ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆନ୍ତର୍ଜାତିକ ସଂଗଠନ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଢେଙ୍କାନାଳ ଜିଲ୍ଲାରେ ମଲଫି ମାଇକ୍ରୋନୁ୍ୟଟ୍ରିଏଣ୍ଟ ଫର୍ଟିଫିକେସନ ପ୍ରୋଜେକଫ ନିମନ୍ତେ ଏକ ବୁଝାମଣାପତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଏବଂ ଆନ୍ତର୍ଜାତିକ ସଂଗଠନ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟି୍ର ଡାଇରେକଫର ଡକଫର ହମିଦ୍ ନୁରୁଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଯାଇଛି ।

ଏହି ବୁଝାମଣାପତ୍ର ଅନୁଯାୟୀ ଜିଲ୍ଲାର ୮ଟି ବ୍ଲକ୍ ଅନ୍ତର୍ଗତ ୧୭୨୩ ସ୍କୁଲର ୧ ଲକ୍ଷ ୩୭ ହଜାର ୩୧ ଜଣ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ଢେଙ୍କାନାଳ, କାମାକ୍ଷାନଗର, ଭୁବନ ଓ ପରଜଙ୍ଗ ବ୍ଲକ୍ରେ ପୁଷ୍ଟିଯୁକ୍ତ ଚାଉଳ ଶସ ମିଶ୍ରଣ ଏବଂ ଓଡ଼ପଡ଼ା, ଗନ୍ଦିଆ, ହିନ୍ଦୋଳ ଓ କଙ୍କଡ଼ାହାଡ଼ ବ୍ଲକ୍ରେ ମଲଫି ମାଇକ୍ରୋ ନୁ୍ୟଟି୍ରଏଣ୍ଟ ପାଉଡର ମିଶ୍ରଣ ଦିଆଯିବ । ବୁଝାମଣାପତ୍ର ସ୍ୱାକ୍ଷରିତ ହେବାଠାରୁ
୨୧ ମାସ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଚାଲୁ ରହିବ । ୪ କୋଟି ୫୭ ଲକ୍ଷ ୨ ହଜାର ୧୬୦ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥ#ବା ଏହି ପ୍ରକଳ୍ପରୁ ୧ କୋଟି ୧୭ ଲକ୍ଷ ୯୪ ହଜାର ଟଙ୍କା ରାଜ୍ୟ ସରକାର ବହନ କରିବେ ଏବଂ ଅବଶିଷ୍ଟ ୩ କୋଟି ୩୯ ଲକ୍ଷ ୦୮ ହଜାର ୧୬୦ ଟଙ୍କା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସଂଗଠନ ବହନ କରିବେ ।

ଏମ୍.ଓ.ୟୁ. ସ୍ୱାକ୍ଷରିତ ହେବା ପୂର୍ବରୁ ଡକଫର ନୁରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସହ ଆଲୋଚନା କରି ଏହି ପ୍ରକଳ୍ପ ବିଷୟରେ ଅବଗତ କରାଇଥ#ଲେ । ପୂର୍ବରୁ ଏଭଳି ଏକ ଆଇରନ ଫର୍ଟିଫାଇଡ୍ ପ୍ରକଳ୍ପ ସମଗ୍ର ଗଜପତି ଜିଲ୍ଲାରେ କାର୍ଯ୍ୟକାରୀ ହେବା ଦ୍ୱାରା ରକ୍ତହୀନତା ହାର ୬୨.୯%ରୁ ୫୮%କୁ ହ୍ରାସ ପାଇଥ#ବା ଡକଫର ନୁରୁ ପ୍ରକାଶ କରିଥ#ଲେ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ହିମାଂଶୁ ବଳ,ୟୁ.ଏନ୍.ଡି.ପି.ର ଅମ୍ବିକା ନନ୍ଦୀ, ଏମ୍.ଡି.ଏମ୍. କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥ#ଲେ ।

Share in top social networks!