ଶିକ୍ଷକ ଆନ୍ଦୋଳନ ପ୍ରତ୍ୟାହୃତ: ନୂଆ ୩୯୯ ବିଦ୍ୟାଳୟ ଅନୁଦାନ ପରିସରଭୁକ୍ତ ହେଲେ

school-teacher-meet-to-cଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ସହିତ ଆଲୋଚନା ପରେ ଆଜି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଚାଲିଥ#ବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛିା ଆଜି ପୂର୍ବାହ୍ନରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ବୈଠକ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଥ#ଲାା

ବୈଠକରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ
ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ସାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସବର୍ମା, ଶକ୍ତିମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ଶ୍ରୀ ଉପେନ୍ଦ୍ର ନାଥ ବେହେରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଅର୍ଥ ସଚିବ ଶ୍ରୀ ଆର୍. ବାଲକ୍ରିଷ୍ଣନ୍, ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ସମେତ ଓଡ଼ିଶା ବିଦ୍ୟାଳୟ
ଶିକ୍ଷକ ମହାସଂଘର ପ୍ରତିନିଧ#ମାନେ ଯୋଗଦେଇଥ#ଲୋ ବୈଠକରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ପରିପ୍ରେକ୍ଷୀରେ ରାଜ୍ୟର ଆଥ#ର୍କ ସ୍ଥିତିକୁ ଦେଖ# ଯଥାସମ୍ଭବ ସମସ୍ୟାଗୁଡିକର ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥ#ଲାା

୨୦୧୩ ମସିହାରେ ପ୍ରଚଳିତ ଅନୁଦାନ ନୀତିର ପୁନଃ ସମୀକ୍ଷା କରାଯାଇ ୨୦୧୬-୧୭ ଆଥ#ର୍କ ବର୍ଷରେ ଅନୁଦାନ ନୀତି
ପ୍ରସ୍ତୁତ କରିବା ସଂପର୍କରେ ବୈଠକରେ ନିଷ୍ପତ୍ତି କରାଯାଇଥ#ଲାା ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ନୂଆ ପେନ୍ସନ୍ ନୀତିରେ ଅବସରକାଳୀନ ସୁବିଧା, ଏକ୍ସଗ୍ରାସିଆ ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ ବିଷୟରେ ଆଲୋଚନା କରାଯାଇଥ#ଲାା ଏଥ# ନିମନ୍ତେ ଅର୍ଥ ଏବଂ ଯୋଜନା ଓ ସମନ୍ୱୟ ବିଭାଗର ସହମତି ପରେ ଆସନ୍ତା ବର୍ଷ ଓ ତତ୍ ପରବର୍ତ୍ତୀ ବର୍ଷମାନଙ୍କ ପାଇଁ ଅନୁଦାନ ସୁବିଧା ସ୍ଥିର କରାଯିବା ଏଥ# ସହିତ ନୂଆ
୩୯୯ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ପାଇଁ ଅର୍ଥ ବିଭାଗର ସହମତି ପରେ ବିଦ୍ୟାଳୟ
ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ ବୋଲି ନିଷ୍ପତ୍ତି ହୋଇଛିା
ବୈଠକ ପରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ପ୍ରତିନିଧ#ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିବା ସହିତ ଆନ୍ଦୋଳନ ପ୍ରତ୍ୟାହାର
କରାଯାଇ ଆଜିଠାରୁ ବିଦ୍ୟାଳୟରେ ପାଠପଢା ଆରମ୍ଭ କରାଗଲା ବୋଲି ଅବଗତ କରାଇଥ#ଲୋ
ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କିରବା ସହିତ, ପିଲାମାନଙ୍କୁ ଛୁଟିଦିନମାନଙ୍କରେ ଶିକ୍ଷକମାନେ
ସ୍କୁଲ ଖୋଲାରଖ# ଶିକ୍ଷାଦାନ କରିବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ସଭାପତି ପ୍ରକାଶ
ଜେନା, ଆବାହକ ପ୍ରକାଶ ମହାନ୍ତି, ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀ, ଅଲୋସ୍ତାର ସଭାପତି ଶରତ
ପଣ୍ଡା ମଦ୍ରାସା ସଂଘର ସଭାପତି ମହମ୍ମଦ ଓ୍ୱାସିମ୍ ପ୍ରମୁଖ ଅବଗତ କରାଇଥ#ଲୋ

Share in top social networks!