ନିଜ ଦୋଷ ଘୋଡ଼ାଇବା ପାଇଁ କେନ୍ଦ୍ର ଅବହେଳାର କେନେ୍ଦରା ବଜାଉଛି ବିଜେଡ଼ି

ବର୍ଷେ ହେଲା ବିଜେଡ଼ି କେନ୍ଦ୍ର ଅବହେଳାର କେନେ୍ଦରା ବଜାଇବା ଭୁଲି ଯାଇଥିଲା । ମାଗିବା ପୂର୍ବରୁ କେନ୍ଦ୍ର ସରକାର ଅଯାଚିତ ଭାବେ ରାଜ୍ୟକୁ ଦେଉଥିବାରୁ ବିଜେଡ଼ି ବାଟ ପାଉନଥିଲା । ହେଲେ ଏବେ ଦୁର୍ନୀତି ଠାରୁ ନେଇ ଚାଷୀ, ଶ୍ରମିକ, ଶିକ୍ଷକ ଆଦିଙ୍କ କଥାକୁ ବିଚାରକୁ ନିଆଯାଉନଥିବାରୁ ସରକାର ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷର ନିଅାଁ କୁହୁଳିଲାଣି । ନବୀନବାବୁ ବି ନିଜ ପଲଟିକାଲ ଓ ସରକାରୀ ଗୁଇନ୍ଦା ମାଧ୍ୟମରେ ନିଜର ବାସ୍ତବ ସ୍ଥିତି ଜାଣିସାରିଲେଣି । ଆଉ ଓଡ଼ିଶାବାସୀଙ୍କୁ ନିକଟରେ ନିଜର ଆତ୍ମପ୍ରଚାରିତ ଲୋକପ୍ରିୟତା ମନ୍ତ୍ର କାମ କରିବ ନାହିଁ ବୋଲି ଜାଣିଲେଣି । ତେଣୁ ଏବେ ପୁଣି ନିଜ ଦୋଷ ଘୋଡ଼ାଇବାକୁ ଯାଇ କେନ୍ଦ୍ର ଉପରେ ଦୋଷ ଲଦିବାକୁ ବିଜେଡ଼ି ଯେଉଁ ଅପପ୍ରୟାସ ଆରମ୍ଭ କରିଛି ତାହା ହାସ୍ୟାସ୍ପଦ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି କହିଲେଯେ, ଉପା ସରକାରଙ୍କ ଅମଳରେ ପ୍ରତିିଦିନ ରାଜ୍ୟ ସରକାର କେନ୍ଦ୍ର ଅବହେଳାର ନାରା ଦେଉଥିଲେ । କାହିଁକିନା ଉପା ସରକାର ଓଡ଼ିଶାର ବିକାଶ ପାଇଁ କେବେ କିଛି ବି କରିନାହିଁ । ହେଲେ ବାଜପାୟୀଙ୍କ ଅମଳରେ ହେଉକି ନରେନ୍ଦ୍ର ମୋଦିଙ୍କ ସମୟରେ ଏନଡ଼ିଏ ସରକାର ସବୁବେଳେ ଓଡ଼ିଶାର ବିକାଶ ପ୍ରତି ଧ୍ୟାନ ଦେଇଆସିଛି । ଲକ୍ଷ ଲକ୍ଷ କୋଟି ଟଙ୍କାର ଭିତିଭୂମି ପ୍ରକଳ୍ପ ଠାରୁ ନେଇ ବିଭିନ୍ନ ଜନହିତକାରୀ ଓ ଫ୍ଲାଗସିପ୍ ଯୋଜନାରେ ଓଡ଼ିଶାକୁ ଅଗ୍ରାଧିକାର ଦିଆଯାଇଆସୁଛି । ସମ୍ବଲପୁରରେ ଜଣ୍ଡିସ୍ ହେଉକି କଟକରେ ଶିଶୁ ମୃତୁ୍ୟ, ଚାଷୀ ସମସ୍ୟା ହେଉକି ନବକଳେବର ସବୁବେଳେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓଡ଼ିଶାବାସୀଙ୍କ ପାଖରେ ଠିଆ ହେବା ସହ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇ ଦେଇଛନ୍ତି । ସାରା ଓଡ଼ିଶାବାସୀ ବି ଏହା ଜାଣିସାରିଲେଣି । ସରକାର ତାହା ଭଲଭାବେ ଜାଣିଛନ୍ତି । ହେଲେ ପୁଣି ଓଡ଼ିଶାବାସୀଙ୍କୁ ଭୂଅାଁ ବୁଲାଇବା ପାଇଁ ନିଜର ଦଳ ଓ ସରକାରୀ କଳକୁ ବ୍ୟବହାର କରିବା ପାଇଁ ନିଷ୍ପତି ନେଇଛନ୍ତି । ହେଲେ ବିଜେଡ଼ିର ଏହି ନିଷ୍ପତି ତାଙ୍କ ପାଇଁ ବୁମେରାଂ ହେବବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!