ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୯ଟି ପ୍ରସ୍ତାବ ଗୃହୀତ

bjdexecutive
ିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୯ଟି ପ୍ରସ୍ତାବ ଗୃହୀତ
ସାଂଗଠନିକ ନିର୍ବାଚନ ପାଇଁ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ
ଭୁବନେଶ୍ୱର,୨୩/୯/୨୦୧୫: ଓଡ଼ିଶା ମାଟିର ଏହି ମହାନ ବରପୁତ୍ରଙ୍କ ଜନ୍ମ ଶତବାର୍ଷିକୀ ୨୦୧୬ ମସିହା ମାର୍ଚ୍ଚ ମାସରେ
ପଡୁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରରୁ ରାଜ୍ୟ ଓ ଜାତୀୟ ସ୍ତରରେ ଏହା ପାଳନ କରିବା ପ୍ରତ୍ୟେକ ଓଡ଼ିଆଙ୍କ
ନୈତିକ କର୍ତ୍ତବ୍ୟ । ବିଜୁବାବୁଙ୍କ ସ୍ୱପ୍ନ, ସଂକଳ୍ପ ଓ ସାଧନା ପ୍ରତି ଶ୍ରଦ୍ଧାର୍ପଣ କରିବା ଏହି ଶତବାର୍ଷିକୀ ପାଳନର ପ୍ରମୁଖ ଅଭିପ୍ରାୟ ହେବା
ବା‚ନୀୟ । ବିଜୁ ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ କରାଯିବା ସହିତ ରାଜ୍ୟ ସରକାରଙ୍କ
ତରଫରୁ ଏହାକୁ ସରକାରୀ ଉତ୍ସବ ଭାବେ ରାଜ୍ୟରେ ପାଳନ କରାଯିବ ଏବଂ ଏକ ଜାତୀୟ ଦିବସ ରୂପେ କେନ୍ଦ୍ର ସରକାରଙ୍କ ଦ୍ୱାରା
ସମଗ୍ର ଦେଶରେ ପାଳନ କରାଯିବା ନିମନ୍ତେ ଆବଶ୍ୟକ ଅନୁରୋଧ ପତ୍ର ତୁରନ୍ତ ଲେଖାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି ।
ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ତଥା ଆନ୍ତରିକ ଉଦ୍ୟମ ଯୋଗୁ ଆଜି ଦିଲ୍ଲୀର ଜବାହରଲାଲ
ନେହରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବାର ଉଦ୍ୟମ ସଫଳ ହୋଇଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା
ପରେ ରାଜ୍ୟରେ ଏକ ଭାଷା ଉକ୍ରର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । ସରକାରଙ୍କ ତରଫରୁ ଓଡ଼ିଆ ଭାଷାର ସମୃଦ୍ଧି ନିମନ୍ତେ
ନିରନ୍ତର ଉଦ୍ୟମ ଜାରି ରହିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆମ ମାତୃଭାଷାର ପ୍ରଚାର, ପ୍ରସାର ତଥା ସମୃଦ୍ଧି ନିମନ୍ତେ ସୁଚିନ୍ତିତ
ସ୍ୱତନ୍ତ୍ର ପଦକ୍ଷେପମାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଛି ।
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଯେଉଁ ନିର୍ବାଚନୀ ଇସ୍ତାହାର ଜାରି କରିଥିଲା ଯାହା ନିର୍ବାଚନ ପରବର୍ତ୍ତୀ
୫ବର୍ଷରେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଦଳ ତରଫରୁ କାର୍ଯ୍ୟକାରୀ କରାଯିବାକୁ ଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ସମୂହର ଏକ
ଦସ୍ତାବିଜ ଥିଲା । ପ୍ରତିଶ୍ରୁତି ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଗଠନ କରିବାର ପ୍ରଥମ ଦିବସରେ ମନ୍ତ୍ରୀ
ପରିଷଦ ବୈଠକ ଡକାଇ ନିର୍ବାଚନ ଇସ୍ତାହାରରେ ସ୍ଥାନିତ ସମସ୍ତ ପ୍ରସ୍ତାବଗୁଡିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେର କାର୍ଯ୍ୟକାରୀ
କରାଯିବା ନିମନ୍ତେ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏଭଳି ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିବାରେ ବିଜୁ ଜନତା ଦଳର ଭାରତ
ବର୍ଷରେ ପ୍ରଥମ । ଇସ୍ତାହାରରେ ପ୍ରସ୍ତାବିତ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ କିଭଳି ସଫଳତାର ସହିତ କାର୍ଯ୍ୟକାରୀ ହୋଇପାରିବ ସେ
ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପ୍ରସ୍ତାବ ଗୃହୀତ ହୋଇଛି ।
କେନ୍ଦ୍ରରେ ଏନ୍‍ଡିଏ ସରକାର କ୍ଷମତାସୀନ ହେବା ପରେ ରାଜ୍ୟର ମାଓବାଦୀ ଉଗ୍ରବାଦ ଉପଦ୍ରୁତ, ଆଦିବାସୀ ଅଧ୍ୟୁଷିତ ଏବଂ ପଛୁଆ
ଅଞ୍ଚଳ ପାଇଁ ପୂର୍ବରୁ କାର୍ଯ୍ୟକାରୀ କରାଯାଉଥିବା ଆଇଏପି ଏବଂ ବିଆରଜିଏଫ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ବନ୍ଦ କରିଦେଲେ ।
ଯାହାଫଳରେ ରାଜ୍ୟ ପାଖାପାଖି ୧୦୦୦ କୋଟି ଟଙ୍କାର ବାର୍ଷିକ ଅନୁଦାନରୁ ବଞ୍ଚôତ ହେଲା । ସେହିଭଳି ସର୍ବଶିକ୍ଷା ଅଭିଯାନରେ
ଶିକ୍ଷାସହାୟକମାନଙ୍କ ପାଇଁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ପ୍ରତ୍ୟାହାର କରିନିଆଗଲା ଏବଂ ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ
ଗୁରୁତ୍ୱପୂର୍ଣ୍ଣ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସହାୟତା ବହୁ ପରିମାଣରେ ହ୍ରାସ କରିଦିଆଗଲା । ସେହିଭଳି ପୋଲାଭରମ୍‍
ପ୍ରସଂଗରେ ରାଜ୍ୟକୁ ଉପେକ୍ଷା, ଅର୍ଥନୈତିକ କରିଡର୍‍ରୁ ଓଡ଼ିଶାକୁ ବାଦ୍‍ ଦେବା, ବହୁଦିନରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି
ଆସୁଥିବା ଆମ ରାଜ୍ୟର ନ୍ୟାଯ୍ୟ ଦାବିକୁ ଉପେକ୍ଷା କରି ନିର୍ବାଚନକୁ ଆଖି ଆଗରେ ରଖି ବିହାର ପାଇଁ ୧ଲକ୍ଷ ୨୫ ହଜାର କୋଟି ଏବଂ
ପଶ୍ଚିମବଙ୍ଗ ପାଇଁ ୩୫ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରିଥିବା କେନ୍ଦ୍ର ସରକାରଙ୍କ ଏଭଳି ପକ୍ଷପାତିତା ଉଦ୍ୟମକୁ
ଦୃଢ଼ ଭାବରେ ନିନ୍ଦା କରାଯିବା ସହ କେନ୍ଦ୍ରର ଏଭଳି ଆଭିମୁଖ୍ୟ ବିରୋଧରେ ବିଜେଡି ପ୍ରସଂଗ ଭିତ୍ତିକ ଲଢ଼େଇ ଜାରି ରଖିବ । ମାନ୍ୟବର
ସଭାପତି ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଅବହେଳା ଓ ଅନୁନାଦ କାଟ୍‍ ସତ୍ତ୍ୱେ ରାଜ୍ୟର ପ୍ରଗତି ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ ଦୃଢ଼
ବିଜୁ ଜନତା ଦଳ, ଓଡ଼ିଶା
ନିଷ୍ପତ୍ତି ଗ୍ରହଣ କରିଥିବାରୁ ଏବଂ ଆଇଏପି ଓ ବିଆରଜିଏଫ୍‍ ଭଳି ଯୋଜନା ବନ୍ଦ କରିଦିଆଯିବା ପରେ ରାଜ୍ୟର ନିଜସ୍ୱ ପାଣ୍ଠି ସବୁ
ଜିଲ୍ଲାକୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାକୁ ସଂପ୍ରସାରିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ବର୍ତ୍ତମାନ ସ୍ୱଳ୍ପ ବୃଷ୍ଟିପାତଜନିତ ସମ୍ଭାବ୍ୟ ଫସଲହାନି ସ୍ଥିତିର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାର ଶାସନ କଳକୁ ସବୁ ଦିଗରୁ ପ୍ରସ୍ତୁତ
କରି ରଖିଥିବାରୁ ଆଜି ରାଜ୍ୟ ସଫଳତାର ସହ ଏ ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇପାରିଛି । ଯଥେଷ୍ଟ ପରିମାଣର ବିକଳ୍ପ ବିହନ
ବ୍ୟବସ୍ଥା ସହିତ ଆବଶ୍ୟକତା ଠାରୁ ଅଧିକ ରାସାୟନିକ ସାର ରାଜ୍ୟରେ ମହଜୁଦ ରଖାଯାଇ ଚାଷୀମାନଙ୍କୁ ଦରକାର ବେଳେ ଯୋଗାଇ
ଦିଆଯାଉଛି । କୃଷକଙ୍କୁ ମିଳୁଥିବ ସ୍ୱଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦି ଋଣରେ ପରିବର୍ତ୍ତନ କରାଯିବା ସହିତ ଶସ୍ୟ ବୀମା ସୁବିଧାର
ସମୟସୀମା ବୃଦ୍ଧି କରାଯାଇଛି । ପ୍ରାୟ ୪୬ ହଜାର ଉଠାଜଳସେଚନ ଉତ୍ସ ସହାୟତାରେ ଅନୁ୍ୟନ ୫ଲକ୍ଷ ୫୦ ହଜାର ହେକ୍ଟର ଜମିକୁ
ଜଳସେଚନ, କୃଷକମାନଙ୍କୁ ରିହାତି ଦରରେ ୪୦ ହଜାର ପମ୍ପସେଟ୍‍ ଯୋଗାଣ ବ୍ୟବସ୍ଥା କରାଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର
୮୦% ଅଚଳ ଉଠାଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟମ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । ୬୦ ହଜାର ଗଭୀର ନଳକୂପ ଖନନ
କରାଯାଇ ୨ଲକ୍ଷ ହେକ୍ଟର ଜମିରେ ଜଳସେଚନ କ୍ଷମତା ବୃଦ୍ଧି କରାଯାଇଛି । ଏନ୍‍ଇଆରଜିଏସ୍‍ ଯୋଜନାରେ କେନ୍ଦ୍ର ଦ୍ୱାରା ଘୋଷଣା
କରାଯାଇଥିବା ୧୫୦ ଦିନର କର୍ମଯୋଗାଣ ଉପରେ ଆହୁରି ଅଧିକ ୫୦ ଦିନର କାମ ରାଜ୍ୟ ସରକାରଙ୍କ ପାଣ୍ଠିରୁ ସ୍ୱଳ୍ପ ବୃଷ୍ଟିପାତ
ଅଞ୍ଚଳରେ ଯୋଗାଇ ଦେବା ପାଇଁ ସରକାରୀ ସ୍ତରରେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସଦ୍ୟ ଅନୁଷ୍ଠିତ ହୋଇଥିବା ସମବାୟ ନିର୍ବାଚନରେ ରାଜ୍ୟରେ ପ୍ରାଥମିକ ସେବା ସମବାୟ ସମିତି ସ୍ତରରୁ ଆରମ୍ଭ କରି ଶୀର୍ଷ ସମବାୟ
ସମିତି ଗୁଡିକରେ ବିଜୁ ଜନତା ଦଳ ପ୍ରଥମଥର ପାଇଁ ଐତିହାସିକ ସଫଳତା ହାସଲ କରିଛି । ପ୍ରତି ସ୍ତରରେ ଅନୁ୍ୟନ ୯୯ ପ୍ରତିଶତ
ସ୍ଥାନରେ ବିଜେଡି ସମର୍ଥôତ ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବହୁ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ରାଜ୍ୟରେ ସମବାୟ
ସଂସ୍ଥାଗୁଡିକର କାର୍ଯ୍ୟ ପଦ୍ଧତିକୁ ସୁସଂହତ କରିବା ତଥା ରାଜ୍ୟର କୃଷକମାନଙ୍କୁ ଆବଶ୍ୟକତା ମୁତାବକ କୃଷି ଋଣ ଏବଂ ଅନ୍ୟାନ୍ୟ
ସହାୟତା ଯୋଗାଇ ଦେବାରେ ଏହି ବିପୁଳ ଜନାଦେଶ ବେଶ୍‍ ଉପଯୋଗୀ ହେବ । ନିକଟ ଭବିଷ୍ୟତରେ ବିଜୁ ଜନତା ଦଳର ଏକ
ସ୍ୱତନ୍ତ୍ର ଛାମୁଆ ସଂଗଠନ ରୂପେ ଦଳର ସମବାୟ ଶାଖା ଗଢ଼ିତୋଳିବାକୁ ପ୍ରସ୍ତାବ ଗୃହୀତ ହୋଇଛି ।
ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସଠିକ୍‍ ଦିଗ୍‍ଦର୍ଶନ ଯୋଗୁ ଅକ୍ଟୋବର ୨ରୁ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍
କାର୍ଯ୍ୟକାରୀ କରାଯାଇ ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଲୋକଙ୍କୁ ଡିଜିଟାଇଜଡ୍‍ ରାସନ କାର୍ଡ ଯୋଗାଇ ଦିଆଯାଇ ଖାଦ୍ୟ ସୁରକ୍ଷା ନିଶ୍ଚିତ
କରାଯାଇଛି । ମାତ୍ର ଏହି ପ୍ରକ୍ରିୟାରେ ପୂର୍ବରୁ ଟଙ୍କିକିଆ ଚାଉଳ ଯୋଜନାରେ ଉପକୃତ ହେଉଥିବା ରାଜ୍ୟର ପ୍ରାୟ ୫ଲକ୍ଷ ଆଦିବାସୀ
ହଷ୍ଟେଲ୍‍ ଛାତ୍ରଛାତ୍ରୀ ବଞ୍ଚôତ ହେବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରୁ ବଞ୍ଚôତ ହେଉଥିବା ଏଭଳି ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ
ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବଭଳି ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରାଯିବା ପାଇଁ ପ୍ରସ୍ତାବ
ଗୃହୀତ ହୋଇଛି ।
ରାଜ୍ୟରେ ନୂତନ ଶିଳ୍ପ ନୀତି ୨୦୧୫ ପ୍ରଣୟନ କରାଯାଇ ଶିଳ୍ପରେ ଅଧିକ ପୁଞ୍ଜି ନିବେଶ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି
କରାଯାଇଛି । ବିଭିନ୍ନ ସହାୟତା, ସୁବିଧା ଏବଂ ରିହାତି ଘୋଷଣା କରାଯାଇ ବ୍ୟବସାୟିକ ଉଦ୍ୟୋଗ ସ୍ଥାପନ ପାଇଁ ରାଜ୍ୟରେ ସର୍ବୋକ୍ରୃଷ୍ଟ
ସୁବିଧା ସୁଯୋଗ ସୃଷ୍ଟି କରିବାରେ ଓଡ଼ିଶା ବିଶ୍ୱ ବ୍ୟାଙ୍କର ସର୍ବେକ୍ଷଣରେ ଏବେ ସମଗ୍ର ଦେଶରେ ସପ୍ତମ ସ୍ଥାନ ଅଧିକାର କରିଛି ।
ଆସୋଚାମ୍‍ର ସଦ୍ୟତମ ରିପୋର୍ଟ ମୁତାବକ ପୁଞ୍ଜି ନିବେଶ ତଥା ଉଦ୍ୟୋଗ ସ୍ଥାପନ ନିମନ୍ତେ ଆକୃଷ୍ଟ କରିବାରେ ଗୁଜରାଟ, କର୍ଣ୍ଣାଟକ
ଏବଂ ଆନ୍ଧ୍ର ପ୍ରଦେଶ ଭଳି ଅଗ୍ରଗଣ୍ୟ ରାଜ୍ୟଗୁଡିକୁ ପଛରେ ପକାଇ ଦେଶକୁ ଆସିଥିବା ପୁଞ୍ଜିନିବେଶର ସର୍ବାଧିକ ଅଂଶ ଅକ୍ତିଆର କରି
ଓଡ଼ିଶା ଭାରତର ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଛି । ରାଜ୍ୟରେ ଏଭଳି ପ୍ରଭୂତ ପୁଞ୍ଜି ବିନିଯୋଗ ସୁଯୋଗ ରହିଥିବା ଶିଳ୍ପାନୁକୂଳ
ପରିବେଶରେ ବହୁ ସଂଖ୍ୟକ ନିଯୁକ୍ତି ତଥା ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହ ରାଜ୍ୟରେ ଶିଳ୍ପାୟନକୁ ପରବର୍ତ୍ତୀ ସ୍ତରକୁ ଉନ୍ନୀତ
ବିଜୁ ଜନତା ଦଳ, ଓଡ଼ିଶା
କରି ରାଜ୍ୟର ମାନବ ସମ୍ବଳର ସର୍ବାଧିକ ବିନିଯୋଗ ତଥା ବିକାଶ ଲକ୍ଷ୍ୟରେ ନୂତନ ଦିଗନ୍ତ ସୃଷ୍ଟି କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ
ଗ୍ରହଣ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଛି ।
ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିମାନଙ୍କୁ ହନ୍ତସନ୍ତ କରିଛି । ତେଲ,ଡାଲି ଓ ପିଆଜ
ପ୍ରଭୃତି ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀଗୁଡିକର ଦରବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବିଗତ ଉପା
ସରକାର ଦରଦାମ ବୃଦ୍ଧି ରୋକିବାରେ ବିଫଳତାକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହୋଇଥିବା ଏନ୍‍ଡିଏ ସରକାର ନିଜେ ଏ
ଦିଗରେ ଶୋଚନୀୟ ରୂପେ ବିଫଳ ହୋଇଛି । ଦରଦାମ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ସରକାରଙ୍କ କୌଣସି ଠୋସ୍‍ ନୀତି କିମ୍ବା ପ୍ରଭାବଶାଳୀ
କାର୍ଯ୍ୟାନୁଷ୍ଠାନ ନାହିଁ । ଅପରପକ୍ଷେ ରାଜ୍ୟ ସରକାର ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମକୁ ନିୟନ୍ତ୍ରଣରେ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ
ଗ୍ରହଣ କରିବା ସହିତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସଜାଗ ରହିବା ପାଇଁ ବାରମ୍ବାର ନିଦେ୍ର୍ଧଶ ଦେଇଛନ୍ତି ଓ ମୁନାଫାଖୋର ବ୍ୟବସାୟୀ ତଥା
ଚୋରା ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏ ସବୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର
ଦରଦାମ ନିୟନ୍ତ୍ରଣରେ ବିଫଳତା ଓ ଉଦାସୀନତା ସାରା ଦେଶରେ ଖାଉଟିମାନଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି । ଏ ପରିପ୍ରେକ୍ଷୀରେ
କେନ୍ଦ୍ର ସରକାରଙ୍କୁ ତୁରନ୍ତ ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ ଠୋସ୍‍ ପଦକ୍ଷେପ ଗ୍ରହଣ କରିବା ସହିତ ଦେଶର ଖାଉଟିମାନଙ୍କ ସ୍ୱାର୍ଥ ରକ୍ଷା
ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି ।
ବିଜୁ ଜନତା ଦଳର ସମ୍ବିଧାନ ଅନୁଯାୟୀ ପ୍ରତି ୩ବର୍ଷରେ ଦଳର ସାଂଗଠନିକ ନିର୍ବାଚନ କରାଯାଇଥାଏ । ରାଜ୍ୟର ଏକ ବୃହତ
ଆଞ୍ଚଳିତ ରାଜନୈତିକ ଦଳ ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ
ବୈଠକ ରାଜ୍ୟ ସ୍ତରୀୟ ରିଟର୍ଣ୍ଣିଂ ଅଫିସର ଭାବେ ଦଳର ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ମନୋନୀତ କରିଛନ୍ତି ବୋଲି ଏକ
ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ଉପ-ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ମୁଖପାତ୍ର ପ୍ରତାପ କେଶରୀ ଦେବ, ପ୍ରତାପ
ଜେନା ଏବଂ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ କାର୍ଯ୍ୟକାରିଣୀ ବୈଠକ ପରେ ପାରିତ ହୋଇଥିବା ୯ଟି ପ୍ରସ୍ତାବ ସଂପର୍କରେ
ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Share in top social networks!