“କେନ୍ଦ୍ରୀୟ ଅବହେଳା” ପ୍ରସଙ୍ଗ ବିଜେଡିର କୁମ୍ଭୀର କାନ୍ଦଣା; ରାଜ୍ୟ ସରକାରଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର ପ୍ରଧାନ

12047081_894130080670572_7114473100793726342_nଗତକାଲି ବିଜୁ ଜନତା ଦଳ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିବାବେଳେ ତାହାର ଜବାବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ବିଜୁ ଜନତା ଦଳର କୁମ୍ଭୀର କାନ୍ଦଣା ଓ ପୁରୁଣା ଅଭ୍ୟାସ ବୋଲି କହିଛନ୍ତି । କେନ୍ଦ୍ର ସରକାର ଓଡିଶାକୁ ଅବହେଳା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ହୀନ ରାଜନୈତିକ ଉଦେ୍ଧ୍ୟଶମୂଳକ । ଚତୁର୍ଦ୍ଧଶ ଅର୍ଥ କମିଶନ ମାଧ୍ୟମରେ ଓଡିଶାକୁ ୪୨ ପ୍ରତିଶତ ଆର୍ଥିକ ଅନୁଦାନ ବ୍ୟବସ୍ଥା କରାଯାଇଛି । ଯାହାକି ପୂର୍ବାପେକ୍ଷା ୧୦ ପ୍ରତିଶତ ଅଧିକ ।

ଯାହା ଫଳରେ ଓଡିଶା ବାର୍ଷିକ ୧୨ ରୁ ୧୩ ହଜାର କୋଟି ଟଙ୍କା ଅଧିକ ପାଇବ । ଖଣି ନିଲାମୀ ବ୍ୟବସ୍ଥାରେ ଓଡିଶାକୁ ସମସ୍ତ ଅର୍ଥ ମିଳିବ । ରେଳବାଇର ବିକାଶ ପାଇଁ ୩୨୦୦ କୋଟି, ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରତ୍ୟେକକୁ ୧୭୯ କୋଟି ଟଙ୍କାର ଅର୍ଥ ବରାଦ ଏବଂ ତା’ସହ ଏମସିଏଲ୍, ଏନ୍ଟିପିସି ଓ ଆରଏସପି ମାଧ୍ୟମରେ ୩ଟି ମେଡିକାଲ କଲେଜର ପ୍ରତିଷ୍ଠା, ଆଇଆଇଏମ ଓ ଆଇଜର ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା, ରାଜପଥ, ଆକାଶପଥ ପ୍ରଭୃତି ଅନେକ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ବହୁଳ ଅର୍ଥ ଅନୁଦାନ ଦେଇ ଆସିଛନ୍ତି । ଓଡିଶାର ଯେକୈାଣସି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାର କ’ଣ ଆବଶ୍ୟକତା ଅଛି ତାହା ଦିଲ୍ଲୀ ନୁହେଁ ରାଜ୍ୟ ସରକାର ନିଷ୍ପତ୍ତି ନେବାର ଆବଶ୍ୟକତାକୁ କେନ୍ଦ୍ର ଉପଲବ୍ଧି କରି ସାମଗ୍ରିକ ଭାବେ ରାଜ୍ୟକୁ ଅର୍ଥ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାର ମାଗିବା ପୂର୍ବରୁ ଏବଂ ମାଗିବାଠୁ ଅଧିକ ଅର୍ଥ ଦେବାର ନଜିର ରହିଛି । ସବୁ କ୍ଷେତ୍ରରେ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଥିବା ବିଜେଡି ସରକାର ରାଜ୍ୟବାସୀଙ୍କୁ କେନ୍ଦ୍ର ଅବହେଳା କଥା କହି କେବଳ ଦିନରେ ଲଣ୍ଠନ ଦେଖାଉଛନ୍ତି ।

ବିପୁଳ ଜନାଦେଶ ପାଇ ଚତୁର୍ଥ ଥର ପାଇଁ ଶାସନକୁ ଆସିଥିବା ବିଜୁ ଜନତା ଦଳ ସରକାର ଦୁର୍ନିିତୀ ଓ ଅପାରଗତା ପଦାରେ ପଡିଗଲା ପରେ ନିଜକୁ ବଞ୍ଚାଇବା ପାଇଁ କେନ୍ଦ୍ରୀୟ ଅବହେଲା କରୁଥିବାର ମିଥ୍ୟା ଅଭିଯୋଗ ନ ଆଣି ସିଧାସଳଖ ବିତର୍କକୁ ଆସନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।

Share in top social networks!