୯ମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ଶୁଭାରମ୍ଭ; ଇସ୍ରୋ ପରିଦର୍ଶନରେ ଯିବେ ୨୦ ଜଣ ଛାତ୍ରଛାତ୍ରୀ

tatasteelarunmishraଓଡ଼ିଶାର ଉଚ୍ଚ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ରାଜ୍ୟ ସଚିବାଳୟରେ ଯୁବ ଜ୍ୟୋତିର୍ବିିଜ୍ଞାନ ପ୍ରତିଯୋଗିତାର ୯ମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତିି । ଏହି ଅବସରରେ ବିଭାଗର ପ୍ରମୁଖ ସଚିବ ଶ୍ରୀ ସି.ଜେ ବେଣୁଗୋପାଳ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ନିଦେ୍ର୍ଧଶକ ଶ୍ରୀ ସୁଦର୍ଶନ ଦାସ, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ଓ ଟାଟା ଷ୍ଟିଲ ଏସ୍ଇଜେଡ୍ର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅରୁଣ ମିଶ୍ର ଓ ଟାଟା ଷ୍ଟିଲ ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦୀୟମାନ ପ୍ରତିଭାମାନଙ୍କୁ ମହାକାଶର ବୈଚିତ୍ର୍ୟ ଓ ରହସ୍ୟର ଉନ୍ମୋଚନ ଦିଗରେ ପ୍ରେରିତ କରିବା ପାଇଁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଟାଟା ଷ୍ଟିଲ, ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ୨୦୦୭ରୁ ଏହାକୁ ଆୟୋଜିତ କରିଆସୁଛି । ୩ଟି ସ୍ତରରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ସବୁ ସ୍କୁଲର ୮ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ ।

ଶ୍ରୀ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ସ୍କୁଲକୁ ପଠାଯିବାକୁଥିବା ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହିତ ଯୁବ ଜ୍ୟୋତିର୍ବିିଜ୍ଞାନୀ ପ୍ରତିଯୋଗିତାର ୱେବ୍ସାଇଟ୍ର ଶୁଭାରମ୍ଭ କରିଥିଲେ । ଟାଟା ଷ୍ଟିଲର ଏହି ଉଦ୍ୟମକୁ ପ୍ରଶଂସା କରି ଡଃ ପାଣିଗ୍ରାହୀ କହିଥିଲେ ଯେ, ଯୁବ ଜ୍ୟୋତିର୍ବିିଜ୍ଞାନୀ ପ୍ରତିଯୋଗିତା ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ । ଏହି ଅବସରରେ ରାଜ୍ୟର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ କମ୍ପାନୀର ପ୍ରତିବଦ୍ଧତା ପ୍ରକାଶ କରି ଶ୍ରୀ ମିଶ୍ର କହିଥିଲେ ଯେ, ଏହି ପ୍ରତିଯୋଗିତାକୁ ଟାଟା ଷ୍ଟିଲ ଆଗାମୀ ଦିନରେ ଆହୁରି ଉଚ୍ଚସ୍ତରକୁ ନେବ ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟର ଅଧ୍ୟକ୍ଷ/ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାୟିମ୍ ସହ ଯୋଗାଯୋଗ କରିପାରିବେ କିମ୍ବା ନିମ୍ମଲିଖିତ ୱେବସାଇଟ୍ରୁ ସୂଚନା ସଂଗ୍ରହ କରିପାରିବେ ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ଙ୍ଖବକ୍ଷଙ୍କରବଭକ୍ଷରୟ.ମକ୍ଟଜ୍ଞ/ଚ୍ଚବଗ୍ଧଗ୍ଦ.ବଗ୍ଦକ୍ଟ୍ରଙ୍ଘ.

ପ୍ରଥମ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ‘ମଙ୍ଗଳରେ ଘାଟି ସ୍ଥାପନ’ ଉପରେ ଏକ ଲିଖିତ ସନ୍ଦର୍ଭ ଅକ୍ଟୋବର ୧୫, ୨୦୧୫ ସୁଦ୍ଧା ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍କୁ ପଠାଇବେ କିମ୍ବ ଉପରୋକ୍ତ ୱେବ୍ସାଇଟ୍ରେ ଅପଲେଡ଼ କରିପାରିବେ । ଏହାପରେ ଛାତ୍ରଛାତ୍ରୀ ସେମାନଙ୍କ ସନ୍ଦର୍ଭ ଆଧାରରେ ରାଜ୍ୟର ୮ଟି ଜୋନ୍ ଯଥା ବାଲେଶ୍ୱର, ଯାଜପୁର, ଯୋଡ଼ା, କେନ୍ଦୁଝର, ବେଲପାହାଡ, ଭୁବନେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ଅକ୍ଟୋବର ୩୧ ରୁ ନଭେମ୍ବର ୧୬ ତାରିଖ ମଧ୍ୟରେ ଜୋନାଲ ଶିବିରରେ ମଡେଲ ପ୍ରଦର୍ଶିତ କରିବେ । ଜୋନାଲ ସ୍ତରରୁ ଫାଇନାଲ୍ ରାଉଣ୍ଡକୁ ଉନ୍ନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଭୁବନେଶ୍ୱର ପଠାଣି ସମାନ୍ତ ପ୍ଲାନେଟାରିୟମ୍ରେ ଡିସେମ୍ବର ୧୨ ଓ ୧୩ ତାରିଖରେ ହେବାକୁଥିବା ରାଜ୍ୟସ୍ତରୀୟ ଶିବିରରେ ଶ୍ରେଷ୍ଠ ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ଚୟନ କରାଯିବ । ପଠାଣି ସାମନ୍ତଙ୍କ ଜନ୍ମଦିନ ଅବସରରେ ଏହି ଶ୍ରେଷ୍ଠ ୨୦ଜଣ ଯୁବ ବିଜ୍ଞାନୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପରେ ଦେଶ ମଧ୍ୟରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର କୌଣସି ଏକ ଅନୁଷ୍ଠାନକୁ ପରିଦର୍ଶନ ଯାତ୍ରା ନିମନ୍ତେ ନିଆଯିବାର କାର୍ଯ୍ୟକ୍ରମ ରହିଛି ।

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ଜୋନାଲ ରାଉଣ୍ଡ ସହିତ ଟାଟା ଷ୍ଟିଲ ଆନ୍ତଃ ବିଦ୍ୟାଳୟ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ ।

Share in top social networks!