ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତ୍ତା ବୈଠକ; ଗୁଣାତ୍ମକ ସଭ୍ୟସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ।

pcccପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତାଙ୍କ ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ବି.କେ. ହରିପ୍ରସାଦ, ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର ଓ ସହପ୍ରଭାରୀ ଶ୍ରୀ ଶୁଭଙ୍କର ସରକାର ଯୋଗ ଦେଇଥିଲେ ।

ଅଖିଳ ଭାରତ କଂଗ୍ରେସ କମିଟି ଉପାଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧିଙ୍କ ସଂପୂର୍ଣ୍ଣ ସଫଳ ହୋଇଥିବା ଯୋଗୁଁ ସମସ୍ତ କର୍ମକର୍ତ୍ତାମାନଙ୍କୁ ଏ.ଆଇ.ସି.ସି ତଥା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ରାହୁଲଜୀଙ୍କ ଦୁଇଦିନିଆ ଓଡିଶା ଗସ୍ତର ସଫଳତାରେ ଜନସାଧାରଣ ଯେଉଁଭଳି ଭାବରେ ପ୍ରଭାବିତ ହୋଇଛନ୍ତି ସେହି ପଦଯାତ୍ରା କାର୍ଯ୍ୟକ୍ରମ ପିସିସି ପକ୍ଷରୁ ପୁଣି ଆରମ୍ଭ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ଦଶଟି ପର୍ଯ୍ୟାୟରେ ପଦଯାତ୍ରା ଅନୁଷ୍ଠିତ ହେବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହୋଇ ଆଗାମୀ ମାର୍ଚ୍ଚ ମାସରେ ଶେଷ ହେବ ।

ଏହି ପଦଯାତ୍ରାରେ ସଭାପତି ଶ୍ରୀ ହରିଚନ୍ଦନ ନେତୃତ୍ୱ ନେବା ସହିତ ଓଡିଶା ପ୍ରଭାରୀ ଶ୍ରୀ ବି.କେ ହରିପ୍ରସାଦ ଓ ସହପ୍ରଭାରୀ ଶ୍ରୀ ଶୁଭଙ୍କର ସରକାର, ଅନ୍ୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦ ଯୋଗଦେବେ । ଏହି ପଦଯାତ୍ରା ବେଳେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ଉପସ୍ଥାପିତ କରାଯିବ । ବିଧାନସଭାର ବଜେଟ୍ ଅଧିବେସନ ବେଳକୁ ଭୁବନେଶ୍ୱର ଠାରେ ଏକ ବିଶାଳ ସମାବେଶର ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଅଛି । ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରଙ୍କ ବିଫଳତାକୁ ନେଇ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଜୋରଦାର ଆନେ୍ଦାଳନ ଗଢିତୋଳିବା ପାଇଁ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ କଂଗ୍ରେସ ନେତୃବୃନ୍ଦ ପରାମର୍ଶ ଦେଇଥିଲେ ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟ ଅବସ୍ଥା ଭୁଷୁଡି ପଡିଛି । ମରୁଡି ଅବସ୍ଥା ରାଜ୍ୟରେ ବର୍ତ୍ତମାନ ଉଦ୍ବେଗଜନକ । ଘନଘନ ବିଜୁଳି କାଟ ରାଜ୍ୟବାସୀଙ୍କ ବଞ୍ଚôବାକୁ ଦୁର୍ବିସହ କରିଦେଲାଣି । ଚାଷୀ ଓ ଚାଷ ଏବେ ସଂଙ୍କଟରେ । ଏଣୁ ଏ ସମସ୍ତ ବିଫଳତାକୁ ନେଇ ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚôବା ସହିତ ସେମାନଙ୍କ ପାଇଁ ଲଢେଇ କରିବାକୁ କର୍ମକର୍ତ୍ତାଙ୍କୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ସାଂଗଠନିକ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ପଦକ୍ଷେପ ନେବା ସହ ବୁଥ୍ ସ୍ତର ପର୍ଯ୍ୟନ୍ତ ଦଳକୁ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ନାମକୁ ମାତ୍ର ସଭ୍ୟ ନୁହେଁ, ପ୍ରତିଶ୍ରୁତି ବଦ୍ଧ ଓ ଗୁଣାତ୍ମକ ସଭ୍ୟ ସଂଗ୍ରହ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । କର୍ମକର୍ତ୍ତାଙ୍କ ପାଇଁ ଦାୟିତ୍ୱ ବଣ୍ଟନ କରାଯିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ଶେଷରେ ଯୁବ କଂଗ୍ରେସ ସଭାପତି ଶ୍ରୀ ରଜତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!