ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଆମ ପ୍ରେରଣାର ଉତ୍ସ : ବିଜେପି

deendayalଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତ୍ୟୋଦୟର ମନ୍ତ୍ରଦ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ୨୫ ସେପ୍ଟେମ୍ବର ୧୯୧୬ ମସିହାରେ ହୋଇଥିଲା । ଭାରତୀୟ ସଭ୍ୟତା ଓ ସଂସ୍କୃତିର ଚିନ୍ତନଧାରାକୁ ଆଧାର କରି ସେ ବିଶ୍ୱକୁ ଏକାତ୍ମ ମାନବବାଦର ସନେ୍ଦଶ ଦେଇଥିଲେ । ସମାଜର ଅନ୍ତିମ ସୋପାନରେ ଠିଆ ହୋଇଥିବା ସବୁଠାରୁ ଗରିବ ଲୋକଙ୍କୁ କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ପାଇଁ ଅନ୍ତ୍ୟୋଦୟର ମାର୍ଗ ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଏହାକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ପରିଚାଳିତ ।

ତାଙ୍କର ସ୍ମୃତିରେ କେନ୍ଦ୍ର ସରକାର ୨ଟି କେନ୍ଦ୍ରୀୟ ଯୋଜନା ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଓ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ବିକାଶ ଯୋଜନା ପ୍ରଣୟନ କରିଛନ୍ତି । ଆଜିଠାରୁ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ରାଜ୍ୟ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ସହ ଏହାକୁ ବଜାୟ ରଖି କାର୍ଯ୍ୟ କରିବା ପାଇଁ ଦଳୀୟ ନେତା ଏବଂ କର୍ମକର୍ତ୍ତାଙ୍କୁ ବରିଷ୍ଠ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ ।

ଆଜିର ଏହି ସଭାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ, ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଧାୟକ ପ୍ରଦୀପ ପୁରୋହିତ, ଉପ ସଭାନେତ୍ରୀ ସୁରମା ପାଢୀ, ଉପ ସଭାପତି ପ୍ରତାପ ଷଢଙ୍ଗୀ ଓ ପୃଥ୍ୱୀରାଜ ହରିଚନ୍ଦନ, ସଂପାଦିକା ନିୟତି ଗିରି, ସଂପାଦକ ବିରଞ୍ଚି ତ୍ରିପାଠୀ ଓ ଛୋଟେଲାଲ ମହନ୍ତ, ଜିଲ୍ଲା ସଭାପତି ଅମୀୟ ଦାଶ ଓ ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ଦାସ୍, ଜଗନ୍ନାଥ ପ୍ରଧାନ, ଦିଲୀପ ମଲ୍ଲିକ, ସୁକାନ୍ତ ପାଣିଗ୍ରାହୀ, ଶିବାଜୀ ମହାନ୍ତି, ରତିକାନ୍ତ ଦାଶ, ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ଠାକୁର ରଣଜିତ ଦାଶ, ବିଜେପି ବାର୍ତ୍ତା ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Share in top social networks!