ଆନ୍ତର୍ଜାତୀୟ ଟ୍ରେଡ୍‍ ଶୋ ମାଇନିଂ ମାଜ୍‍ମାରେ ନାଲ୍‍କୋ

nalcostallମାଇନିଂ ଏକ୍ସପ୍ଲୋରେସନ୍‍ କନ୍‍ଭେନ୍ସନ ଆଣ୍ଡ୍‍ ଟ୍ରେଡ୍‍ ଶୋ (ମାଇନିଂ ମାଜ୍‍ମା), ଆଜି ବେଙ୍ଗାଲୁରୁ ସ୍ଥିତ ବାଙ୍ଗାଲୋର ଇଣ୍ଟର୍‍ନ୍ୟାସନାଲ୍‍ ଏକ୍‍ଜିବିସନ୍‍ ସେଣ୍ଟର୍‍ ଠାରେ ଉଦ୍‍ଘାଟିତ ହୋଇଛି । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମଟି, ଫେଡେରେସନ୍‍ ଅଫ୍‍ ଇଣ୍ଡିଆନ୍‍ ମିନେରାଲ୍‍ ଇଣ୍ଡଷ୍ଟ୍ରିଜ୍‍ (ଫିମି) ଦ୍ୱାରା ୨୪ ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଖଣି ଉଦ୍ୟୋଗ ଉପରେ ଆଧାରିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ, ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ଏକ ପ୍ରାୟୋଜକ ଭାବେ ଅଂଶଗ୍ରହଣ କରୁଛି ଏବଂ ନିଜର କାର୍ଯ୍ୟକ୍ରମ ଓ ସଫଳତାକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ୟାଭିଲିଅନ୍‍ ମଧ୍ୟ ପ୍ରତିଷ୍ଠା କରିଛି । ମାନ୍ୟବର କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର, ନାଲ୍‍କୋ ପ୍ୟାଭିଲିଅନ୍‍ର ଉଦ୍‍ଘାଟନ କରିଥିଲେ । ଏହି ଅବସରରେ, କେନ୍ଦ୍ର ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ ବଲବିନ୍ଦର କୁମାର, ଆଇଏଏସ୍‍ ଏବଂ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଉପସ୍ଥିତ ଥିଲେ ।

Share in top social networks!