ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକଙ୍କ ସାକ୍ଷାତ ଆଲୋଚନା

supplyyବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଭାରତର ନିର୍ଦ୍ଦେଶକ ଡ. ହମିଦ ନୁର ଆଜି ସଚିବାଳୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସବର୍ମାଙ୍କୁ ସାକ୍ଷାତ କରି ରାଜ୍ୟରେ ଚାଲିଥ#ବା ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା
କରିଥ#ଲୋ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ରାଜ୍ୟରେ ଚାଲିଥ#ବା ହିତାଧ#କାରୀ ଚୟନ ପ୍ରକ୍ରିୟାକୁ ପ୍ରଶଂସା କରି ଡ. ନୁର ଅନ୍ୟ ରାଜ୍ୟରେ ଏହି ପଦ୍ଧତି ଅନୁସରଣ ପାଇଁ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ପ୍ରକାଶ କରିଥ#ଲୋ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟର ସୁଲଭ
ମୂଲ୍ୟ ଦୋକାନର ପରିଚାଳନାରେ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥ#ଲୋ

ଭାରତବର୍ଷ ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ୫ ବର୍ଷିଆ ଯୋଜନା ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛିା ରାଜ୍ୟରେ ଏହାର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋଚନା ହେବା ସହ ଡ. ନୁର ରାଜ୍ୟରେ ବ୍ରାଜିଲ୍ ମଡେଲ୍ରେ ଏକ “ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ସଂପର୍କରେ ସୂଚନା ଦେଇଥ#ଲୋ

ଅକେଫାବର ମାସ ପ୍ରଥମ ସପ୍ତାହରେ ରୋମ୍ରୁ ଏକ ବିଶେଷଜ୍ଞ ଦଳ ରାଜ୍ୟର ଧାନ ସଂଗ୍ରହ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସଂରକ୍ଷଣ ଓ ଯୋଗାଣ ଶୃଙ୍ଖଳା କାର୍ଯ୍ୟକ୍ରମ ଅନୁଧ୍ୟାନ କରିବୋ ଆଧୁନିକ ପରିଚାଳନା ପଦ୍ଧତି କ୍ଷେତ୍ରରେ ସହାୟତା ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସବର୍ମା
ଅନୁରୋଧ କରିଥ#ଲୋ

ପୁଷ୍ଟି ନିରାପତ୍ତା ଓ ଉନ୍ନତି ପାଇଁ ଜାନୁଆରୀ ମାସଠାରୁ କନ୍ଧମାଳ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଡାଲି ବଣ୍ଟନର ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଡ. ନୁର ପ୍ରକାଶ କରିଥ#ଲୋ ଏହି ଆଲୋଚନାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ହିମାଂଶୁ ବଳ ଉପସ୍ଥିତ ଥ#ଲୋ

Share in top social networks!