ଜନସଂପର୍କ ପଦଯାତ୍ରା ପାଇଁ ୧୨୧ ଜଣିଆ ପର୍ଯ୍ୟବେକ୍ଷକ ମନୋନୀତ: ବିଜେଡି

SURYAPATROଅକ୍ଟୋବର ୨ ପବିତ୍ର ଗାନ୍ଧି ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣଙ୍କ
ଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଜନ ସଂପର୍କ ପଦଯାତ୍ରା’ କାର୍ଯ୍ୟକ୍ରମ ବିଜୁ ଜନତା ଦଳ ପକ୍ଷରୁ ଆୟୋଜନ ହେବାକୁ
ଯାଉଛି । ଏଥିରେ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ସାମିଲ ହୋଇ ସରକାରଙ୍କ ସଫଳତାର ବାର୍ତ୍ତା ପ୍ରସାର ସହ ବିଭିନ୍ନ
ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ସଚେତନତା ସୃଷ୍ଟି କରିବେ । ବିଜୁ ଜନତା ଦଳ ଗତ ନିର୍ବାଚନ ସମୟରେ
ଦେଇଥିବା ପ୍ରତିଶ୍ରୁତିର ପରିପୂରଣ ଓ ସେ ଦିଗରେ ଅଗ୍ରଗତି ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ
ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଓ ପକ୍ଷପାତିତା ପ୍ରସଂଗରେ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବେ ।
ଏହି ଲୋକ ସଂପର୍କ ପଦଯାତ୍ରାର ସଫଳତା ପାଇଁ ଦଳ ପକ୍ଷରୁ ବ୍ୟବସ୍ଥାବଳୀ ଚୂଡ଼ାନ୍ତ ହୋଇଛି । ରାଜ୍ୟ ସ୍ତରରେ
ପଦଯାତ୍ରାକୁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ
ଶୁଭାରମ୍ଭ କରିବେ । ମନ୍ତ୍ରୀ, ସାଂସଦ ଓ ଦଳର ବରିଷ୍ଠ ନେତାମାନେ ଦଳ ତରଫରୁ ପ୍ରତିନିଧି ରୂପେ ଅକ୍ଟୋବର ୨
ତାରିଖରେ ଜିଲ୍ଳା ସଦର ମହକୁମାରେ ଆୟୋଜିତ ପଦଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦଳ ପକ୍ଷରୁ
ନିଷ୍ପତ୍ତି ନିଆଯାଇଛି ଏବଂ ଏହାକୁ ପରିଚାଳନା କରିବା ପାଇଁ ଏକ ରାଜ୍ୟସ୍ତରୀୟ ସଂଯୋଜନା କମିଟି ମଧ୍ୟ ଘୋଷଣା
କରାଯାଇଛି ।
ବିଜୁ ଜନତା ଦଳ ପଦଯାତ୍ରା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ
କ୍ରମେ ଦଳର ଛାମୁଆ ସଂଗଠନ ଓ ଦଳୀୟ ନେତୃମଣ୍ଡଳୀଙ୍କୁ ନେଇ ୩୨ଟି ସାଂଗଠନିକ ଜିଲ୍ଲା ସହ ମୟୂରଭଞ୍ଜ, ଗଞ୍ଜାମ
ଓ କଟକ ଜିଲ୍ଳାକୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭକ୍ତ କରାଯାଇ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।
ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ଓ ପଞ୍ଚାୟତରେ ଅନୁଷ୍ଠିତ ପଦଯାତ୍ରାକୁ ତଦାରଖ କରି କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ
ପ୍ରଦାନ କରିବାକୁ ମାନ୍ୟବର ସଭାପତି ନିଦେ୍ର୍ଧଶ ଦେଇଛନ୍ତି ।
ଅନୁଗୁଳ ଜିଲ୍ଲା ପାଇଁ ନବୀନ ନନ୍ଦ, ବିନୋଦିନୀ ସାମଲ, ଯଶୋବନ୍ତ ପରିଡ଼ା ଓ ସଂଗୀତା ଶର୍ମା, ଭୁବନେଶ୍ୱର ପାଇଁ
ନରେନ୍ଦ୍ର ସ୍ୱାଇଁ, ରବି ସାମଲ ଓ ଅଳକା ରାୟ, ଭଦ୍ରକ ପାଇଁ ଜଲିଲ ଖାଁ, ଧର୍ମେଶ ନାୟକ ଓ କ୍ୱାହାର ସୁଲତାନ, ବୌଦ୍ଧ
ପାଇଁ ଯୋଗେନ୍ଦ୍ର ସ୍ୱାଇଁ, ଉତ୍ତର ପାତ୍ର ଓ ମାଳତୀ ଗୁରୁ, ବଲାଙ୍ଗୀର ପାଇଁ ଅଜୟ ନାୟକ, ସଞ୍ଜୟ ବାବୁ ଓ ପ୍ରଭାସିନୀ
ଷଢ଼ଙ୍ଗୀ, ବାଲେଶ୍ୱର ପାଇଁ ରାଜେନ୍ଦ୍ର ଦାସ, କ୍ଷୀରୋଦ ରାଉତ ଓ ଦେବକୀ ଦାସ, ବରଗଡ଼ ପାଇଁ ଅମରେନ୍ଦ୍ର ଗଙ୍ଗଦେବ,
ତ୍ରିନାଥ ଗୁଆଲ ଓ ସିପ୍ରା ମହାନ୍ତି, କଟକ ସିଟି ପାଇଁ ଅନନ୍ତ ନାରାୟଣ ଜେନା, କନକପ୍ରଭା ଲେଙ୍କା ଓ ଶ୍ରୀମୟୀ ମିଶ୍ର,
କଟକ ଗ୍ରାମାଞ୍ଚଳ ପାଇଁ ଅଲେଖ ଜେନା, ଅମରେନ୍ଦ୍ର ଦାସ ଓ ଇତିଶ୍ରୀ ସାମଲ, ଦେବଗଡ଼ ପାଇଁ ବୃନ୍ଦାବନ ମାଝୀ, ସଞ୍ଜୀବ
ନାୟକ ଓ କବିତା ପୁରୋହିତ, ଢେଙ୍କାନାଳ ପାଇଁ ଶକ୍ତି ପଟ୍ଟନାୟକ, ଯୁଗଳ ନାୟକ, ଦୁର୍ଗା ପ୍ରସାଦ ସାମନ୍ତରାୟ ଓ
ବିଜୁ ଜନତା ଦଳ, ଓଡ଼ିଶା
ମନୋରମା ଆଚାର୍ଯ୍ୟ, ଗଜପତି ପାଇଁ ଟି. ଗୋପୀ, ଉମା ନାୟକ, ଧୀରେନ୍‍ ମହାରଣା ଓ ସନ୍ତୋଷିନୀ ଥାନପତି,
ଗଞ୍ଜାମ-୧ ପାଇଁ ସତ୍ୟନାରାୟଣ ପ୍ରଧାନ, ସୌମେନ୍ଦ୍ର ଘୋଷ, ପୃଥ୍ୱୀରାଜ ସାହୁ ଓ ସରଳା ସ୍ୱାଇଁ, ଗଞ୍ଜାମ-୨ ପାଇଁ
ଯୋଗେନ୍ଦ୍ର ତ୍ରିପାଠୀ, ଅକ୍ଷୟ ମହାନ୍ତି, ପ୍ରଦୀପ ନାୟକ ଓ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ, ଜଗତସିଂହପୁର ପାଇଁ ପ୍ରଫୁଲ୍ଲ ସିଂହ,
ଅଶୋକ ସାମଲ, ନିଶିକାନ୍ତ ପ୍ରଧାନ ଓ ଶକୁନ୍ତଳା ସାହୁ, ଯାଜପୁର ଜିଲ୍ଳା ପାଇଁ ଜଗନ୍ନାଥ ସ୍ୱାଇଁ, କୌଶିକ ଜେନା, ସୁଶାନ୍ତ
ରାଉତ ଓ ଉର୍ମିଲତା ଦାସ, ଝାରସୁଗୁଡ଼ା ପାଇଁ ପ୍ରଭାତ ଆଦିତ୍ୟ ମିଶ୍ର, ସୌଭାଗ୍ୟ ନାୟକ ଓ ଫିଲ୍‍ସିତା ଲାକ୍ରା, ଖୋର୍ଦ୍ଧା
ପାଇଁ ଦିବାକର ପାତ୍ର, ରଞ୍ଜନ ପୋଲାଇ, ଅକ୍ଷୟ ବେହେରା ଓ କେ.ଶାନ୍ତି, କେନ୍ଦ୍ରାପଡ଼ା ପାଇଁ ଅନୀତା ବେହେରା, ସତ୍ୟ
ଜେନା ଓ ସବିତା ମହାପାତ୍ର, କନ୍ଧମାଳ ପାଇଁ କୈଳାସ ରଣା, ବିଜୟ ପାଲଟାସିଂହ ଓ ମମତା ବିଶୋୟୀ, କେନ୍ଦୁଝର
ପାଇଁ ଧର୍ମାନନ୍ଦ ବେହେରା, ସୁଶାନ୍ତ ଚୌଧୁରୀ ଓ ଗୀତାଞ୍ଜଳୀ ବସ୍ତିଆ, କୋରାପୁଟ ପାଇଁ ଜିତେନ୍ଦ୍ର ସିଂହଦେଓ, ତେଜେଶ୍ୱର
ପରିଡ଼ା, ବଂଶୀଧର ମୁଦୁଲି ଓ ସମ୍ପା ମଜୁମଦାର, କଳାହାଣ୍ଡି ପାଇଁ ସୁବାଷ ସିଂହ, ଦେବେନ୍ଦ୍ର କହଁର, ଭାନୁପ୍ରତାପ ସିଂହ
ଓ ସଂଯୁକ୍ତା ମାହଲ, ମାଲକାନଗିରି ପାଇଁ ସୂର୍ଯ୍ୟନାରାୟଣ ରଥ, ବଦ୍ରି ନାରାୟଣ ସିଂହ ଓ ସୌମ୍ୟ ସାଗରିକା ଶୁକ୍ଳା,
ମୟୂରଭଞ୍ଜ -୧ ପାଇଁ ରବି ମଲ୍ଲିକ, ଗିରିଶ ଦାସ, ଯଜାତି ଦାସ ଓ ସୁନୀତି ସିଂହ, ମୟୂରଭଞ୍ଜ-୨ ପାଇଁ ସୁରେନ୍ଦ୍ର
ପରମାଣିକ, ଗୌରଗୋପାଳ ଦାସ, ଆଶିଷ ଚକ୍ରବର୍ତ୍ତୀ, ଜଗନ୍ନାଥ ସିଂହ ଓ ଲକ୍ଷ୍ମୀପ୍ରିୟା ସଏ, ନବରଙ୍ଗପୁର ପାଇଁ
ରମାକାନ୍ତ ରାଉଳ, ବିନାୟକ କର ଓ ପଦ୍ମିନୀ ଦିଆନ୍‍, ନୂଆପଡ଼ା ପାଇଁ ପ୍ରମୋଦ ପଟ୍ଟନାୟକ, ଯତେଶ ଚନ୍ଦ୍ର ଖମାରୀ
ଓ ପ୍ରଭାସିନୀ ନନ୍ଦ, ନୟାଗଡ଼ ପାଇଁ ରେବତୀ ମୋହନ ନାୟକ, ଲେଲିନ୍‍ ମହାନ୍ତି, ମାନଭଞ୍ଜନ ବେହେରା ଓ ସଂଯୁକ୍ତା
ମହାନ୍ତି, ପୁରୀ ପାଇଁ ରବି ପାଣି, ଟି.ପ୍ରସାଦ ରାଓ ଦୋରା, ଅମରେଶ ଜେନା ଓ ସନ୍ଧ୍ୟାରାଣୀ ବିଶ୍ୱାଳ, ରାୟଗଡ଼ା ପାଇଁ
ଅନୁପ ପାତ୍ର, ଈଶ୍ୱର ପାଣିଗ୍ରାହ ଓ ଜ୍ୟୋତ୍ସ୍ନା ପାଢ଼ୀ, ରାଉରକେଲା ପାଇଁ ମୋଜିବୁଲ୍ଳା ଖାଁ, ଶେଖ୍‍ ନିଜାମୁଦ୍ଧିନ୍‍, ସୁମନ୍ତ
ପଣ୍ଡା ଓ ମଞ୍ଜୁ ପ୍ରଧାନ, ସୋନପୁର ପାଇଁ ଶେଷ ମେହେର, ଅଶୋକ ସାହୁ ଓ ସାଗରିକା ମିଶ୍ର, ସୁନ୍ଦରଗଡ଼ ପାଇଁ ସିଦ୍ଧାର୍ଥ
ଦାସ, ସଞ୍ଜିତ ମହାନ୍ତି ଓ ସରୋଜିନୀ ରାଜ ଏବଂ ସମ୍ବଲପୁର ଜିଲ୍ଲା ପାଇଁ ହିମାଂଶୁ ଶେଖର ବିଶ୍ୱାଳ, ପ୍ରିୟଦର୍ଶୀ ପ୍ରତୁ୍ୟଷ
ରଥ ଓ ଜ୍ୟୋତି ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ
ଆସନ୍ତା ୨୮ ତାରିଖ ଦିନ ପୂର୍ବାହ୍ଣ ୧୦.୩୦ ମିନିଟ୍‍ରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଏହି ବୈଠକରେ
ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ଦଳର ମୁଖପାତ୍ର ଶ୍ରୀ
ପ୍ରତାପ ଜେନା ସୂଚନା ଦେଇଛନ୍ତି ।

Share in top social networks!