୧୪ଟି ବିଭିନ୍ନ ବିଭାଗରେ ଦିଆଗଲା ଏଡୁକେ୍ୱଷ୍ଟ ଏକ୍ସଲେନ୍ସ ଆଓ୍ୱାର୍ଡ-୨୦୧୫

ETV eduquestଟିଭି ନ୍ୟୁଜ୍ ଓଡ଼ିଆ ତରଫରୁ ଆୟୋଜିତ ହୋଇଯାଇଛି ଶିକ୍ଷା ସମ୍ମିଳନୀ “”ଏଡୁକେ୍ୱଷ୍ଟ୍- ୨୦୧୫’ । ଶିକ୍ଷା, ଗବେଷଣା, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ସମଗ୍ର ଭାରତର ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି ଓଡ଼ିଶା । ତେବେ ଶିକ୍ଷା କ୍ଷେତ୍ରରେ କିଭଳି ଉନ୍ନତି ଆସିପାରିବ, ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ବାତାବରଣ, ଶିକ୍ଷା ଗବେଷଣା ଓ ଏହାର ଗୁରୁତ୍ୱ ତଥା ଶିକ୍ଷାର ମାନବୃଦ୍ଧି ଉପରେ ଆଲୋଚନା ଓ ତର୍ଜମା କରିବା ପାଇଁ ଆୟୋଜିତ ହୋଇଛି ଏହି ଏଡୁକେ୍ୱଷ୍ଟ-୨୦୧୫ ।

ଏଥ#ରେ ମୁଖ୍ୟ ଅତିଥ# ଭାବରେ ଓଡ଼ିଶା ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ବୈଷୟିକ ଶିକ୍ଷା ଓ ତାଲିମ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ସମ୍ମାନିତ ଅତିଥ# ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋରଞ୍ଜନ କର ଯୋଗ ଦେଇଥ#ଲେ । ରାଜ୍ୟରେ ଶିକ୍ଷାର ଉନ୍ନତି ଦିଗରେ Cଟିଭିର ଏହି ପ୍ରୟାସ ନିଶ୍ଚିତ ଭାବେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଅତିଥ# ଶ୍ରୀ ଦାସବର୍ମା କହିଛନ୍ତି । ଶିକ୍ଷାୟତନରେ ଶିକ୍ଷା, ଶୃଙ୍ଖଳା, ଶିକ୍ଷାର ମାନ ଆଦି ସମ୍ପର୍କରେ ଅତିଥ#ମାନେ ମତବ୍ୟକ୍ତ କରିଥ#ଲେ । ଏହି ଅବସରରେ ଏକ ସ୍ୱତନ୍ତ୍ର ସଙ୍କଳନ “”ଓଡ଼ିଶା ଓ୍ୱିଣ୍ଡୋଜ୍ ଟୁ ଦ ଫ୍ୟୁଚର୍” ଉନ୍ମୋଚିତ ହୋଇଥ#ଲା ।

ଏହି କାର୍ଯ୍ୟକ୍ରମରେ Cଟିଭି ନ୍ୟୁଜ୍ ନେଟଓ୍ୱର୍କର ଗ୍ରୁପ୍ ଏଡିଟର ଶ୍ରୀ ରାଜେଶ ରାଇନା Cଟିଭି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ କହିଥ#ଲେ । Cଟିଭି ନ୍ୟୁଜ୍ ଓଡ଼ିଆର ଚାନେଲ ହେଡ୍ ଶ୍ରୀ ନୀଳାମ୍ବର ରଥ, ସ୍ୱାଗତ ଅଭିଭାଷଣ ଦେବା ସହ Cଟିଭିର ଏହି ଅଭିଯାନ ଆଗାମୀ ବର୍ଷଗୁଡ଼ିକରେ ବି ଜାରି ରହିବ ବୋଲି କହିଛନ୍ତି । ଗୋଟିଏ ମଞ୍ଚରେ ଶିକ୍ଷାବିତ୍, ଶିକ୍ଷା ଉଦ୍ୟୋଗୀମାନଙ୍କୁ ଏକାଠି କରି ମାନସମନ୍ଥନ ମାଧ୍ୟମରେ ଯାହା ନିଷ୍କର୍ଷର୍ର୍ ମିଳିବ, ତାହା ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଦିଗରେ ସହାୟକ ହେବ ବୋଲି ଶ୍ରୀ ରଥ ଆଶାବ୍ୟକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା ଓ ତର୍ଜମା କରାଯାଇଥ#ଲା । ଟିଚର ଏକ୍ସଲେନ୍ସ- ଆଭେନ୍ୟୁସ୍ ଆଣ୍ଡ ଚାଲେଞ୍ଜେସ୍ ଏବଂ ରୋଲ ଆଣ୍ଡ ଇମ୍ପାକଫ ଅଫ୍ ରିସର୍ଚ ଇନ୍ ହାୟର ଏଜୁକେସନ୍, ଏହି ଦୁଇ ପ୍ରସଙ୍ଗରେ ପ୍ରଫେସର ମୁକ୍ତି ମିଶ୍ର, ପ୍ରଫେସର ବିଶ୍ୱଜିତ୍ ପଟ୍ଟନାୟକ, ଡକଫର ପି. ଶ୍ରୀନିବାସ ସୁବାରାଓ, ପ୍ରଫେସର ଆର.ଭି.ରାଜକୁମାର, ଡକଫର ବିଜୟ କୁମାର ସାହୁ, ଡକଫର ସତ୍ୟବ୍ରତ ମୀନକେତନ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଡକଫର ଅଶୋକ କୁମାର ଦାସ, ପ୍ରଫେସର ଏସ୍. ନନ୍ଦ, ଡକଫର ଅଭୟ କୁମାର ନାୟକ ଏବଂ ପ୍ରଫେସର ମହମ୍ମଦ ଅଲତାଫ ଖାନ ସାମିଲ ହୋଇ ନିଜସ୍ୱ ମତବ୍ୟକ୍ତ କରିଥ#ଲେ । ତେବେ ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର ସୁନୀଲ କୁମାର ଷଡଙ୍ଗୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥ#ବାରି ସେ ଭିଡିଓ ମେସେଜ୍ ମାଧ୍ୟମରେ ନିଜ ମନ୍ତବ୍ୟ ରଖ#ଥ#ଲେ । ଦୁଇଟି ଯାକ ଆଲୋଚନାକୁ କିଟ୍ ସ୍କ&ୁଲ ଅଫ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଡକଫର ଅନୀଲ ବାଜପେୟୀ ପରିଚାଳନା କରିଥ#ଲେ ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥ#ଲା ସମ୍ମାନ ପ୍ରଦାନ ଉତ୍ସବ । ଏଥ#ରେ ମୁଖ୍ୟ ଅତିଥ# ଭାବେ ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏବଂ କୋରେଇ ବିଧାୟକ ତଥା ସିନେ ତାରକା ଆକାଶ ଦାସ ନାୟକ ସମ୍ମାନୀତ ଅତିଥ# ଭାବେ ଯୋଗ ଦେଇଥ#ଲେ ।
Cଟିଭି ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଶିକ୍ଷାବିତ୍ ତଥା ବିଶିଷ୍ଟ ଗଣିତଜ୍ଞ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ କଂପ୍ୟୁଟର ବିଜ୍ଞାନୀ ପ୍ରଫେସର ସଂଘମିତ୍ରା ମହାନ୍ତି ଏବଂ ସାମ୍ବାଦିକତା ଓ ଗଣମାଧ୍ୟମ ଶିକ୍ଷାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କରିଥ#ବା ପ୍ରଫେସର ସୁନୀଲକାନ୍ତ ବେହେରାଙ୍କୁ ସେମାନଙ୍କ ଜୀବନବ୍ୟାପୀ ସାଧନା ଓ ଶିକ୍ଷା କ୍ଷେତ୍ରକୁ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥ#ଲା । ଏହା ବ୍ୟତୀତ ୧୪ଟି ବିଭିନ୍ନ ବିଭାଗରେ ରାଜ୍ୟର ଭିନ୍ନ ଭିନ୍ନ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରିଥ#ଲେ । “ଏଡୁକେ୍ୱଷ୍ଟ୍ ଏକ୍ସଲେନ୍ସ ଆଓ୍ୱାର୍ଡସ-୨୦୧୫’ ପାଇଁ Cଟିଭି ପକ୍ଷରୁ ଗତ ୧୫ ଦିନ ଧରି ଏକ ଅଭିଯାନ ଚାଲିଥ#ଲା । ଏଥ#ପାଇଁ ନାମାଙ୍କନ ଦାଖଲ କରିଥ#ବା ଶିକ୍ଷାନୁଷ୍ଠାନକୁ ସାଧାରଣ ଲୋକଙ୍କ ଭୋଟିଂ ଓ ଏସଏମ୍ଏସ୍ ଭୋଟିଂ ଆଧାରରେ ପୁରସ୍କୃତ କରାଯାଇଛି । ଏହା ବ୍ୟତୀତ ଅନ୍ୟ ତିନିଟି ବିଭାଗରେ Cଟିଭି ପକ୍ଷରୁ ପ୍ରଦାନ କରାଯାଇଛି “ଏଡୁକେ୍ୱଷ୍ଟ୍ ଏକ୍ସଲେନ୍ସ ଆଓ୍ୱାର୍ଡସ-୨୦୧୫’ ।

ଏହି କାର୍ଯ୍ୟକ୍ରମକୁ ଦୀକ୍ଷା ତିଓ୍ୱାରୀ ଉପସ୍ଥାପନ କରିଥ#ବା ବେଳେ ଚ୍ୟାନେଲର ସେଲସ ହେଡ୍ ଶ୍ରୀ ସନ୍ଦୀପ ସାଇମନ୍ ବେହେରା ଏବଂ ବାର୍ତ୍ତା ସମ୍ପାଦକ ଡକଫର ଫକୀର ମୋହନ ନାହାକ ଧନ୍ୟବାଦ ଅର୍ପଣ କରିଥ#ଲେ । ଆଗାମୀ ବର୍ଷଗୁଡ଼ିକରେ ଅଧ#କରୁ ଅଧ#କ ଶିକ୍ଷାନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ରାଜ୍ୟର ଶିକ୍ଷାନୀତି ନିର୍ଦ୍ଧାରଣ ଦିଗରେ ଏହା ଅଧ#କ ସହାୟକ ହେବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ କହିଛନ୍ତି । …

ପ୍ରାୟ ୧୫ ବର୍ଷ ତଳେ ଓଡ଼ିଶାର ପ୍ରଥମ ଘରୋଇ ସାଟେଲାଇଟ୍ ଟେଲିଭିଜନ ଚ୍ୟାନେଲ ଭାବେ Cଟିଭି ଓଡ଼ିଆ ମୁଣ୍ଡ ଟେକିଥ#ଲା । ଦକ୍ଷତାର ସହ ଖବର ପରିବେଷଣ କରି ଜନସାଧାରଣଙ୍କର ସୁଖଦୁଃଖର ସାକ୍ଷୀ ପାଲଟିଥ#ଲା । ଆଉ ଏବେ ଏକ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ଭାବେ ଏହି ଧାରା ଆଜି ବି ବଜାୟ ରହିଛି । ଓଡ଼ିଶାର ବିକାଶ ପାଇଁ ସମସ୍ତ ଆବଶ୍ୟକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଦିଗରେ Cଟିଭି ନ୍ୟୁଜ୍ ଓଡ଼ିଆ ବଦ୍ଧ ପରିକର ।

Share in top social networks!