ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଓ ମୁମ୍ବାଇର ଇଂଜିନିୟରିଂ ପ୍ରୋଜେକଫସ୍(ଇଣ୍ଡିଆ) ଲିମିଟେଡ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍ଆଇସି)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଭୁତି ଭୂଷଣ ବେହେରା ଏବଂ ଇଂଜିନିୟରିଂ ପ୍ରୋଜେକଫସ୍(ଇଣ୍ଡିଆ) ଲିମିଟେଡ (ଇପିଆଇ)୍, ମୁମ୍ବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କପିଲ ତାରାଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଯାଇଛି ।

ଓଏସ୍ଆଇସି ଦ୍ୱାରା କରାଯାଉଥ#ବା ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଇପିଆଇ ବୈଷୟିକ ପରାମର୍ଶ ଦେବା ନିମନ୍ତେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଅନୁଯାୟୀ ଓଏସ୍ଆଇସି ଓ ଇପିଆଇ ଯୁଗ୍ମ ଭାବରେ ଓଡ଼ିଶା ରାଜ୍ୟରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ
ସାଧାରଣ ଉଦ୍ୟୋଗଗୁଡ଼ିକର ବୃହତ୍ ନିର୍ମାଣ କାର୍ଯ୍ୟଗୁଡ଼ିକ କରିବେ । ଏଏସ୍ଆଇସି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ପ୍ରକଳ୍ପ ଆଣିବେ ଓ ଇପିଆଇର ବୈଷୟିକ ଜ୍ଞାନ ସହାୟତାରେ କାର୍ଯ୍ୟସମ୍ପନ୍ନ କରିବେ । ପ୍ରକଳ୍ପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇପିଆଇ ସମସ୍ତ ବୈଷୟିକ ସମ୍ବନ୍ଧୀୟ
ଦାୟିତ୍ୱ ସମ୍ପାଦନ କରିବେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଇପିଆଇର ବୈଷୟିକ ସହାୟତାରେ ଓଡ଼ିଶାର ବୃହତ୍ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପାଦନ ସୁଚାରୁରୂପେ ହୋଇପାରିବା ସହ ଏହି ବୁଝାମଣାପତ୍ର ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥ#ଲେ । ୨୦୧୯ ସୁଦ୍ଧା
ଓଏସ୍ଆଇସିର କାରବାର ୨୦୦୦ କୋଟିରେ ପହଞ୍ଚାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଧାର୍ଯ୍ୟଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ସଫଳ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତ ପ୍ରକାଶ କରିଥ#ଲେ ।

୧୯୭୦ ମସିହାରୁ ଆରମ୍ଭ ହୋଇଥ#ବା ଇ.ପି.ଆଇ. ଭାରତ ଭିତରେ ପ୍ରାୟ ୬୦୦ ପ୍ରୋଜେକଫ, ଭାରତ ବାହାରେ ୪୫ଟି ପ୍ରୋଜେକଫ ଶେଷ କରିଥ#ବା ସୂଚନା ଦେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତାରା ଏହି କେନ୍ଦ୍ରୀୟ ପି.ଏସ୍.ୟୁ.ର କାରବାର ୧୨୦୦ କୋଟି ଟଙ୍କା ବୋଲି
କହିଥ#ଲେ । ଏହି ବୁଝାମଣାପତ୍ର ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ଆବଶ୍ୟକ ସ୍ଥଳେ ଏହାର କାର୍ଯ୍ୟକାଳ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି ।

ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ଶ୍ରୀ ପଞ୍ଚାନନ ଦାଶ, ଅତିରିକ୍ତ ସଚିବ ଶ୍ରୀ ପାର୍ଥସାରଥୀ ମିଶ୍ର, ଫକୀରମୋହନ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲେ ।

Share in top social networks!