କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ସି.ଆଇ.ଏଫ.ଏ (CIFA)ପରିଦର୍ଶନ ଓ ସମୀକ୍ଷା ।

cifaଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଭୁବନେଶ୍ୱର ଉପକଣ୍ଠରେ ଥିବା କୌଶଲାଗଙ୍ଗା ଠାରେ ଭାରତ ସରକାରଙ୍କ କୃଷି ଅନୁସନ୍ଧାନ ପରିଷଦ ର କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସି.ଆଇ.ଏଫ.ଏ) ପରିଦର୍ଶନରେ ଯାଇ ସେଠାରେ ଥିବା ପୋଖରୀ,ବିଭିନ୍ନ ମାଛକୁଣ୍ଡ, ମାଛମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟ, ମାଛ ପ୍ରଜଜନ ଓ ପାଳନ ହଚେରୀ, ରିସର୍ଚ ସେଂଟର ଆଦି ସ୍ଥାନ ବୁଲି ଦେଖିଥିଲେ ।

ପରେ ଶ୍ରୀ ଓରାମ ସିଫାର ବରିଷ୍ଠ ଅଧିକାରୀ. ବୈଜ୍ଞାନିକ, ଗବେଷକମାନଙ୍କରଏକ ସମୀକ୍ଷା ବୈଠକରେ ମାଛ ପ୍ରଜନନ, ଲାଳନପାଳନ, ମାଛମାନଙ୍କର ପ୍ରକାରଭେଦ, ବଜାରରେ ଏହାର ଚାହିଦା, ମାଛଚାଷର ବର୍ତମାନ ଓ ଭବିଷ୍ୟତ, ମାଛଚାଷ ପାଇଁ ସ୍ଥାନ ଓ ଅର୍ଥ ଉପାର୍ଜନ. ମାଛ ମାନଙ୍କର ପ୍ରଜନନ ବୈଷୟିକ ଜ୍ଞାନ ଆଦି ବିଷୟରେ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ । ମାଛାଚାଷ ଏକ ଲାଭ ଦାୟକ ହୋଇଥିବାରୁ ଏଥିରୁ କିପରି ଗ୍ରାମାଚଂଳର ଯୁବକଯୁବତୀମାନେ ଜଡ଼ିତ ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ଶ୍ରୀ ଓରାମ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷକରି ଭାରତ ସରକାରଙ୍କ ଟ୍ରାଇବାଲ ସବ-ପ୍ଲାନରେ ଆସୁଥିବା ଅର୍ଥରାଶିକୁ ସୁବିନିଯୋଗ କରି ନୂତନ ଅତ୍ୟାଧୁନିକ ଜ୍ଞାନକୌଶଳ ଉଦ୍ଭାବନ କରାଗଲେ ଆଦିବାସୀ ଗ୍ରାମାଚଂଳର କୃଷିଜୀବିମାନେ ଆର୍ଥୀକ ଦୃଷ୍ଟିରୁ ଆତ୍ମ ନିର୍ଭରଶୀଳÿ ହୋଇପାରିବେ ସେଥିପାଇଁ ଶ୍ରୀ ଓରାମ ଗୁରୁତ୍ୱାରୋପ କରିଥିଲେ ।

ଏହି ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ସିଫାର ନିଦେ୍ର୍ଧଶକ ଡ଼ଃ. ପି. ଜୟଶଙ୍କର,ଡ଼ଃ. ବି.ସି.ମହାପାତ୍ର, ପଦ୍ମନାଭ ରାଉତରାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କୃଷି ବୈଜ୍ଞାନିକ, ଗବେଷକ ଆଦି ଉପସ୍ଥିତ ଥିଲେ ।

Share in top social networks!