“ଉତ୍କର୍ଷ’: ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

utkarasaଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଅନ୍ତର୍ଜାତୀୟ ଗ୍ରାହକମାନଙ୍କ ନିକଟରେ ଆଦୃତ କରାଇବା ସହ ବୁଣାକାରମାନଙ୍କ ଅଥନୈତିକ ଅଭିବୃଦ୍ଧି ନିମନ୍ତେ ଆୟୋଜିତ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କର୍ଷ’ ଏକ ପ୍ରକୃଷ୍ଟ ସୁଯୋଗ ସୃଷ୍ଟି କରିବ ବୋଲି ଆଜି ଅପରାହ୍ନରେ ସ୍ଥାନୀୟ ଏକାମ୍ର ହାଟରେ ଏହି ପ୍ରଦର୍ଶନୀ ଉଦ୍ଘାଟନ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମତବ୍ୟକ୍ତ କରିଛନ୍ତିା ଉତ୍କଳିକା ପକ୍ଷରୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତା ଅକେଫାବର ୪ ତାରିଖ ପର୍ଯ୍ୟନ୍ତ ଚାଲିବା

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସର୍ବଭାରତୀୟ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସଂଘର ଏକ ଜାତୀୟ କନ୍ଭେନ୍ସନ୍ ଭୁବନେଶ୍ୱର ଠାରେ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛିା ଏଥ#ରେ ଦେଶ ତଥା ବିଦେଶରୁ ପ୍ରାୟ ୧୨୦୦ରୁ ଊ–ର୍ଡେ ଲିଗେଟ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା ଓଡ଼ିଶାର ବିପୁଳ ହସ୍ତତନ୍ତ ଓ ହସ୍ତଶିଳ୍ପ ସହ ଡେଲିଗେଟ୍ମାନଙ୍କୁ ପରିଚିତ କରାଇବାର ଲକ୍ଷ୍ୟ ନେଇ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛିା

ଏହି ପ୍ରଦର୍ଶନୀରେ ଉତ୍କଳିକା, ବୟନିକା, ଅମ୍ଳାନ ଏବଂ ସମ୍ବଲପୁରୀ ବସ୍ତ୍ରାଳୟ ସହିତ ବିଭିନ୍ନ ସମବାୟ ସମିତିର ବୁଣାକାର ଏବଂ କାରିଗରମାନେ ଅଂଶଗ୍ରହଣ କରିଛନ୍ତିା ଏକାମ୍ର ହାଟ ମଧ୍ୟରେ ଥ#ବା ୫୦ଟି ସ୍ଥାୟୀ ଷ୍ଟଲ ସହ ଏହି ପ୍ରଦର୍ଶନୀ ନିମନ୍ତେ ଅତିରିକ୍ତ ୨୦ଟି
ଷ୍ଟଲ୍ରେ ପଟ୍ଟଚିତ୍ର, ଚାନ୍ଦୁଆ, କଂସା ଓ ପିତ୍ତଳ, କାଠଖୋଦେଇ, ତାରକସୀ ଏବଂ ଉତ୍କୃଷ୍ଟ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନୀରେ ଉପଲବ୍ଧ ହେବା ପ୍ରଦର୍ଶନୀ ପ୍ରାୟ ଲକ୍ଷାଧ#କ ଜନସମାଗମ ସହ ୫୦ ଲକ୍ଷ ଟଙ୍କାର ବିକି୍ରବଟା ହେବ ବୋଲି ଆଶା କରାଯାଏା
ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ହସ୍ତତନ୍ତ ଓ ବୟନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ହସ୍ତତନ୍ତ ନିର୍ଦ୍ଦେଶକ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ହସ୍ତଶିଳ୍ପ ନିର୍ଦ୍ଦେଶକ ସଂଘମିତ୍ରା କାନୁନ୍ଗୋ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଗାୟତ୍ରୀ ପଟ୍ଟନାୟକ ଏବଂ ବିଭାଗୀୟ
ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!