Khimji ଜୁଏଲର୍ସରେ ଭାରତର ବୃହତ୍ତମ ଶୁଦ୍ଧ ସ୍ୱର୍ଣ୍ଣରେ ନିର୍ମିତ ଗଣେଶ ମୂର୍ତ୍ତି

ganeshjiସାରା ରାଜ୍ୟରେ ପବିତ୍ର ଗଣେଶ ପୂଜା ଉସôବ ବାତାବରଣରେ ଓଡିଶାର ଅଗ୍ରଣୀ ଜୁଏଲାରୀ ରିଟେଲ୍ ଚେନ୍ ଖିମ୍ଜୀ ଜୁଏଲର୍ସ, ଏହାର ଗୌରାବାନିତ ପରମ୍ପରାକୁ ଉଜ୍ଜୀବିତ କରି ୨୪ କ୍ୟାରେଟ୍ ଶୁଦ୍ଧ ସ୍ୱର୍ଣ୍ଣରେ ନିର୍ମିତ୍ତ ଗଣେଷ ମୂର୍ତ୍ତିି, ଏହାର ଶହିଦନଗରସ୍ଥିତ ଫ୍ଲାଗସିପ୍ ସୋରୁମରେ ପ୍ରଦର୍ଶିତ କରୁଛି । ଓଡିଶାରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହେଉଥିବା ଏହି ମନୋମୁଗ୍ଧକର ଗଣେଶ ମୂର୍ତ୍ତିର ପ୍ରଦର୍ଶନ ଦର୍ଶକ ମାନଙ୍କ ମନରେ ବେଶ ଆଲୋଡନ ସ୍ୃଷ୍ଟି କରିବ ।
ଏହି ଅବସରରେ, ଖିମ୍ଜୀ ଜୁଏଲର୍ସର ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର୍ (ମାର୍କେଟିଂ) ଶ୍ରୀମତୀ ଶ୍ୟାମା ଝା କହିଛନ୍ତି, “ଓଡିଶାରେ ବ୍ୟବସାୟ ଆରମ୍ଭ କରିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ଆଠ ଦଶନ୍ଧି ଧରି ଖିମ୍ଜୀ ଜୁଏଲର୍ସ ସର୍ବଦା ନୂତନ ତଥା ଅଭିନବ ଉଦ୍ୟମମାନ କରି ଓଡିଶାବାସୀ ମାନଙ୍କ ମନରେ ବେଶ୍ ଉତ୍ସାହ ତଥା ଖୁସି ପ୍ରଦାନ କରିବାରେ ବିଶ୍ୱାସ ରଖିଛି । ଗଣେଶ ଉସôବର ପବିତ୍ର ମୁହୁର୍ତ୍ତକୁ ଅଧିକ ସ୍ମରଣୀୟ କରିବା ନିମନ୍ତେ ଭାରତର ସର୍ବ ବୃହତ୍ତ୍ ସ୍ୱର୍ଣ୍ଣ ଗଣେଶ ମୂର୍ତ୍ତିି ଖିମ୍ଜୀର ଶହିଦନଗରସ୍ଥିତ ଫ୍ଲାଗସିପ୍ ସୋରୁମରେ ଦୀର୍ଘ ଏକମାସ ପର୍ଯ୍ୟନ୍ତ ଆମେ ପ୍ରଦର୍ଶିତ କରିବୁ ଯାହାକି ଓଡିଶାରେ ପ୍ରଥମ । ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳର ବାସିନ୍ଦାମାନେ ଖିମ୍ଜୀ ଜୁଏଲର୍ସ ପରିଦର୍ଶନ କରି ଏହି ବୃହତ୍ତମ ସ୍ୱର୍ଣ୍ଣ ଗଣେଶ ମୂର୍ତ୍ତିର ଦର୍ଶନ କରିପାରିବେ । ”
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଖିମ୍ଜୀ ଜୁଏଲର୍ସ ଗଣେଶ ପୁଜା ଉପଲକ୍ଷ୍ୟେ ଅନନ୍ୟ ‘ଅଷ୍ଟବିନାୟକ କଲେକ୍ସନ୍’ ଶୁଭାରମ୍ଭ କରିଛି । ଏହି ସମାହାରରେ ରହିଥିବା ୮ ଟି ଲକେଟ୍ ମଧ୍ୟରୁ ପ୍ରତ୍ୟେକଟି ଖିମ୍ଜୀର କୁଶଳୀ ଏବଂ ଦକ୍ଷ କାରିଗରମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । ପ୍ରତ୍ୟେକଟି ଲକେଟ୍ ବିଆଇଏସ୍ ହଲ୍ମାର୍କ ମାନ୍ୟତା ପ୍ରାପ୍ତ ଏବଂ ଏହି ପାର୍ବଣ ଅବସରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ବାକ୍ସ ମଧ୍ୟରେ ଆସୁଅଛି ଯାହାକି ପବିତ୍ର ଗଣେଶ ଚତୁର୍ଥୀର ଅଭିନବ ସ୍ମୃତି ଭାବେ ସାଇତି ରଖାଯାଇ ପାରିବ । ଏହି ମନଲୋଭା ‘ଅଷ୍ଟବିନାୟକ କଲେକ୍ସନ୍’ ରେ ବିଘ୍ନନାଶକ ପ୍ରଭୁ ଗଣେଶଙ୍କ ବିଭିନ୍ନ ଠାଣିର ଲକେଟ୍ ଖିମ୍ଜୀ ଜୁଏଲର୍ସର ଭୁବନେଶ୍ୱର, କଟକ, ରାଉରକେଲା ଠାରେ ଥିବା ସୋରୁମରେ ଉପଲବ୍ଧ ।
ଏଠାରେ ଉଲ୍ଲେଖଯୋଗ୍ୟଯେ ୧୯୩୬ ମସିହାରୁ ଦୀର୍ଘ ୭୯ବର୍ଷ ଧରି ଖିମ୍ଜୀ ଜୁଏଲର୍ସ ଓଡିଶାର ଅଳଙ୍କାର କ୍ଷେତ୍ରରେ ଗ୍ରାହକମାନଙ୍କର ପସନ୍ଦ ଓ ଗ୍ରାହକ ସନ୍ତୁଷ୍ଟିକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଛି ଏବଂ ଗହଣା ବ୍ୟବସାୟ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ଆଣିବାରେ ସର୍ବାଗ୍ରେ ରଖିଛି । ସ୍ୱଚ୍ଛତା ଏବଂ ବିଶ୍ୱସନୀୟତାରେ ଆଉ ଏକ ପାଦ ଆଗେଇ ଖିମ୍ଜୀ ଜୁଏଲର୍ସ ଓଡ଼ିଶାର ପ୍ରଥମ ଶତ ପ୍ରତିଶତ ବି.ଆଇ.ଏସ୍. ହଲ୍ମାର୍କ ଏବଂ ଆଇଜିଆଇ ସ୍ୱୀକୃତି ପ୍ରାପ୍ତ ଅଳଙ୍କାର ପ୍ରତିଷ୍ଠାନ ହେବାର ଗୌରବ ହାସଲ କରିଛି । ଭୁବନେଶ୍ୱର, କଟକ ଓ ରାଉରକେଲା ସହରରେ ଖିମ୍ଜୀ ଜୁଏଲର୍ସର ଭବ୍ୟ ସୋରୁମ୍ ମାନ ରହିଥିବାବେଳେ, ଏହା ନିକଟରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ସର୍ବବୃହତ୍ ଷ୍ଟୋର୍ ଏବଂ ଚନ୍ଦ୍ରଶେଖରପୁରଠାରେ ଏକ ନୂତନ ଷ୍ଟୋର ଖୋଲି ଗ୍ରାହକମାନଙ୍କ ନିକଟତର ହୋଇପାରିଛି । ଖିମ୍ଜୀ ଜୁଏଲର୍ସରେ ସୁନା, ହୀରା, ପ୍ଲାଟିନମ୍ ଏବଂ ରୂପା ଅଳଙ୍କାର ଏବଂ ଫ୍ୟାସନ ସାମଗ୍ରୀର ବ୍ୟାପକ ସମାହାର ମଧ୍ୟ ଉପଲବ୍ଧ ।

Share in top social networks!