ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ଓ ମରୁଡ଼ି ସମସ୍ୟା-କେନ୍ଦ୍ରୀୟ ଅନୁଧ୍ୟାନ ଦଳ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

11096464_815659821850932_1163955029585530541_nଓଡ଼ିଶାରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ପରିପ୍ରେକ୍ଷୀରେ ରାଜ୍ୟକୁ
କୃଷି ବିଭାଗର ଏକ ପ୍ରତିନିଧ#ଦଳ ପଠାଇବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଏକ ପତ୍ରଲେଖି
କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତିା
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଓଡ଼ିଶାରେ ସ୍ୱଳ୍ପ ବୃଷ୍ଟି କାରଣରୁ ମରୁଡ଼ି ପରିପ୍ରେକ୍ଷୀରେ ଏକ କେନ୍ଦ୍ରୀୟ ପ୍ରତିନିଧ#ଦଳ
ପ୍ରତ୍ୟକ୍ଷ ଭାବେ ଘଟଣାର ସରଜମିନ୍ ଅନୁଭବ ନେବା ପାଇଁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତିା
ରାଜ୍ୟର ଗ୍ରାମାଞ୍ଚଳ ଏବଂ ଚାଷୀ ସମୁଦାୟଙ୍କର ସମ୍ଭାବ୍ୟ ସମସ୍ୟାର ଆଶୁ ସମାଧାନ ପାଇଁ ଏହି କେନ୍ଦ୍ରୀୟ ଦଳ
ନିର୍ଦ୍ଦିଷ୍ଟ ପରାମର୍ଶ ଦେବା ପାଇଁ କୃଷିମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତିା
ରାଜ୍ୟରେ ୨୨ଟି ଜିଲ୍ଲାରେ ସାମାନ୍ୟ ବୃଷ୍ଟିପାତ ହୋଇଥ#ବା ବେଳେ ୮ଟି ଜିଲ୍ଲା କମ୍ ବୃଷ୍ଟିପାତ ସମସ୍ୟାର
ସମ୍ମୁଖୀନ ହୋଇଥ#ବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିା ଏହି ୮ଟି ଜିଲ୍ଲା ମଧ୍ୟରେ ଢେଙ୍କାନାଳ,
ଖୋର୍ଦ୍ଧା, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ ଏବଂ କେନ୍ଦୁଝର ଅନ୍ତର୍ଭୁକ୍ତା
୨୩ଟି ଜିଲ୍ଲାର ୧୦୩ଟି ବ୍ଲକ ସ୍ୱଳ୍ପବୃଷ୍ଟିର ଶୀକାର ହୋଇଥ#ବାର ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଥ#ବା ଶ୍ରୀ
ପ୍ରଧାନ କହିଛନ୍ତିା ଓଡ଼ିଶାର କୃଷି ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ ଥ#ବା କାରଣରୁ କମ୍ ବର୍ଷା ଏକ
ଗୁରୁତର ସମସ୍ୟା ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତିା

Share in top social networks!