ଇଦ୍-ଉଲ୍-ଜୁହା ପର୍ବ ବେଳେ ଗୋହତ୍ୟା ହେବାରୁ ଆତ୍ମାହୂତି

gosevasamitiଇଦ୍-ଉଲ୍-ଜୁହା ପର୍ବ ବେଳେ ଗୋହତ୍ୟା ବନ୍ଦ ପାଇଁ ସମ୍ମିଳିତ ଗୋରକ୍ଷା ମହାଭିଯାନ ନ୍ୟାସ ପକ୍ଷରୁ ରାଜ୍ୟ ସରକାର, ପୋଲିସ ପ୍ରଶାସନ ଓ ଓଡିଶାର ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନଙ୍କୁ ନିବେଦନ କଲାପରେ ମଧ୍ୟ ଓଡିଶାର ପ୍ରତ୍ୟେକ ମୁସଲମାନ ସାହି ବସ୍ତିରେ ଭୋକ ଉପାସରେ ବନ୍ଧାହୋଇଥିବା ଗୋମାତାମାନଙ୍କୁ ଉଦ୍ଧାର କରାଗଲା ନାହିଁ କି ରାଜ୍ୟରେ ବ୍ୟାପକ ପରିମାଣରେ ହୋଇଥିବା ଗୋହତ୍ୟାକୁ ବନ୍ଦ କରାଗଲା ନାହିଁ ।
ଓଡିଶା ଗୋହତ୍ୟା ନିବାରଣ ଆଇନ ୧୯୬୦ ଏବଂ ଓଡିଶା ଗୋହତ୍ୟା ନିବାରଣ ନିୟମ, ୧୯୬୬ରେ ରହିଥିବା ଆଇନ ବ୍ୟବସ୍ଥା ଓ ନିୟମକୁ ଉଲ୍ଲଙ୍ଘନ କରି ବିପୁଳ ପରିମାଣରେ ଗୋହତ୍ୟା ଖୋଲାଖୋଲି ଭାବରେ ହୋଇଥିଲେ ବି ରାଜ୍ୟ ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପ୍ରାଣୀ ଚିକିସôକମାନେ କୈାଣସି ପଦକ୍ଷେପ ନ ନେଇ ନୀରବ ରହି ଯାଇଛନ୍ତି ।
ଓଡିଶା ରାଜ୍ୟ ଗୋହତ୍ୟା ନିବାରଣ ଆଇନ ୧୯୬୦ ଅନୁଯାୟୀ ୧୪ ବର୍ଷରୁ କମ୍ ବୟସ୍କ ଗୋରୁଙ୍କୁ ହତ୍ୟା କରିବା ନିଷେଧ । କୈାଣସି ଗୋରୁଙ୍କୁ ହତ୍ୟା କରିବା ପୂର୍ବରୁ ଏହାର କାରଣ ଓ ଉପଯୁକ୍ତ ଅଧିକାରୀଙ୍କଠାରୁ ଅନୁମିତ ପ୍ରମାଣପତ୍ର ଆଣିବା ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ବକ୍ରିଇଦ୍ ଦିବସରେ ଏଥିପ୍ରତି ଧ୍ୟାନ ଦିଆ ନଯାଇ ଖୋଲାଖୋଲି ବିପୁଳ ପରିମାଣରେ ଗୋହତ୍ୟା କରାଯାଇଛି । ଏଦିଗରେ ସରକାର କୈାଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ।
ହିନ୍ଦୁ ଧର୍ମରେ ତେତିଶ କୋଟିର ଦେବତା ରୂପେ ପୂଜା ପାଉଥିବା ଗୋମାତାଙ୍କୁ ବକ୍ରିଇଦର ଦ୍ୱାହି ଦେଇ ଅତି ନିଷ୍ଠୁରତା ଭାବେ ହତ୍ୟା କରାଯିବା ଆମ ରାଜ୍ୟ ପାଇଁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏହା ନିନ୍ଦନୀୟ ।
ବକି୍ରଇଦ୍ ପର୍ବରେ ଗୋରୁ ଗାଈ ଓ ଷଣ୍ଢମାନଙ୍କୁ ହତ୍ୟା କରି ସେମାନଙ୍କର ରକ୍ତକୁ କେତେକ ସ୍ଥାନରେ କେନାଲ ଓ ଛୋଟ ଛୋଟ ନଦୀନାଳରେ ଛାଡିବା ଦ୍ୱାରା ପାଣିକୁ ଦୂଷିତ କରିବା ଏବଂ ପଚାସଡା ମାଂସକୁ ଖୋଲା ସ୍ଥାନରେ ପକାଇବା ଦ୍ୱାରା ଦୁର୍ଗନ୍ଧମୟ ହୋଇ ବାୟୁମଣ୍ଡଳ ଦୂଷିତ ହୋଇଛି । ଏଦିଗରେ ସରକାର ଓ ମୁ୍ୟନିସିପାଲଟି କର୍ପୋରେସନ ବି କୈାଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ।
ଗୋମାତାଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଗୋଭକ୍ତମାନଙ୍କ ନାମରେ ମିଥ୍ୟା ଅଭିଯୋଗ ଅଣାଯାଇ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ସହ ଦୀର୍ଘଦିନ ଧରି କାରାଗାରରେ ନିର୍ଯ୍ୟାତନା ଦିଆଯାଉଛି ।
ସମ୍ମିଳିତ ଗୋରକ୍ଷା ମହାଭିଯାନ ନ୍ୟାସ ପକ୍ଷରୁ କରାଯାଇଥିବା ସମସ୍ତ ଦାବି ଗୁଡିକୁ ସରକାର ହତାଦାର କରି ଏଡାଇ ଦେଲେ ଏବଂ ମୁସଲମାନମାନେ ବକ୍ରିଇଦ୍ରେ ବ୍ୟାପକ ପରିମାଣରେ ଗୋହତ୍ୟା କରିବାରୁ ବାଧ୍ୟ ହୋଇ ଆତ୍ମହୁତି ପଥ ବାଛି ନେଲି ବୋଲି କହି ସନ୍ଥ ଶ୍ରୀକୃଷ୍ଣ ଦାସ ଆତ୍ମହୁତି ଦେବାବେଳେ ପୋଲିସ ଗିରଫ କରି ନେଇ ଥିଲେ ଏବଂ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେବାଶିଷ ପଟ୍ଟନାୟକ,ଭୁପେଶ କୁମାର ନାଏକ, ସୁରେନ୍ଦ୍ର ନାୟକ, ଅମର କୁମାର ରାମ, ହିଂମାଶୁ ବେହେରା, ଅମ୍ବିକା ପ୍ରସାଦ ମହାନ୍ତି,ଆଚାର୍ଯ୍ୟ ଜୀଙ୍କ ସମେତ ଶତାଧିକ ଗୋଭକ୍ତ ଭାଗ ନେଇ ଗୋହତ୍ୟା ବନ୍ଦ ପାଇଁ ଦାବି କରିଥିଲେ ।

Share in top social networks!