ବିଜୁଳିକାଟ ନିଷ୍ପତ୍ତିରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ : ବିଜେପି

ଆଗାମୀ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ବିଜୁଳି କାଟ ବିରୋଧରେ ବିଜେପିର କଡା ସମାଲୋଚନା ଓ ଚାପ ଫଳରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ । ବର୍ଷକ ପାଇଁ ବିଜୁଳି କାଟ ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହେଲେ । ପ୍ରକାଶ ଥାଉକି, ଗତ ୧୩ ତାରିଖ ରାଜ୍ୟ ବିଜେପି ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଜୁଳି କାଟ ସରକାରକୃତ ଏବଂ କମ୍ପାନୀ ତୃଷ୍ଟିକରଣ ପାଇଁ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବା ଏକ ଦାୟୀତ୍ୱହୀନ ଓ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ବୋଲି କହିଥିଲେ ।

ସରକାର ଏପରି ଜନବିରୋଧୀ ନିଷ୍ପତ୍ତିରୁ ନ ଓହରିଲେ ପରିସ୍ଥିତି ପାଇଁ ଦାୟୀ ରହିବେ ବୋଲି ପ୍ରକାଶ କରିଥିଲେ । ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ଫଳରେ ଜଳଭଣ୍ଡାରରେ ଜଳର ଅଭାବସ୍ଥିତି ଯୋଗୁଁ ବିଜୁଳି ଉପôାଦନ ଅଭାବର ବାହାନା ଦେଖାଇ ରାଜ୍ୟବାସୀଙ୍କୁ ଭୁଁଆ ବୁଲାଇବାକୁ ରାଜ୍ୟ ସରକାର ଯେଉଁ ହୀନ ଉଦ୍ୟମ କରିଥିଲେ ତାହା ଫସର ଫାଟିଗଲା । ରାଜ୍ୟବାସୀଙ୍କୁ କଷ୍ଟ ହେଉ ପଛେ କମ୍ପାନୀମାନେ ଲାଭବାନ ପାଆନ୍ତୁ ନ୍ୟାୟରେ ସରକାରଙ୍କ ଯେଉଁ ଗୁପ୍ତ ଯୋଜନା ଥିଲା ତାହା ଧରାପଡିଯିବାରୁ ମୁଖ ଲଜ୍ଜା ବଞ୍ଚାଇବା ପାଇଁ ଶେଷରେ ଶକ୍ତିମନ୍ତ୍ରୀଙ୍କୁ ପକାଇଥିବା ଛେପକୁ ଢୋକିବାକୁ ପଡିଲା । ବର୍ଷକ ପାଇଁ ବିଦ୍ୟୁତକାଟ୍ ନିଷ୍ପତ୍ତିକୁ ଶକ୍ତି ସଚିବ ଓ ଶକ୍ତି ମନ୍ତ୍ରୀ ଘୋଷଣା କରିବାର ୨ ଦିନ ପରେ ସେହି ନିଷ୍ପତ୍ତିକୁ ବଦଳାଇବା ଘଟଣା ରାଜ୍ୟରେ ପ୍ରକୃତରେ ବିଦ୍ୟୁତ ଅଭାବ ଥିଲା କି ସରକାରଙ୍କ ଆଉ କ’ଣ ଉଦେ୍ଧଶ୍ୟ ରହିଥିଲା ତାକୁ ରାଜ୍ୟବାସୀ ଭଲଭାବେ ବୁଝିସାରିଲେଣି ।

କମ୍ପାନୀ ତୃଷ୍ଟିକରଣରେ ନମାତି ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥ୍ୟପାଇଁ କାର୍ଯ୍ୟ କରନ୍ତୁ ବୋଲି ବିଜେପିର ମୁଖପାତ୍ର ଶ୍ରୀ ସମୀର ମହାନ୍ତି, ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Share in top social networks!