ରାଜ୍ୟ ସରକାରଙ୍କ ଶିଳ୍ପନୀତି ୨୦୧୫ କେବଳ ଫମ୍ପା ଆୱାଜ

pcchiefରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଶିଳ୍ପନୀତି ୨୦୧୫ ନୂଆ ବୋତଲରେ ପୂରୁଣା ମଦ ଭଳି । ୨୦୦୧ ଓ ୨୦୦୭ ରେ ପ୍ରବତ୍ତିତ ଶିଳ୍ପ ନୀତିରେ ମଧ୍ୟ ଗୋଟିଏ ଦୁଇଟିକୁ ଛାଡି ବାକି ସବୁ ସମାନ ନିୟମ ରହିଥିବା ବେଳେ ରାଜ୍ୟରେ ଶିଳ୍ପାୟନ ବିଫଳ ହୋଇଛି । ରାଜ୍ୟ ସରକାରଙ୍କ ଅସହଯୋଗ ଓ ତୃଟିପୂର୍ଣ୍ଣ ନୀତି ଯୋଗୁଁ ବୁଝାମଣ ପତ୍ର ସ୍ୱାକ୍ଷର କରିଥିବା ବଡ଼ ବଡ଼ ଶିଳ୍ପ ସଂସ୍ଥା ଓଡ଼ିଶା ଛାଡ଼ିଲେଣି । ଏ ସରକାର ପୂର୍ବରୁ ଦୁଇ ଦୁଇ ଥର ଶିଳ୍ପନୀତି ଘୋଷଣା କରିଥିବା ବେଳେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ବିଫଳ ନବୀନ ପଟ୍ଟନାୟକ ସରକାର ନୂଆ ଶିଳ୍ପନୀତି ଘୋଷଣା କରି ରାଜ୍ୟବାସୀଙ୍କୁ କେବଳ ଭୂଆଁ ବୁଲାଇବା ପାଇଁ ଉଦ୍ୟମ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଶିଳ୍ପ ପାଇଁ ଅନୁକୂଳ ବାତାବରଣ ସୃଷ୍ଟିକରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଫମ୍ପାମାଠିଆର ସବ୍ଦ ବେଶିଭଳି ରାଜ୍ୟ ସରକାରଙ୍କ ପ୍ରତିଟି ଘୋଷଣା ଘୋଷଣାରେ ରହିଗଲା । ପୂର୍ବରୁ ଅନେକ ଘୋଷଣା ଭଳି ଶିଳ୍ପନୀତି ୨୦୧୫ ମଧ୍ୟ ଏକ ଅନୁରୂପ ଘୋଷଣା । ପୂର୍ବରୁ ଘୋଷିତ ଶିଳ୍ପନୀତିରେ ସିଂଗିଲ ଓଇଣ୍ଡୋ ମାଧ୍ୟମରେ ଶିଳ୍ପ ପାଇଁ ଆବଶ୍ୟକ ମଞ୍ଜୁରି ଦେବା ବ୍ୟବସ୍ଥା ମଧ୍ୟ ରହିଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସିଂଗଲ ଓଇଣ୍ଡୋ କମିଟି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କମିଟି କ୍ଷମତା ମଧ୍ୟ ରହିଥିଲା । ରାଜ୍ୟ ସରକାରଙ୍କ ପସନ୍ଦର କମ୍ପାନୀ ଗୁଡ଼ିକୁ ଆଣି ସେମାନଙ୍କ ପ୍ରସ୍ତାବକୁ ଏହି କମିଟି ମାଧ୍ୟମରେ ମଞ୍ଜୁରି ଦିଆଗଲା । ନିୟମ ଉଲ୍ଲଙ୍ଘନ କରି କିଛି ଶିଳ୍ପ ସଂସ୍ଥାକୁ ଅଯାଚିତ ଅନୁଗ୍ରହ ମଧ୍ୟ କରାଗଲା ।

ବିଜୁ ଜନତା ଦଳ ତାର ରାଜନୈତିକ ଆବଶ୍ୟକତା ପୁରଣ କରିବା ପାଇଁ ଏହି ଶିଳ୍ପସଂସ୍ଥାକୁ ବ୍ୟବହାର କରିଥିବା କାରଣରୁ ଶିଳ୍ପାୟନର ବାସ୍ଥବତା ମିିଳିପାରିଲା ନାହିଁ । ଏବେବି ସେହି ସିଂଗଲ ଓଇଣ୍ଡୋ ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ବାହାସ୍ପପୋଟ ମାରୁଛନ୍ତି ଯେ ଏହି ଶିଳ୍ପନୀତି ଦ୍ୱାରା ଅଧିକ ୧.୭୫ ଲକ୍ଷ କୋଟି ଟଙ୍କାର ଅଧିକ ପୁଞ୍ଜି ନିବେଶ ଆସିପାରିବ । ଏ ସରକାର କେବଳ ସାର୍ଟିଫିକେଟ ଯୋଗାଡ଼ରେ ବ୍ୟସ୍ଥ ରହିଲେ ହେଲେ ଶିଳ୍ପପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ଠୋସ ପଦକ୍ଷେପ ଗ୍ରହଣ କରିପାରିଲେ ନାହିଁ । ଯାହାର ପରିଣାମ ସ୍ୱରୂପ ଆସରଲ ମିତ୍ତଲ ଭଳି ବିରାଟ ଇସ୍ପାତ କମ୍ପାନୀ ତାର ୫୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ପ୍ରତ୍ୟାହାର କରିନେଲା । ପସ୍କୋ ବର୍ତ୍ତମାନ ଓଡ଼ିଶା ଛାଡ଼ି ସାରିଲାଣି । ବେଦାନ୍ତ ଅବସ୍ଥା ବି ସମସ୍ତଙ୍କୁ ଜଣା ଅନ୍ୟକେତେକ ବଡ଼ ବଡ଼ ଶିଳ୍ପ ସଂସ୍ଥା ସେମାନଙ୍କର ପ୍ରକଳ୍ପ ନିଷ୍ପତ୍ତିରୁ ଓହରି ଯିବାକୁ ବସିଲେଣି । ରାଜ୍ୟ ସରକାର କହୁଛନ୍ତି ତାଙ୍କ ଦ୍ୱାରା ପ୍ରଣିତ ଥଇଥାନ ନୀତି ଓ ପୁନଃବାସ ନୀତି ଦେଶର ସର୍ବୋତ୍ତମ ନୀତି । ହେଲେ କାହିଁକି ପ୍ରକଳ୍ପ ପାଇଁ ବାସୋଚିତ ଲୋକମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରାଯାଇ ପାରୁନାହିଁ । କାହିଁକି ସେମାନେ ଆନେ୍ଦାଳନ କରିବାକୁ ବାଧ୍ୟ ହେଉଛନ୍ତି ।

କାରଣ ରାଜ୍ୟ ସରକାରଙ୍କ ସମସ୍ତ ଘୋଷଣା କେବଳ ଧୂଆଁବାଣ । ରାଜ୍ୟ ସରକାର ୧୩୦ ରୁ ଅଧିକ ଏମ୍ଓୟୁ ସ୍ୱାକ୍ଷର କରିଥିବା ବେଳେ ମାତ୍ର ୮୩ ଟି ଆଂଶିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସ୍ଥାନୀୟ ନିଯୁକ୍ତିକୁ ମଧ୍ୟ ଗୁରୁତ୍ୱ ଦେବା ରାଜ୍ୟ ସରକାର ଭୁଲି ଯାଇଛନ୍ତି । ଯେଉଁଠି ଶିଳ୍ପ ପ୍ରତିଷ୍ଠା ହେଲା ସେଠି ବାହାର ରାଜ୍ୟର ଲୋକମାନେ ଆସି ନିଯୁକ୍ତି ପାଉଛନ୍ତି । ଶିଳ୍ପ ପ୍ରତିଷ୍ଠା ହେଲେ ବିକାଶ ହେବାକଥା ହେଲେ ଶିଳ୍ପ ପ୍ରତିଷ୍ଠା ହେଉଥିବା ଅଂଚଳରେ ଏବେ ଲୋକ ଭିଟାମାଟି ଛାଡ଼ି ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ସେ ଅଞ୍ଚଳରେ ମାଓବାଦୀମାନେ ସକ୍ରୀୟ ହେବା ଦୁଃଖଦାୟକ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିର କେଉଁ ସୁଫଳ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପକୁ ସଂପୂଣ୍ଣ ଭାବେ ଭୁଲି ଯାଇଥିବା ବେଳେ ଗ୍ରାମ୍ୟ ଉଦୋଗ୍ୟ ଓ ଛୋଟ ଛୋଟି ଶିଳ୍ପ ପ୍ରତିଷ୍ଠା ପାଇଁ ଆଦୌ ଆନ୍ତରିକତା ଦେଖାଇ ନାହାନ୍ତି । ରାମଦେବ ବାବା ଭଳି ଜଣେ ବ୍ୟକ୍ତି ଯଦି ତାଙ୍କ ଉଦ୍ୟମରେ ବାର୍ଷିକ ୨୦ ହଜାର କୋଟି ଟଙ୍କାର ବ୍ୟବସାୟ କରିପାରୁଛନ୍ତି, ରାଜ୍ୟ ସରକାର କାହିଁକି ତାହା କରିପାରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରୁଛନ୍ତି ।

ଏବେ ଲ୍ୟାଣ୍ଡ ବ୍ୟାଙ୍କ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏ ବିଷୟ କଂଗ୍ରେସ ତରଫରୁ ବାରମ୍ବାର ଦାବି କରାଯାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ତାକୁ ନଜର ଅନନ୍ଦାଜ କରି ଆସିଥିଲେ । ଇଡ଼କୋ ଆକ୍ଟର ଗଳା ବାଟରେ ନିଜ ପସନ୍ଦର ଶିଳ୍ପ ସଂସ୍ଥାକୁ ବେଆଇନ ଭାବରେ ଜମି ଅଧିଗ୍ରହଣ କରି ଯୋଗାଇ ଦେବାର ବ୍ୟବସ୍ଥାକ ଲେ ଏପରିକି ଜଳସେଚିତ •ଷଜମି ମଧ୍ୟ ଟେକି ଦେବାପାଇଁ ପଛାଇଲେ ନାହିଁ । ସେମାନେ ଶିଳ୍ପତ ପ୍ରତିଷ୍ଠା କଲେ ନାହିଁ ହେଲେ ସେ ଜମି ଉପରେ ହଜାର ହଜାର କୋଟି ଟଙ୍କା ବ୍ୟାଙ୍କରୁ ଋଣ ଉଠାଇ ଓଡ଼ିଶା ବାହାରେ ଶିଳ୍ପ ପ୍ରତିଷ୍ଠା କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଯେମିତି କେନ୍ଦ୍ରର ବିଜେପି ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଭୁଲି ଶିଳ୍ପପତିଙ୍କ ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି ଠିକ୍ ସେପରି ନିଜ ରାଜନୈତି ସ୍ୱାର୍ଥ ପାଇଁ ବିଜୁଜନତା ଦଳ ସରକାର ନିଜ ପସନ୍ଦର ଶିଳ୍ପ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେବାପାଇଁ ଉଦ୍ୟମ ଚଳାଇଛନ୍ତି । ଯେଉଁମାନେ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଆଗ୍ରହୀ ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉ ନାହିଁ । ତେଣୁ କେବଳ ଘୋଷଣା କରିଦେଲେ ହେବ ନାହିଁ ରାଜ୍ୟ ସରକାର ମାନସିକତାର ପରିବର୍ତ୍ତନ କରିବା ଦରକାର ଓ ରାଜ୍ୟରେ ଦୃତ ଶିଳ୍ପାୟନର ବାତାବରଣ ସୃଷ୍ଟି କରିବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବା ସକାଶେ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

Share in top social networks!