ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ସମୀକ୍ଷାରେ ସୀମିତ: ଭାରତୀୟ ଜନତା ପାର୍ଟି

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ରାଜ୍ୟର ୧୫ ଟି ଜିଲ୍ଲାର ଉକôଟ ମରୁଡି ପ୍ରପୀଡିତ ୩୪୯ ଆର. ଆଇ. ସର୍କଲ ଘେରାଉ କରିଥିଲେ ଏବଂ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ସ୍ୱାରକ ପତ୍ର ଦେଇଥିଲେ । ଦଳୀୟ କର୍ମକର୍ତାମାନେ ଏହି ଅଞ୍ଚଳରେ ସରଜମିନ ତଦନ୍ତ କରି ଜାଣି ପାରିଛନ୍ତି ଯେ ଏହି ୩୪୯ ସର୍କଲ ମଧ୍ୟରୁ ୩୦୫ଟି ସର୍କଲକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟସରକାରଙ୍କ କୌଣସି ପ୍ରତିନିଧି ଯାଇ ମରୁଡି ସମ୍ପର୍କରେ ତଦନ୍ତ କରିନାହାନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ରାଧାରମଣ ସିଂ ଓଡିଶାର ମରୁଡି ଜନିତ ସମସ୍ୟା ଅନୁୂଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳର ଘୋଷଣା କରିଛନ୍ତି । ଏହି ପ୍ରତିନିଧି ଦଳ ଖୁବ ଶୀଘ୍ର ରାଜ୍ୟର ମରୁଡି ପ୍ରପୀଡିତ ଅଞ୍ଚଳ ଗସ୍ତପାଇଁ ଓଡିଶା ଆସିବେ ।
ରାଜ୍ୟରେ ଚଳିତ ବର୍ଷ ସ୍ୱଳ୍ପବୃଷ୍ଟି ଜନିତ ଦେଖାଦେଇଥିବା ଉକôଟ ମରୁଡି ପରିସ୍ଥିତି ୮ ଟି ଜିଲ୍ଲାର ୧୦୩ ଟି ବ୍ଳକରେ ହୋଇଥିବା ସମ୍ପର୍କରେ ରାଜ୍ୟ ସରକାର ସମ୍ପର୍ଣ୍ଣ ଭାବେ ଅବଗତ ରହିଥିବା ସତ୍ୱେ ଏଥିପାଇଁ କୌଣସି ପୂର୍ବ ପ୍ରସ୍ତୁତି କରିନଥିଲେ । ଏହି ଅଞ୍ଚଳରେ ଚାଷୀମାନେ ସର୍ବସ୍ୱାନ୍ତ ଏବଂ ତଳିତଳାନ୍ତ ହୋଇ ଯାଇଛନ୍ତି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ରାଜ୍ୟ ବିଧାୟକ ଦଳର ନେତା ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ରବିନାରାୟଣ ନାୟକ, ଉପସଭାପତି ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ୱରେ ୫୬ ଜଣିଆ ପ୍ରତିନିଧି ଦଳ ରାଜ୍ୟର ବିଭିନ୍ନ ମରୁଡି ପ୍ରପୀଡିତ ଅଞ୍ଚଳକୁ ଗତ ୭ ଏବଂ ୮ ତାରିଖରେ ଗସ୍ତ କରିବା ପରେ ରାଜ୍ୟପାଳଙ୍କୁ ଏକ ସ୍ୱାରକପତ୍ର ୧୪ ତାରିଖରେ ଦେଇ ରାଜ୍ୟ ସରକାର ଏଥିପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ ।
ରାଜ୍ୟ ମୁଖ୍ୟମନ୍ତ୍ରୀ ଗତ ୧୪ ତରିଖରେ ମରୁଡି ଜନିତ ସମସ୍ୟା ସମ୍ପର୍କରେ ସମୀକ୍ଷା କରି ଆଗାମୀ ୭ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦିଆଯିବ ବୋଲି ଘୋଷଣା କରିବା ସତ୍ୱେ ବର୍ତମାନ ସୁଦ୍ଧା ୩୦୫ ଗୋଟି ସର୍କଲର ସରଜମିନ ତଦନ୍ତରୁ ଜଣା ପଡିଛି ଯେ ରାଜ୍ୟ ସରକାରଙ୍କ ପ୍ରତିନିଧି ଆର.ଆଇ., ଗ୍ରାମସେବକ, ତହସିଲଦାର କିମ୍ବା ସବକଲେକ୍ଟର ଏହି ଅଞ୍ଚଳକୁ ଗସ୍ତ କରି ନାହାନ୍ତି । ଅନ୍ୟ ପକ୍ଷରେ ଚାଷୀ ତଳୀ ନଥାଇ , ଗଜା ମରୁଡି ହେବା ପରେ ହାହାକାର ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି । ଅନେକ ସ୍ଥାନରେ ଯୁବକ ମାନେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯିବାକୁ ବସିଲେଣି । ଚାଷୀମାନେ ହା ହତାଶ ମଧ୍ୟରେ କାଳାତିପାତ କରୁଥିବା ବେଳେ ରାଜ୍ୟ ସରକାରଙ୍କ ନିରବତା ଏବଂ ଅକ୍ଷମତା ଘୋର ପରିତାପର ବିଷୟ ହୋଇ ପଡିଛି ।
ଭାରତୀୟ ଜନତା ପାର୍ଟି ପକ୍ଷରୁ ଯେଉଁ ୩୪୯ ଗୋଟି ଆର.ଆଇ ସର୍କଲକୁ ଘେରାଉ କରାଯାଇଥିଲା ସେଥିମଧ୍ୟରେ ନୂଆପଡାର ୩୨, କଳାହାଣ୍ଡିର ୩୦, ବଲାଙ୍ଗୀରର ୫୦, ସୋନପୁରର ୧୬ ଝାରସୁଗୁଡାର ୧୫, ବରଗଡର ୨୫, ସମ୍ବଲପୁରର ୨୪, କନ୍ଧମାଳର ୫, ବୌଦ୍ଧର ୧୭, ଖୋର୍ଦ୍ଧାର ୭, ଭଦ୍ରକର ୨୭, ପୂୁରୀର ୨ ଅନୁଗୁଳର ୭ ଏବଂ କେନ୍ଦୁଝର ଜିଲ୍ଲାର ୪୬ ଗୋଟି ଆର.ଆଇ ସର୍କଲକୁ ଘେରାଉ କରି ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ଦେଇଥିଲେ ବୋଲି ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି ଜଣାଇଛନ୍ତି ।

Share in top social networks!