ବହୁ ପ୍ରତିକ୍ଷିତ କଟକ-ଅନୁଗୁଳ ୪ ଲାଇନ ବିଶିଷ୍ଟ ଜାତୀୟ ରାଜପଥକୁ କେନ୍ଦ୍ର କ୍ୟାବିନେଟରେ ମୋହର, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ୪୨ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତଃ କଟକରୁ ଅନୁଗୁଳ ଦୀର୍ଘ ୧୧୨କିମି ରାସ୍ତାକୁ ୧୫୭୫କୋଟି ଟଙ୍କା ବ୍ୟୟରେ ୪ ଲେନ୍ ବିଶିଷ୍ଟ କରିବା ପାଇଁ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି ।
ଜାତୀୟ ରାଜପଥ ବିକାଶ ଯୋଜନା, ଫେଜ-୩ରେ ହେବାକୁ ଯାଉଥିବା ଏହି ୪ ଲେନ୍ ବିଶିଷ୍ଟ ରାସ୍ତା ଯୋଗୁଁ ଯାତାୟତରେ ବହୁ ସୁବିଧା ହେବା ସହିତ ତୁଳନାତ୍ମକଭାବେ ଏହା ସମୟ ବଞ୍ଚାଇବ । ବିଶେଷଭାବେ ଭାରିଯାନ ଚଳାଚଳର ସୁବିଧା ହେବା ସହିତ ସାଧାରଣ ଜନତାମାନଙ୍କ ଯାତାୟତ ଏବଂ ଟ୍ରାଫିକଜନିତ ସମସ୍ୟା ଦୂର ହୋଇପାରିବ । ବହୁ ପ୍ରତିକ୍ଷିତ ଏହି ରାଜପଥ ଯୋଗୁଁ ସାମାଜିକ, ଅର୍ଥନୈତିକ ପ୍ରଗତିର ବିକାଶ ହୋଇପାରିବ ।
ପ୍ରକାଶଥାଉକି ରାଜ୍ୟ ସରକାର ଜମି ଯୋଗାଇଦେବାରେ ବିଫଳ ହୋଇଥିବାରୁ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବନ୍ଦ ହୋଇପଡିଥିଲା । ୨୦୧୪ମସିହାରେ ଶ୍ରୀ ମୋଦିଙ୍କ ନେତୃତ୍ୱତରେ ଏନଡିଏ ସରକାର ଆସିବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଠା ଫଳରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ଏହି କ୍ୟାବିନେଟ ମଞ୍ଜୁରୀ ପରେ ଏହି ପ୍ରକଳ୍ପ ଯଥା ସମୟରେ ସଂପୂର୍ଣ୍ଣ ହେଇପାରିବ ବୋଲି ଆଶା ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ସଭାପତି ସମୀର ଦେ ଓ ରୁଦ୍ର ନାରାୟଣ ପାଣି, ସାଧାରଣ ସଂପାଦକ ନୟନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!