ଛାତ୍ରଛାତ୍ରୀ ଏବଂ ଯୁବକମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଜବରଦସ୍ତ ଭାବେ ଚପାଇଦେବାର ଅପଚେଷ୍ଟାରୁ କ୍ଷ୍ୟାନ୍ତ ହୁଅନ୍ତୁ ରାଜ୍ୟ ସରକାର: ଅନୁରାଗ ଠାକୁର

12027668_992410494114143_2359425652610813305_nରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ବୈଷୟିକ ସହ ସମସ୍ତ ଶିକ୍ଷାର ମାନ ଅବନ୍ନତି ଘଟିଛି । ରାଜ୍ୟର ସର୍ବପୁରାତନ “ଉକ୍ରଳ” ଓ “ରେଭେନ୍ସା” ବିଶ୍ୱବିଦ୍ୟାଳୟ ହେଉ କି ରାଜ୍ୟର ଯେକୈାଣସି ସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସମସ୍ତ ସ୍ଥାନରେ ଶାସକଦଳର ମନୋମୁଖୀ ଏବଂ ଅଗଣତାନ୍ତ୍ରିକ ଭାବେ ଗୁଣ୍ଡାରାଜ ଚାଲିଛି । ଦଳୀୟ କାର୍ଯ୍ୟକ୍ରମକୁ ବିଭନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁଷ୍ଠିତ କରି ନିଜର େଓ÷÷ାଧତପଣିଆ ଦେଖାଉଛନ୍ତି ।

ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଜବରଦସ୍ତ ଭାବେ ଚପାଇ ଦେବାକୁ ହୀନ ଉଦ୍ୟମ କରୁଛନ୍ତି । ଏହିଭଳିଆ ହୀନ ଉଦ୍ୟମରୁ କ୍ଷ୍ୟାନ୍ତ ନହେଲେ ଭବିଷ୍ୟତରେ ଏହାର କୁପରିଣାମ ପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅନୁରାଗ ଠାକୁର ଗତକାଲି ଓଡିଶା ଗସ୍ତ ଅବସରରେ ଚେତାଇ ଦେଇଛନ୍ତି ।

ସେହିଭଳି ସଂପ୍ରତ୍ତି ଦେଖାଦେଇଥିବା ଭୟାଭୟ ମରୁଡି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀ ଯୁବକମାନେ ନିଜ ନିଜ ଗ୍ରାମ ଛାଡି ଦାଦନ ଖଟିବା ପାଇଁ ଅନ୍ୟତ୍ର ଯାଉଛନ୍ତି । ଏହା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି । ରାଜ୍ୟ ସରକାର ଯଥାଶୀଘ୍ର ମରୁଡି ପରିସ୍ଥିତିର ମୁକାବିଲା କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିଭରଣା ସହ ଯୁବକମାନଙ୍କୁ କର୍ମଭିତ୍ତିକ ଶ୍ରମ ଯୋଗାଇଦେବାକୁ ସେ ଦାବୀ କରିଛନ୍ତି । ଏହା ବ୍ୟତୀତ କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀଙ୍କଠାରୁ ସ୍କୁଲ ଓ କଲେଜ ଫି ଛାଡ କରିବା ପାଇଁ ମଧ୍ୟ ଶ୍ରୀ ଠାକୁର ରାଜ୍ୟ ସରକାରଙ୍କ ପାଖରେ ଦାବୀ ରଖିଛନ୍ତିି ।
ତାଙ୍କ ଏହି ଗସ୍ତକାଳରେ ରାଜ୍ୟ ସାଧାରଣ ସଂପାଦକ ଠାକୁର ରଣଜିତ୍ ଦାସ, ଟଙ୍କଧର ତ୍ରୀପାଠି, ଉପ ସଭାପତି ମାନସ ମହାନ୍ତି, ଜଗନ୍ନାଥ ଦାସ, ଯୁବନେତା ପ୍ରଶାନ୍ତ ସ୍ୱାଇଁ, ସିକନ୍ଦର ଅଲ୍ଲୀ, ସଂଗ୍ରାମ ନାୟକ, ସତ୍ୟବ୍ରତ ନାୟକ, ସମରଜିତ୍ ପାତ୍ର, ବିଶ୍ୱରଞ୍ଜନ ବଡଜେନା, ବିଶ୍ୱଜୈାତି, ସତ୍ୟବାଦୀ ଚଇନି, ସୂରଜମଲ୍ ସାମଲ ପ୍ରମୁଖ ଉପସ୍ଥିତ ରହି ରାଜ୍ୟର ଯୁବ ଓ ଛାତ୍ରମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Share in top social networks!