ଓଡିଶା ସଚିବାଳୟ ସେବା ସଂଘର ପ୍ରତିବାଦ ସଭା

ଜାନୁଆରୀ 2013ରେ ଓଡିଶା ସଚିବାଳୟ ସେବା ସଂଘର ଆହ୍ଵାନରେ ସଚିବାଳୟ ପରିସରରେ ଏକ ପ୍ରତିବାଦ ସଭା ସଭାପତି ଶ୍ରୀ ପ୍ରହଲ୍ଲାଦ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା | ଏଥିରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ପରିବର୍ତ୍ତନ କରିବାକୁ ଯାଉଥିବା ରିଭାଇଜଡ୍ ଆସ୍ୟୁରଡ୍ କ୍ୟାରିୟର ପ୍ରୋଗ୍ରେସନ ସ୍କିମ ମାଧ୍ୟମ ରେ ୪୪୦୦ ଟଙ୍କାର ଏକ ନୃତନ ବିକୃତ ଗ୍ରେଡ ପେ ଲାଗୁ କରିବାକୁ ନେଇଥିବା ନିଷ୍ପତ୍ତି କୁ ବିରୋଧ କରାଯାଇଥିଲା | ସଚିବାଳୟ ସେବା ସଂଘର ପ୍ରମୁଖ ଦାବି ପୂରଣ ଦିଗରେ ସରକାର କରିଥିବା ଅବହେଳାର ମଧ୍ୟ ପ୍ରତିବାଦ କରାଯାଇଥିଲା |
03 SECRETERIATE S.O,A.S.O DHARANA (2)
ତେବେ ମୁଖ୍ୟମନ୍ତ୍ରୀ ସଂଘର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବାକୁ ବାର୍ତ୍ତା ପଠାଇବା ସହ ସଂଘର ସାଧାରଣ ସମ୍ପାଦକ ଶ୍ରୀ କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ | ଆଲୋଚନା ବେଳେ ଉନ୍ନୟନ କମିଶନର ପ୍ରତିଶ୍ରୁତି ଦେଇଥିଲେ ଯେ ୪୪୦୦ ଭଳି କୌଣସି ନୂତନ ଗ୍ରେଡ ପେ ସୃଷ୍ଟି କରାଯିବ ନାହିଁ ଏବଂ କେନ୍ଦ୍ର ସରକାରଙ୍କ ଢାଞ୍ଚା ରେ ଅବିକଳ ରିଭାଇଜଡ୍ ଆସ୍ୟୁରଡ୍ କ୍ୟାରିୟର ପ୍ରୋଗ୍ରେସନ ସ୍କିମ ରାଜ୍ୟ ସରକାରୀ କର୍ମଚାରୀ ଙ୍କ ପାଇଁ ଲାଗୁ କରାଯିବ |

ସଚିବାଳୟ ସେବା ସଂଘର ପ୍ରମୁଖ ଦାବି ଗୁଡିକ ଉପରେ ସଂଘ ସହିତ ୭ ଦିନ ମଧ୍ୟରେ ଆଲୋଚନା କରି ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ | ଏହାପରେ ସଂଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଓ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ | ଏହି ଆଲୋଚନା ବେଳେ ସଂଘର ଉପସଭାପତି ଶ୍ରୀ ତାପସ ସାହୁ, ଗୌର ପ୍ରସାଦ ଦାସ, ଚେୟାରମ୍ୟାନ ରାଜୀବ ପରିଡା ଏବଂ ସୁନ୍ଦର ମୂର୍ତ୍ତି ବେହୁରିଆ ଓ ସଭ୍ୟ ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ |

କର୍ମଚାରୀ ମାନଙ୍କ ଧାରଣା ଯୋଗୁ ମନ୍ତ୍ରୀ, ବିଧାୟକ ମାନଙ୍କର ଯିବା ଆସିବା ଅଧଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା | ଆଉ କେତେକ ମନ୍ତ୍ରୀ ଧାରଣାର କିଛି ଦୂରରେ କଡ ଦେଇ ଚାଲି ଯାଇଥିବା ଦେଖାଯାଇଥିଲା | ଧାରଣାର ଓ ପ୍ରତ୍ୟାହୃତ ହେଲା ପରେ ମନ୍ତ୍ରୀ ଓ ବିଧାୟକମାନେ ଯିବା ଆସିବା କରିଥିଲେ | ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ମଧ୍ୟାନ୍ନ ଭୋଜନ ପାଇଁ ଘରକୁ ଯାଇଥିଲେ | ଧାରଣା ସମୟରେ ମୁଖ୍ୟମନ୍ତ୍ରୀଙ୍କ କରିଡର ଠାରେ ଏବଂ ଧାରଣା ଚାରି ପାଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ପରିଲକ୍ଷିତ ହୋଇଥିଲା |

Share in top social networks!
Powered By Indic IME