିଚନ୍ଦନ, ଉଲ୍ଲାସ ମଲ୍ଲିକ, ସୁରେଖା ସାହୁ, ଟି. ପ୍ରେମାଞ୍ଜଳୀ, ଗାୟତ୍ରୀ ପାଣିଗ୍ରାହୀ, ମାଧବୀ ସେନାପତି, ରଞ୍ଜିତା ଯୋଶୀ, ଦେବିଶ୍ରୀ ପ୍ରଧାନ, ଭାଗ୍ୟଶ୍ରୀ ପ୍ରଧାନ, ପଙ୍କଜିନୀ ଦାସ, ଉର୍ବଷି ମିଶ୍ର, ବବିତା ମଲ୍ଲିକ, ଇନ୍ଦୁମତି ନାୟକ ପ୍ରମୁଖ ବହୁ ମହିଳା କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।

Share in top social networks!