ପରିବର୍ତ୍ତିତ ଔଦ୍ୟୋଗିକ ପୃଷ୍ଠଭୂମିରେ ନାଲ୍‍କୋ ଓଡ଼ିଶାର ଏକ ପ୍ରମୁଖ ପୁଞ୍ଜିନିବେଶକାରୀ ହେବ : ଶ୍ରୀ ଟି.କେ. ଚାନ୍ଦ

nalcocmdସଂପ୍ରତି, ଓଡ଼ିଶାର ନୂତନ ଶିଳ୍ପ ନୀତି ପ୍ରଣୟନ ସହ ରାଜ୍ୟ ବର୍ତ୍ତମାନ ୧,୭୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏ ସମ୍ବନ୍ଧରେ ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟି.କେ. ଚାନ୍ଦ କହିଛନ୍ତି, “ଓଡ଼ିଶାରେ ଥିବା ସମ୍ଭାବିତ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ନାଲ୍‍କୋ ଏକ ପ୍ରମୁଖ ଉଦ୍ୟୋଗ ଭାବେ ୩୦,୦୦୦ କୋଟି ଟଙ୍କା ନିବେଶ କରିବା ପାଇଁ ସମର୍ଥ ।” ଗତ କାଲି ଭୁବନେଶ୍ୱର ଠାରେ ଅନୁଷ୍ଠିତ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ୧୧୦ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀ ଚାନ୍ଦ ଏହି ସୂଚନା ଦେଇଥିଲେ ।
ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଚାନ୍ଦ କହିଲେ ଯେ ବ୍ୟାଙ୍କିଂ ଉଦ୍ୟୋଗ, ସର୍ବଦା ଭାରତୀୟ ଅର୍ଥନୀତିର ଅନ୍ୟତମ ଶକ୍ତି ଭାବେ କାର୍ଯ୍ୟ କରିଆସୁଛି । ଏହି ପରିପ୍ରେକ୍ଷୀରେ, ଭାରତରେ ପାଖାପାଖି ୫୦୦୦ଟି ଶାଖା ଏବଂ ବିଦେଶରେ ୬୦ଟି ଶାଖା ଥିବା ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଚାନ୍ଦ କହିଥିଲେ ।
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ, ରିଜର୍ଭ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଆଞ୍ଚଳିକ ନିଦେ୍ର୍ଧଶକ ଶ୍ରୀ ପି.କେ. ଜେନା ଏବଂ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଉପମହାପ୍ରବନ୍ଧକ ତଥା ମଣ୍ଡଳ ପରିଚାଳକ ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର ମଧ୍ୟ ଉଦ୍‍ବୋଧନ ଦେଇଥିଲେ ।

Share in top social networks!