କଟକ- ଅନୁଗୁଳ ଚାରିଥାକିଆ ରାସ୍ତା ଅର୍ଥନୀତିକୁ ଗତିଶୀଳ କରିବ – ଧର୍ମେନ୍ଦ୍ର ପ୍ରଧାନ

dpdpdpdpକଟକରୁ ଅନୁଗୁଳ ଜାତୀୟ ରାଜପଥକୁ ଚାରିଥାକିଆ କରିବାର କ୍ୟାବିନେଟ ନିଷ୍ପତ୍ତି ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ସଡକ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

୪୨ ନମ୍ବର ଜାତୀୟ ରାଜପଥର କଟକରୁ ଅନୁଗୁଳକୁ ଦୂରତା ୧୧୨ କିମି ହୋଇଥ#ବା ବେଳେ ଏହି ପ୍ରକଳ୍ପରେ ୧୫୭୫.୩୮କୋଟି ଖର୍ଚ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି । ଏହି ଜାତୀୟ ରାଜପଥର ଚାରି ଥାକିଆକରଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥ#ଲା ।

କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଶିଳ୍ପ ନଗରୀ ଅନୁଗୁଳ ଓ କଟକ ସହ ସଂଯୋଗ ବ୍ୟବସାୟ ବାଣିଜ୍ୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ଏହି ରାସ୍ତା ନିର୍ମାଣ ପରେ ଏହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ବ୍ୟବସାୟ ବାଣିଜ୍ୟ କାର୍ଯ୍ୟରେ ଦୃତ ବୃଦ୍ଧି ଘଟିବ । ସ୍ଥାନୀୟ ଯୁବକ- ଯୁବତୀ ମାନଙ୍କର ରୋଜଗାର ବୃଦ୍ଧି କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Share in top social networks!