ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର ଧନ୍ୟବାଦ

603793_810801455670102_9075856406837253220_nସାରା ରାଜ୍ୟରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନିଧଡ଼କ
ଭାବେ ଶୋଇଛନ୍ତି । ନିର୍ବାଚନୀ ପାଣ୍ଠି ପାଇଁ ଶିଳ୍ପପତିଙ୍କ ଗୋଡ଼ାଣିଆ ସାଜିଥିବା ରାଜ୍ୟ
ସରକାରଙ୍କର ଚାଷୀ ପାଇଁ କାଣିଚାଏ ବି ଦରଦ ନାହିଁ । ହେଲେ ବିଜେପି ଚାଷୀଙ୍କ ପାଇଁ
ଲଢ଼ୁଥିଲା, ଲଢ଼ୁଛି ଓ ଲଢ଼ିବା ପାଇଁ ସଂକଳ୍ପ ଗ୍ରହଣ କରିଛି । ଓଡ଼ିଶାର ମରୁଡ଼ି ସ୍ଥିତି
ଅନୁଧ୍ୟାନ ସହ ଚାଷୀଙ୍କୁ ଦିଗଦର୍ଶନ ଦେବା ପାଇଁ କେନ୍ଦ୍ରୀୟ ଟିମ୍ ପଠାଇବାକୁ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ଏନେଇ
ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାକୁ ତୁରନ୍ତ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଟିମ୍ ପଠାଇ ଅନୁଧ୍ୟାନ
କରିବାକୁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଅତିରିକ୍ତ କମିଶନର
ଆର.ପି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଖୁବ୍ଶୀଘ୍ର ଓଡ଼ିଶାର ମରୁଡ଼ି ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ
କରିବେ । ଏହି ଟିମ୍ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ କଟକ କେନ୍ଦ୍ରୀୟ ଧାନ
ଗବେଷଣା କେନ୍ଦ୍ରର ପ୍ରତିନିଧି ମଧ୍ୟ ସାମିଲ୍ ହେବେ ।
ସୂଚନାଯୋଗ୍ୟଯେ, କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ, ଖୋର୍ଦ୍ଧା, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ ଓ କେନ୍ଦୁଝର ଜିଲା
ବ୍ୟତୀତ ରାଜ୍ୟର ୨୩ଟି ଜିଲାର ୧୦୩ ବ୍ଲକ୍ରେ କିଭଳି ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି ସେନେଇ
କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଅବଗତ କରାଇବା ସହ ସ୍ଥିତି ଅନୁଧ୍ୟାନ ପାଇଁ ଟିମ୍ ପଠାଇବାକୁ ଅନୁରୋଧ
କରିଥିଲେ ।
ଓଡ଼ିଶାକୁ କେନ୍ଦ୍ରୀୟ ଟିମ୍ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି, କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ
ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ବିଧାୟକ ରବି ନାଏକ, ସଂପାଦକ ଭୃଗୁ ବକ୍ସିପାତ୍ର, କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ ଓ କାଳନ୍ଦୀ ସାମଲ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଛନ୍ତି ବୋଲି ପ୍ରବକ୍ତା ଶ୍ରୀ ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

Share in top social networks!