ପୁରୀରେ ୩ ଦିନିଆ ସ୍ୱାମୀ ଚିଦାନନ୍ଦ ଜନ୍ମ ଶତବାର୍ଷିକ ମହୋତ୍ସବ ୨୫ରୁ ଆରମ୍ଭ

chidanandaସନାତନ ଧର୍ମର ମହାତ୍ମ୍ୟକୁ ସର୍ବବିଦିତ କରିବା ଏବଂ ପ୍ରତ୍ୟେକ ମଣିଷ ଭିତରେ ଲୁଚି
ରହିଥିବା ଭଗବତ ସତ୍ତାକୁ ଉପଲବ୍ଧି କରାଇବା ଉଦେ୍ଧଶ୍ୟରେ ଦିବ୍ୟ ଜୀବନ ଯାପନ ଦ୍ୱାରା ବିଶ୍ୱରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ
ଓ ସର୍ବାଙ୍ଗୀନ ମହତ୍ତ୍ୱ ଉଦେ୍ଧଶ୍ୟ ନେଇ ସ୍ୱାମୀ ଚିଦାନନ୍ଦ ଶତବାର୍ଷିକ ମହୋତ୍ସବ ଅନୁଷ୍ଠିତ ହେବ । ଆଧୁନିକ ବିଶ୍ୱର ମହାନ୍
ସନ୍ଥ ଏବଂ ଦିବ୍ୟ ଜୀବନ ସଂଘ ଋଷିକେଶର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ
ସରସ୍ୱତୀ ମହାରାଜଙ୍କ ଜନ୍ମଶତବାର୍ଷିକ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଅଛି । ଓଡ଼ିଶା ରାଜ୍ୟ ପାଇଁ ଏହି ଶତବାର୍ଷିକ
ପ୍ରମୁଖ କାର୍ଯ୍ୟକ୍ରମ ପୁରୀ ଗୁଣ୍ଡି· ମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ଚଳିତ ସେପ୍ଟେମ୍ବର ମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ
୩ ଦିନ ଧରି ଅନୁଷ୍ଠିତ ହେବ । ଏହି ଆଧ୍ୟାତ୍ମିକ ମହା ସମ୍ମିଳନୀରେ ବହୁ ସାଧୁ, ସନ୍ଥ ଓ ବୈଷ୍ଣବବୃନ୍ଦ ଯୋଗଦାନ କରିବେ
ବୋଲି ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି ।
ଶନିବାର ସ୍ଥାନୀୟ ୨ନମ୍ବର ୟୁନିଟ୍ ଅଶୋକନଗରସ୍ଥିତ ଶିବାନନ୍ଦଆଶ୍ରମ ପରିସରରେ ଆୟୋଜିତ ଏକ ସାମ୍ବାଦିକ
ସମ୍ମିଳନୀରେ ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଥିଲେ ଯେ, ଆସନ୍ତା ୨୫ ତାରିଖରେ ସ୍ୱାମୀ ଚିଦାନନ୍ଦ
ଜନ୍ମଶତବାର୍ଷିକ ସମିତି ଓଡ଼ିଶା ଅନୁକୁଲ୍ୟରେ ଆୟୋଜିତ ଏହି ମହାସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଗୋବର୍ଦ୍ଧନ ପୀଠାଧୀଶ୍ୱର
ଜଗତ୍ଗୁରୁ ଶଙ୍କରା·ର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ, କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,
ପତଞ୍ଜଳି ଯୋଗପୀଠର ପ୍ରତିଷ୍ଠାତା ସ୍ୱାମୀ ରାମଦେବ ମହାରାଜ ଏବଂ ଋଷିକେଶ ଶିବାନନ୍ଦ ଆଶ୍ରମ ଦିବ୍ୟଜୀବନ ସଂଘର
ଉପସଭାପତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ଅନ୍ୟ ସାଧୁସନ୍ଥମାନେ ଅତିଥିଭାବେ ଅଂଶଗ୍ରହଣ କରିବେ ।
୨୬ ତାରିଖରେ ସଦ୍ଭାବନା ସମାବେଶ ସମ୍ପର୍କୀତ ଏକ ଧର୍ମ ସମ୍ପ୍ରଦାୟ ପ୍ରତିନିଧିମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ୨୭ ତାରିଖ ଉଦ୍ୟାପନୀ ସମାରୋହରେ ଚିନ୍ମୟ ମିଶନର ବିଶ୍ୱ ପ୍ରମୁଖ
ସ୍ୱାମୀ ତେଜୋମୟାନନ୍ଦଜୀ ମହାରାଜ ଆର୍ଶୀବଚନ ପ୍ରଦାନ କରିବେ । ୨୬ ଓ ୨୭ ତାରିଖ ଦୁଇଦିନ ଧରି ସ୍ୱାମୀ
ରାମଦେବ ମହାରାଜଙ୍କ ଦ୍ୱାରା ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସ୍ୱାମୀ ଚିଦାନନ୍ଦ ଜନ୍ମ
ଶତବାର୍ଷିକୀ ସମିତିର ସଭାପତି ଗଜପତି ମହାରାଜା ଦିବ୍ୟସିଂହ ଦେବ ଉପସ୍ଥିତ ରହିବେ । ଏହାଛଡ଼ା ଏହି ଆଧ୍ୟାତ୍ମିକ
ମହାସମ୍ମିଳନୀରେ ଜୀବନକୁ ସୁସଂଗଠିତ କରୁଥିବା ବହୁ ମୂଲ୍ୟବାନ ତଥା ଉପାଦେୟ ପୁସ୍ତକକୁ ନେଇ ଏକ ଆଧ୍ୟାତ୍ମିକ
ପୁସ୍ତକ ଭଣ୍ଡାର ଖୋଲାଯିବା ସହିତ ସ୍ୱାମୀ ଚିଦାନନ୍ଦଜୀ ମହାରାଜଙ୍କ ଦିବ୍ୟଜୀବନ ଉପରେ ଆଧାରିତ ଫଟୋ ପ୍ରଦର୍ଶନୀ ମଧ୍ୟ
ଅନୁଷ୍ଠିତ ହେବ । ଓଡ଼ିଶାର ୨୩୦ଟି ଶାଖା ସମେତ ସମଗ୍ର ଦେଶରେ ଦିବ୍ୟଜୀବନ ସଂଘର ୭ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି
ଏହି ଆଧ୍ୟାତ୍ମିକ ମହାସମାବେଶରେ ଅଂଶଗ୍ରହଣ କରିବେ । ଏଥିସହିତ ପ୍ରତିଦିନ ୧୧ ହଜାର ଜନସମୂହକଙ୍କ ସମାଗମ
ହେବ । ଗଜପତି ମହାରାଜ କହିଲେ ଯେ, ଧର୍ମର ପ୍ର·ର ଓ ପ୍ରସାର ହେଲେ ଦେଶ ତଥା ରାଜ୍ୟରେ ଅନ୍ୟାୟ ଅନୀତି
କମିବ, ଲୋକଙ୍କ ଭିତରେ ଆଧ୍ୟାତ୍ମିକତାର ପ୍ର·ର ଓ ପ୍ରସାର କରିବା ପାଇଁ ଏହିଭଳି ସମ୍ମିଳନୀର ଆୟୋଜନ କରାଯାଉଛି
ବୋଲି ସେ କହିଥିଲେ । ଏହି ସମ୍ବାଦିକ ସମ୍ମିଳନୀରେ ସମିତିର ଉପଦେଷ୍ଟା ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସ୍ୱାମୀ ଶିବଚିଦାନନ୍ଦ
ସରସ୍ୱତୀ ସ୍ୱାମୀ ଧର୍ମପ୍ରକାଶାନନ୍ଦ ସରସ୍ୱତୀ ମହାରାଜ ଓ ସାଧାରଣ ସମ୍ପାଦକ ଜୟଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!