ଶିଶୁସ୍ୱାସ୍ଥ୍ୟବ୍ୟବସ୍ଥାକୁ ଅଧିକସୁଦୃଢକରାଯିବ

ରାଜ୍ୟରେଶିଶୁମୃତ୍ୟୁହାରହ୍ରାସ ନିମନ୍ତେ ଶିଶୁସ୍ୱାସ୍ଥ୍ୟବ୍ୟବସ୍ଥାକୁ ଅଧିକସୁଦୃଢକରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣକରାଯାଇଛି । ରାଜ୍ୟରତିନିଗୋଟିସରକାରୀମେଡିକାଲକଲେଜ ଓ ହସପିଟାଲ , ଶିଶୁଭବନ , କ୍ୟାପିଟାଲହସପିଟାଲଏବଂ ଆର୍.ଜି.ଏଚ୍ରାଉରକେଲାରେଶିଶୁମାନଙ୍କ ନିମନ୍ତେ ଆଇ.ସି.ୟୁରବ୍ୟବସ୍ଥାକରାଯିବ । ତେବେଶିଶୁମାନଙ୍କୁ ଅଧିକଚିକିତ୍ସା ପାଇଁରେଫରକରିବା ନିମନ୍ତେ ଏକ ପ୍ରୋଟକଲ୍ ପ୍ରସ୍ତୁତକରାଯିବବୋଲିସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣବିଭାଗ ପ୍ରମୁଖସଚିବ ଆରତୀ ଆହୁଜାକହିଛନ୍ତି । ଶିଶୁଭବନରେଶିଶୁମୃତ୍ୟୁସଂପର୍କିତରିପୋର୍ଟସଂପର୍କରେଗଣମାଧ୍ୟମକୁସୂଚନା ଦେଇ ସେଏହାକହିଛନ୍ତି ।
ଶ୍ରୀମତୀ ଆହୁଜାକହିଛନ୍ତି ଯେ କଟକ ଶିଶୁଭବନରେଶିଶୁମୃତ୍ୟୁସଂପର୍କରେଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆକମିଟି ଗଠନ କରାଯାଇଥିଲା । କମିଟିରରିପୋର୍ଟସରକାରଙ୍କହସ୍ତଗତହୋଇଛି । ରିପୋର୍ଟରେସେଠାରେଚିକିତ୍ସାସେବାରେକୌଣସି ପ୍ରକାର ଅବହେଳାକରାଯାଇ ନଥିବାକମିଟି ଦର୍ଶାଇଥିବାବେଳେ ପ୍ରଶାସନିକସୁପରିଚାଳନାଉପରେମନ୍ତବ୍ୟ ଦେଇଛନ୍ତି । ଆହୁରି ମଧ୍ୟ ଶିଶୁଭବନକୁଚିକିତ୍ସା ପାଇଁ ଆସି ଥିବାଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଶିଶୁ ୫୦ ରୁ ୨୦୦ କିମି ଦୁରରୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିଥିଲେ । ସେମାନଙ୍କଜୀବନ ରକ୍ଷାକରିବା ପାଇଁସମସ୍ତ ପ୍ରକାର ଉଦ୍ୟମସତ୍ୱେସେମାନେ ମୃତ୍ୟୁବରଣକରିଛନ୍ତି । ଶିଶୁଭବନରଆଇ.ପି.ଡିରେଶିଶୁମାନଙ୍କସଂଖ୍ୟାବର୍ଷକୁ ୧୨ / ୧୩ ହଜାର ଥିବାବେଳେବର୍ତମାନ ଏହା ୨୨ ହଜାରରୁ ଅଧିକ । ଏଠାରେ ଥିବାଭିତିଭୂମିସେତେବେଳ ପାଇଁ ପ୍ରାୟତଃଠିକ୍ ଥିଲା । ଶିଶୁରୋଗୀଙ୍କସଂଖ୍ୟାବୃଦ୍ଧି ପାଇବାକାରଣରୁଭିତିଭୂମିଏବଂମାନବସମ୍ବଳର ଆବଶ୍ୟକତାରହିଛି । କିନ୍ତୁହଟାତ୍ଶିଶୁରୋଗୀଙ୍କସଂଖ୍ୟାବୃଦ୍ଧିସହିତତାଳଦେଇ ଭିତିଭୂମି ଓ ମାନବସମ୍ବଳବୃଦ୍ଧିପାଇବାସମ୍ଭବପର ନୁହେଁ । ଶିଶୁଭବନରଭିତିଭୂମିବିକାଶଓମାନବସମ୍ବଳବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣକରାଯାଇଛି । ଏହାସମୟସାପେକ୍ଷ । ଶିଶୁଭବନକୁଚିକିତ୍ସା ପାଇଁଶିଶୁମାନଙ୍କୁରେଫରକରିବା ପାଇଁ ଏକ ପ୍ରୋଟକଲ ପ୍ରସ୍ତୁତକରାଯିବ । ସେହିପରିକମିଟିରରିପୋର୍ଟକୁ ଆଧାରକରିଶିଶୁଭବନରେରକ୍ତସଂରକ୍ଷଣୟୁନିଟ୍ , ବିଭିନ୍ନ ପରୀକ୍ଷା ଆଦିରବ୍ୟବସ୍ଥାକରାଯାଇଛି । ଶିଶୁମାନଙ୍କଚିକିତ୍ସାବ୍ୟବସ୍ଥାକୁବିକେନ୍ଦ୍ରିକରଣକରାଯାଇତିନିଗୋଟିସରକାରୀମେଡିକାଲକଲେଜ ଓ ହସପିଟାଲ , କ୍ୟାପିଟାଲହସପିଟାଲଏବଂ ଆର୍.ଜି.ଏଚ୍ରାଉରକେଲାରେ ଆଇ.ସି.ୟୁବ୍ୟବସ୍ଥାକରାଯିବା ପାଇଁ ଏକ ମାଷ୍ଟରପ୍ଲାନ କରାଯାଉଛିବୋଲିଶ୍ରୀମତୀ ଆହୁଜାକହିଛନ୍ତି ।
ଶିଶୁଭବନରେଡାକ୍ତରଏବଂ ପାରାମେଡିକ ଅଭାବସଂପର୍କରେସୂଚନା ଦେଇ ଶ୍ରୀମତୀ ଆହୁଜାକହିଛନ୍ତି ଯେ ସେଠାରେ ପ୍ରଫେସର , ସହକାରୀ ପ୍ରଫେସର , ଏସ୍.ଆର୍ଏବଂ ପିଜି ପିଲାଙ୍କସମେତ୮୯ ଜଣ ଡାକ୍ତରକାର୍ଯ୍ୟରତ ଅଛନ୍ତି । ନିକଟରେ ଆଉ ୬ ଜଣ ପ୍ରଫେସରଙ୍କୁମୁତୟନ କରାଯିବାସହ ୭ ଜଣ ଏସ୍.ଆର୍ଙ୍କୁ ନିଯୁକ୍ତି ଦିଆଯାଇଛି । ସେଠାରେଖାଲି ଥିବା ୧୩ ଟିସହକାରୀ ପ୍ରଫେସର ପଦବି ପୁରଣ ଦିଗରେ ଥିବା ଆଇନଗତ ପ୍ରତିବନ୍ଧକଯୋଗୁଁ ପୁରଣକରାଯାଇ ପାରିନଥିଲା । ବର୍ତମାନ ତାହା ଦୁରହୋଇଛିଏବଂଖୁବ୍ଶୀଘ୍ର ପୁରଣକରାଯିବବୋଲିସେସୂଚନା ଦେଇଛନ୍ତି । ଡାକ୍ତରଖାନା ପରିଚାଳନା ନିମନ୍ତେ ମଧ୍ୟ ଏକ କାର୍ଯ୍ୟକାରୀଯୋଜନା ପ୍ରସ୍ତୁତକରାଯିବବୋଲିସେକହିଛନ୍ତି । କମିଟିରିପୋର୍ଟକୁ ଆଧାରକରି ଆବଶ୍ୟକକାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବବୋଲିଶ୍ରୀମତୀ ଆହୁଜାସୂଚନା ଦେଇଛନ୍ତି ।
ଏହିକ୍ରମରେ ଆଜିଶିଶୁଭବନ ଅଧୀକ୍ଷକଡାଃ ନିରଞ୍ଜନ ମହାନ୍ତିଙ୍କୁବ୍ରହ୍ମପୁରଏମ୍.କେ.ସି.ଜିମେଡିକାଲକଲେଜକୁସରକାର ବଦଳିକରିଛନ୍ତି । ତାଙ୍କସ୍ଥାନରେ ପ୍ରଫେସରଡାଃସରୋଜକୁମାରଶତପଥୀଙ୍କୁଶିଶୁଭବନ ଶିଶୁବିଭାଗମୁଖ୍ୟ ତଥା ଅଧୀକ୍ଷକଭାବେ ଅବସ୍ଥାପିତକରାଯାଇଛି । ସେହିପରିଏମ୍.କେ.ସି.ଜିମେଡିକାଲକଲେଜ ଓ ହସପିଟାଲରଡାଃ ନରେନ୍ଦ୍ରନାଥ ସୋରେନଙ୍କୁ କଟକ ଶିଶୁଭବନକୁ ବଦଳିକରାଯାଇଛି । ଶିଶୁଭବନର ପ୍ରଫେସରଡାଃ ଅନିଲକୁମାରମହାନ୍ତିଙ୍କୁବୁର୍ଲ୍ଲାବିରସୁରେନ୍ଦ୍ରସାଏମେଡିକାଲସାଇନସ୍ ଓ ଗବେଷଣାକୁ ବଦଳିକରାଯାଇଥିବାବେଳେସେଠାରେ ଥିବା ପ୍ରଫେସରଡାଃସପନ କୁମାରମୁର୍ମୁଙ୍କୁ କଟକ ଶିଶୁଭବନକୁ , କଟକ ଶିଶୁଭବନର ଆସୋସିଏଟ୍ ପ୍ରଫେସରଡାଃ ପ୍ରଭାକରମିଶ୍ରଙ୍କୁଏମ୍.କେ.ସି.ଜିବ୍ରହ୍ମପୁରକୁଏବଂସେଠାରେ ଥିବା ପ୍ରଫେସରଡାଃଶାନ୍ତିସେନ ମିଶ୍ରଙ୍କୁଶିଶୁବବନକୁ ବଦଳିକରାଯାଇଛି ।
……..

Share in top social networks!