ମନରେଗାରେ ୧୫୦ ଦିନ କାମ ମିଳିବ; କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଜେପିର ସ୍ୱାଗତ

ପୂର୍ବରୁ ମନରେଗା ଯୋଜନାରେ ୧୦୦ ଦିନ ପର୍ଯ୍ୟନ୍ତ କାମ ପାଉଥିଲେ ଶ୍ରମିକମାନେ । ଆଜି ତାହାକୁ ୧୫୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମନରେଗା ଯୋଜନାରେ ପୂର୍ବରୁ ଯୋଗାଇ ଦିଆଯାଉଥିବା ୧୦୦ ଦିନ କାର୍ଯ୍ୟ ପରିବର୍ତ୍ତେ ଦେଶର ସମସ୍ତ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫୦ ଦିନ ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇଦେବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟରେ ମୋଦି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯଦ୍ୱାରା ଓଡିଶା ସମେତ ଦେଶର ସମସ୍ତ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ନିଷ୍ପତ୍ତି ବିଶେଷତଃ ଓଡିଶାରୁ ବାହାର ରାଜ୍ୟକୁ ଦାଦନ ପାଇଁ ଗୋଡ ଟେକି ବସିଥିବା ଲୋକଙ୍କୁ ରୋକିବାରେ ସହାୟକ ହେବ ।
ମୋଦି ସରକାରଙ୍କ ଏହି ଏ÷୍ୟତିହାସିକ ଓ ତତ୍କ୍ଷଣାତ ନିଷ୍ପତ୍ତି ତଥା ଲୋକକଲ୍ୟାଣ ପଦକ୍ଷେପକୁ ରାଜ୍ୟ ବିଜେପି ପକ୍ଷରୁ ଏହାର ରାଜନୈତିକ କମିଟିର ସଦସ୍ୟ ତଥା ସଂପାଦକ ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଦିଲୀପ ମଲ୍ଲିକ, କାଳନ୍ଦୀ ସାମଲ ପ୍ରମୁଖ ସ୍ୱାଗତ କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!