HDFC ବ୍ୟାଙ୍କ ଦ୍ୱାରା ଓଡ଼ିଶାରେ ଧନଛାୟାତର ଶୁଭାରମ୍ଭ

hdfcଏଚ୍ଡିଏଫ୍ସି ବ୍ୟାଙ୍କ ଲିଃ ଆଜି ଓଡ଼ିଶାରେ ଧନଛାୟାତର ଶୁଭାରମ୍ଭ କରିଛି । ଧନଛାୟାତ ହେଉଛି ଏକ ଶିକ୍ଷା ସମ୍ବନ୍ଧୀୟ ଫିଲ୍ମ ଯାହାକୁ ଗ୍ରାମୀଣ ଅଞ୍ଚଳରେ ସଚେତନତା ସୃଷ୍ଟି ଉଦେ୍ଧଶ୍ୟରେ ପ୍ରସ୍ତୁତ କରାଯାଇଛି । ବ୍ୟାଙ୍କର ସିଏସ୍ଆର ପଦକ୍ଷେପ ସ୍ୱଚ୍ଛ ବ୍ୟାଙ୍କିଂ ଅନ୍ତର୍ଗତ ଏହି ଫିଲ୍ମର ଶୁଭାରମ୍ଭ କରାଯାଇଛି । ସ୍ୱଚ୍ଛ ବ୍ୟାଙ୍କିଂର ଲକ୍ଷ୍ୟ ହେଉଛି ସଂଗଠିତ କ୍ଷେତ୍ର ମାଧ୍ୟମରେ ସ୍ୱଚ୍ଛ ଓ ସୁବିଧାଜନକ ଭାବରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ କରାଇବା । ଏହି ଫିଲ୍ମ ମାଧ୍ୟମରେ ବ୍ୟାଙ୍କ ଗ୍ରାମୀଣ ଗ୍ରାହକମାନଙ୍କୁ ଋଣ ନେବା ପ୍ରକି୍ରୟାର ଉପଯୁକ୍ତ ଦିଗ ଗୁଡ଼ିକ ଉପରେ ସଚେତନ କରାଇବ ।
ଏଚ୍ଡିଏଫ୍ସି ବ୍ୟାଙ୍କର ଏହି ଭିଡିଓ ଭ୍ୟାନ୍ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ମଧ୍ୟ ଭାରତକୁ ଯାତ୍ରା କରି ସାରା ଭାରତର ହଜାର ହଜାର ଗ୍ରାମବାସୀଙ୍କ ନିକଟକୁ ଯିବ । ଏହା ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା ହାଟ, ବଜାର, ମେଳା ଓ ଗ୍ରାମ ପଞ୍ଚାୟତ ଆଦି ସ୍ଥାନରେ ରହିବ ।
ଭୁବନେଶ୍ୱରର ପାତ୍ରପଡାଠାରେ ଏହାର ଶୁଭାରମ୍ଭ ଶ୍ରୀ ଦେବାଶିଷ୍ ସେନାପତି, ଜୋନାଲ୍ ହେଡ୍, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଶ୍ରୀ ପି.କେ. ଜେନା, ଆଞ୍ଚଳିକ ନିଦେ୍ର୍ଧଶକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରଙ୍କ ଦ୍ୱାରା ଅନ୍ୟାନ୍ୟା ବରିଷ୍ଠ କର୍ମଚାରୀଙ୍କ ଉପସ୍ଥିତିରେ କରାଯାଇଥିଲା । ପଂଜାବ, ମହାରାଷ୍ଟ୍ର, ତାମିଲ୍ନାଡ଼ୁ, ଗୁଜୁରାଟ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ କର୍ଣ୍ଣାଟକ ପରେ ଓଡ଼ିଶା ହେଉଛି ଅଷ୍ଟମ ରାଜ୍ୟ ଯେଉଁଠାରେ ଏହି ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ବ୍ୟାଙ୍କ ଓଡ଼ିଶାର କଟକ, ବାଲେଶ୍ୱର, ଅନୁଗୁଳ, ଜୟପୁର, କୋରାପୁଟ, ଜଗତ୍ସିଂହପୁର, ସମ୍ବଲପୁର, ଢେଙ୍କାନାଳ, ମାଲ୍କାନ୍ଗିରି, କେନ୍ଦ୍ରାପଡା ଓ ଝାରସୁଗୁଡ଼ା ଜିଲ୍ଲାର ୧୫୦ଟି ଗ୍ରାମକୁ କଭର କରିବାର ଯୋଜନା ରହିଛି । ରାଜ୍ୟ ସ୍ତରରେ ଏଚ୍ଡିଏଫ୍ସି ବ୍ୟାଙ୍କର ୬୪% ଶାଖା ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଛି ଓ କ୍ରମାଗତ ଭାବରେ ଏହାର ବିକାଶର ଧାରା ଜାରି ରହିଛି ।
ଧନଛାୟାତର ଶୁଭାରମ୍ଭ ପ୍ରଥମେ ମୁମ୍ବାଇଠାରେ କରାଯାଇଛି । ଏହି ଭ୍ୟାନ୍କୁ ଶ୍ରୀଯୁକ୍ତ ଆଦିତ୍ୟ ପୁରୀ, ଏମ୍ଡି, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଶ୍ରୀ ପରେଶ ସୁଖଥାନ୍କର, ଡେପୁଟି ଏମ୍ଡି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଥିଲେ । ଜାତୀୟ ସ୍ତରରେ ପ୍ରଥମ ଫେଜ୍ରେ ବ୍ୟାଙ୍କ ୫୦୦୦ ଗ୍ରାମକୁ କଭର କରିବ ।
ଭୁବନେଶ୍ୱରଠାରେ ଏହାର ଶୁଭାରମ୍ଭ ଅବସରରେ ଶ୍ରୀ ଦେବାଶିସ୍ ସେନାପତି, ଜୋନାଲ୍ ହେଡ୍, ଏଚ୍ଡିଏଫ୍ସି ବ୍ୟାଙ୍କ କହିଛନ୍ତି ଯେ ଏଚ୍ଡିଏଫ୍ସି ବ୍ୟାଙ୍କ ସର୍ବଦା ବାସ୍ତବ ଆର୍ଥିକ ସମନ୍ୱୟର ଲକ୍ଷ୍ୟ ରଖିଛି । ଆମକୁ ଏଥିପାଇଁ ଆର୍ଥିକ ସେବାରୁ ଆଗକୁ ଯିବାକୁ ହେବ । ଆମର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ସଂଗଠିତ କ୍ଷେତ୍ର ବିଷୟରେ ସଚେତନ କରାଇବା ତଥା ଲୋକମାନଙ୍କୁ ବିନା କୌଣସି ସମସ୍ୟାରେ ଉପଯୁକ୍ତ ସେବା ପ୍ରଦାନ କରିବା । ଆମେ ଆଶା କରୁଛୁ ଧନଛାୟାତ ଜରିଆରେ ଏହି କାର୍ଯ୍ୟ ହୋଇପାରିବ ।

Share in top social networks!