ମରୁଡିପାଇଁ କେନ୍ଦ୍ର ସରକାର ଗମ୍ଭୀର ଥିଲାବେଳେ ରାଜ୍ୟ ସରକାର ଚାଷୀଙ୍କପ୍ରତି ଦାୟୀତ୍ୱ ଏବଂ ସମ୍ବେଦନ ହୀନତା ପ୍ରଦର୍ଶନ କରୁଛନ୍ତି: ବିଜୟ ପାଲ ସିଂ ତୋମର

kissanmorchaବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଜୟ ପାଲ ସିଂ ତୋମର ଓଡିଶାର ମରୁଡି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ୨ ଦିନିଆ ଗସ୍ତରେ ଗତକାଲି ଭୂବନେଶ୍ୱର ପହଞ୍ଚିଥିଲେ । ଗତକାଲି ରାଜ୍ୟ କାର୍ଯ୍ୟାଳୟଠାରେ କୃଷକ ମୋର୍ଚ୍ଚା ରାଜ୍ୟ ଶାଖା ତରଫରୁ ରାଜ୍ୟ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ରାଷ୍ଠ୍ରୀୟ ଅଧ୍ୟକ୍ଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମପରେ ରାଜ୍ୟର କୃଷକ ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କୁ ନେଇ ମରୁଡି ପରିସ୍ଥିତି ଉପରେ ଶ୍ରୀ ତୋମାର ସମୀକ୍ଷା କରିଥିଲେ । ଏହି ସମ୍ବର୍ଦ୍ଧନା ଓ ସମୀକ୍ଷା ବୈଠକରେ ବିଜେପି ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ରାଜ୍ୟ ସଂପାଦକ ଛୋଟେଲାଲ ମହନ୍ତ, ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ରାମଚନ୍ଦ୍ର ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ନ ଜଗଦେ୍ଧବ ପ୍ରମୁଖ ଉପସ୍ଥିତ ରହି ମରୁଡି ପାଇଁ ରାଜ୍ୟ ସରକାରଙ୍କ ଉଦାସୀନତା ବିରୁଦ୍ଧରେ ଜନସଚେତନତା ତଥା ବିଭିନ୍ନ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ଅପରାହ୍ନରେ ଶ୍ରୀ ତୋମାରଙ୍କ ସହିତ ରାଜ୍ୟ ସଭାପତି ଶ୍ରୀ ସାହୁ, ରାଷ୍ଟ୍ରୀୟ କାର୍ଯ୍ୟାଳୟ ସଂପାଦକ ଡ.ଶମ୍ଭୁ କୁମାର, ଯତୀନ ମହାନ୍ତି, ଯଦୁମଣୀ ପାଣିଗ୍ରାହୀ, ହୃଷିକେଶ ଜେନା, ସମୀର ପାତ୍ର, ସୁରଥ ବିଶ୍ୱାଳ, ମଙ୍ଗଳ ସାହୁ, ଅଜୟ ପ୍ରଧାନ, ଶଙ୍କର୍ଷଣ ଜେନା, ପ୍ରଦୀପ୍ତ ଜେନା, ଗଗନ ମଲ୍ଲ, ଡ.ଦେବେନ୍ଦ୍ର ତରାଇ, ଅମୃତ ଜେନା, ବିଶ୍ୱଜିତ ସ୍ୱାଇଁ, ଧନେଶ୍ୱର ପ୍ରଧାନ ପ୍ରମୁଖ ମରୁଡି ଅନୁଧ୍ୟାନକାରୀ ଦଳରେ ସାମିଲ ହୋଇ ଖୋର୍ଦ୍ଧା, ନୟାଗଡ ଓ ପୂରୀ ଜିଲ୍ଲାର ବୋଲଗଡ, ଭାପୁର, କୃଷ୍ନପ୍ରସାଦ, ବ୍ରହ୍ମଗିରି, ବେଗୁନିଆ ବ୍ଲକର ୧୨ ଟି ଗ୍ରାମ ୨ ଦିନ ଧରି ବୁଲି ଚାଷ ଓ ଚାଷୀଙ୍କର ଦୁରାବସ୍ଥା ପ୍ରତ୍ୟକ୍ଷ ଆକଳନ କରିଥିଲେ ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନିଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂପ୍ରତିକ ମରୁଡି ପରିସ୍ଥିତି ପାଇଁ ସରକାର ଆଦୈା ଗମ୍ଭୀର ନାହାନ୍ତି ତଥା ଚାଷୀଙ୍କ ପାଇଁ ସମ୍ବେଦନହୀନତା ପ୍ରଦର୍ଶନ ପାଇଁ କ୍ଷୋଭ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଗମ୍ଭୀର ଓ ଏକ ଉତ୍ତରଦାୟୀତ୍ୱ ନେଇ କାର୍ଯ୍ୟ କରୁଥିଲାବେଳେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ମରୁଡି ଆକଳନ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇ ନାହାନ୍ତି ବୋଲି ଅଭିଯୋଗ କରିଥିଲେ । କେନ୍ଦ୍ର ସରକାର ଓଡିଶାର ମରୁଡିର ଆପାତସ୍ଥିତିକୁ ତଦ୍କ୍ଷାଣାତ ସମ୍ଭାଳିବା ପାଇଁ ଏସଡିଆରଏଫ ଯୋଜନାରେ ରାଜ୍ୟକୁ ୨୮୦ କୋଟି ଟଙ୍କା ପଠାଇଥିବାବେଳେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ମରୁଡି ପାଇଁ କୈାଣସି କାର୍ଯ୍ୟ ଆରମ୍ଭ କରିନାହାନ୍ତି ।

ରାଜ୍ୟର ଗମ୍ଭୀର ମରୁଡି ପରିସ୍ଥିତିର ସଠିକ ବିବରଣୀ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ଠାରେ ପହଞ୍ଚେଇବାର ପ୍ରତିଶୃତି ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମହେଶ୍ୱର ସାହୁ, ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ରାମଚନ୍ଦ୍ର ପଣ୍ଡା, ଯଦୁମଣୀ ପାଣିଗ୍ରାହୀ, ସମୀର ପାତ୍ର, ସୁରଥ ବିଶ୍ୱାଳ, ପ୍ରଦୀପ ସାହୁ, ପ୍ରଦୀପ୍ତ ଜେନା, ସଂଜୀବ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME