ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟର ଏମବିବିଏସ ପାଠ୍ୟକ୍ରମ ନ ଥାଇ ଏମଡି କୋର୍ସ ଅନୁମତି ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

11224781_1411041959222188_1520012101701116430_nଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରର ପାଥୋଲୋଜି ଏବଂ ନିଶ୍ଚେତକ (ଆନସ୍ଥିସିଓଲୋଜି) ବିଭାଗରେ ଏମଡି ପାଠ୍ୟକ୍ରମ ପ୍ରାରମ୍ଭ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଜେ.ପି. ନzା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ବିଶେଷ ଅନୁମତି ପ୍ରଦାନ କରିଛନ୍ତି ।

ଶ୍ରୀ ପ୍ରଧାନଙ୍କୁ ଶ୍ରୀ ନzା ଏକ ପତ୍ର ଲେଖ# ଜଣାଇଛନ୍ତି ଯେ ସାଧାରଣ ନିୟମ ଅନୁସାରେ ଏମବିବିଏସ ପାଠ୍ୟକ୍ରମ ଚାଲୁଥ#ବା ବିଷୟରେ ହିଁ ଏମଡି ପାଠ୍ୟକ୍ରମର ପ୍ରଚଳନ ବ୍ୟବସ୍ଥା କରାଯାଇଥାଏ । ମାତ୍ର ବିଶେଷ ବ୍ୟବସ୍ଥା ମାଧ୍ୟମରେ ଆଚାର୍ଯ୍ୟ ହରିହର ଅନୁଷ୍ଠାନରେ ଏମବିବିଏସ ପାଠ୍ୟକ୍ରମ ନ ଥାଇ ପାଥୋଲୋଜି ଓ ନିଶ୍ଚେତକ ବିଭାଗର ଏମଡି ପାଠ୍ୟକ୍ରମ ଖୋଲାଯିବାର ନିଷ୍ପତ୍ତି ହୋଇଛି ।

ଶ୍ରୀ ନzା କହିଛନ୍ତି ଯେ ପୋଷ୍ଟ ଗ୍ରାଜୁଏସନ ମେଡିକାଲ ଏଣ୍ଡ ରିସର୍ଚ ନିୟମ ୨୦୦୦ର ୮ (୧ଏ) ଧାରା ଅନୁସାରେ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରେ ଏହି ଦୁଇ ଏମଡି କୋର୍ସ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଅଳ୍ପ କେତୋଟି ହାତ ଗଣା ପ୍ରଖ୍ୟାତ ଚିକିତ୍ସା ଅନୁଷ୍ଠାନକୁ ଏହି ବିଶେଷ ନିୟମ ଆଧାରରେ ଅନୁମତି ପ୍ରଦାନ କରାଯାଇଥ#ଲା । ଦେଶରେ ଡ଼. ରାମ ମନୋହର ଲୋହିଆ ଚିକିତ୍ସାଳୟ ସମେତ କିଛି ବଛା ବଛା ଚିକିତ୍ସା ସଂସ୍ଥାମାନଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଛି ।
ୃଏହି ବିଶେଷ ଅନୁମତି ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.
ନzାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଓଡିଶାର ସାଧାରଣ ଲୋକଙ୍କର ପାଇଁ ଏହି ବିଶେଷ ଅନୁମତି ହୋଇଥ#ବାରୁ
ଶ୍ରୀ ପ୍ରଧାନ, ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share in top social networks!