ନାଲ୍‍କୋକୁ ଇଇପିସି ରପ୍ତାନୀ ପୁରସ୍କାର

NALCOPRଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ସରକାରୀ ଉଦ୍ୟୋଗ ତଥା ଆଲୁମିନା ଓ ଆଲୁମିନିୟମ୍‍ ଉପôାଦନ ତଥା ରପ୍ତାନୀ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ), ୨୦୧୩-୧୪ ବର୍ଷରେ ରପ୍ତାନୀ କ୍ଷେତ୍ରରେ ଉକôୃଷ୍ଟ ପ୍ରଦର୍ଶନ ନିମନ୍ତେ ଇଇପିସି (ଇଞ୍ଜିନିଅରିଂ ଏକ୍ସପୋର୍ଟ୍‍ ପ୍ରମୋସନ୍‍ କାଉନ୍ସିଲ) ପକ୍ଷରୁ ମର୍ଯ୍ୟାଦାଜନକ ଷ୍ଟାର୍‍ ପର୍ଫମର୍‍ ପରୁସ୍କାର ହାସଲ କରିଛି ।
ସେପ୍ଟେମ୍ବର ୩ ତାରିଖରେ ନୂଆଦିଲ୍ଲୀ ଆୟୋଜିତ ସର୍ବଭାରତୀୟ ରପ୍ତାନୀ ଉକôର୍ଷ ପୁରସ୍କାର ବିତରଣ ଉସôବରେ କମ୍ପାନୀ ପକ୍ଷରୁ, ମହାପ୍ରବନ୍ଧକ (ବନ୍ଦର ବ୍ୟବସ୍ଥା) ଶ୍ରୀ ଏ.କେ. ମୂର୍ତ୍ତୀ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାଲ୍‍କୋକୁ ପ୍ରିମିୟର୍‍ ଟ୍ରେଡିଂ ହାଉସ୍‍ ମାନ୍ୟତା ମିଳିଥିବା ବେଳେ ନିଜର ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଉପôାଦ ନିମନ୍ତେ ପ୍ରଥମ ଭାରତୀୟ ଆଲୁମିନିୟମ୍‍ କମ୍ପାନୀ ଭାବେ ଏହା ଲଣ୍ଡନ୍‍ ମେଟାଲ୍‍ ଏକ୍ସଚେଞ୍ଜ୍‍ରେ ପଞ୍ଜୀକୃତ ହୋଇଛି ।

Share in top social networks!