ଭାରତୀୟ ରେଡ଼କ୍ରସ୍ ସୋସାଇଟି,ଓଡିଶା ରାଜ୍ୟ ଶାଖା ପକ୍ଷରୁ ଜିଲ୍ଲା ସ୍ତରରେ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରୀ ସ୍ୱେଚ୍ଛାସେବୀ ସୃଷ୍ଟି କରିବା ନିମନ୍ତେ ତାଲିମ ଶିବିର

redcrosssଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜିଲ୍ଲା ସ୍ତରରେ ଜିଲ୍ଲା ରେଡ଼କ୍ରସ୍ ଶାଖାକୁ ସୁଦୃଢ କରିବା ଏବଂ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରି ସ୍ୱେଚ୍ଛାସେବୀ ସଷ୍ଟିକରିବା ନିମନ୍ତେ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରି ଉପଦେଷ୍ଟାମାନଙ୍କର ଏକ ଦୁଇଦିନିଆ ତାଲିମ ଶିବିର ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଅଛି । ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଜାତୀୟ ଶାଖା, ନୂଆଦିଲ୍ଲୀ ସହାୟତାରେ ଓଡିଶାରେ ଏହି ପ୍ରକାର କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଅଛି । ବିପର୍ଯ୍ୟୟ ସମୟରେ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମୟରେ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ ବିଷୟରେ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଓ ଗୋଷ୍ଠୀ ମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରି ଦଳ ଗଠନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଳ ଉଦେ୍ଧଶ୍ୟ । ଏତଦ୍ ବ୍ୟତିତ ଏହି ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ ମାନେ ସାଧାରଣ ସମୟରେ ଜିଲ୍ଲାର ବିକାଶମୁଖୀ କାର୍ଯ୍ୟକ୍ରମରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିବେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ୩୦ ଜିଲ୍ଲାର ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରୀ ଉପଦେଷ୍ଟାମାନେ ଅଂଶ ଗ୍ରହଣ କରିଥିଲେ

ଏହି ତାଲିମ କାର୍ଯ୍ୟକ୍ରମକୁ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ା. ଚକ୍ରଧର ପଣ୍ଡା, ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହିକାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଉସôବରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତକାର୍ଯ୍ୟକ୍ରମରେ ସ୍ୱତନ୍ତ ରିଲିଫ କମିଶନର ଶ୍ରୀ ପ୍ରଭାତ ରଞନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣ କରିଥିବା ଉପଦେଷ୍ଟା ମାନଙ୍କୁ ଉସôାହିତ କରିଥିଲେ ଏବଂ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ଶୀ୍ର ଗୋବିନ୍ଦ ଚନ୍ଦ୍ର ମାହୁନ୍ତ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଉକ୍ତ ତିନି ଦିବସୀୟ ତାଲିମ କାର୍ଯ୍ୟକ୍ରମରେ ରେଡ଼କ୍ରସ୍ର ଚିହ୍ନ, ବିଭିନ୍ନ ପ୍ରକାରର ବିପର୍ଯ୍ୟୟ, ପ୍ରଥମ ଡାକ୍ତରୀ ସହାୟତା, ପ୍ରାଥମିକ ଚିକିସôା, ଆଘାତ ପ୍ରାପ୍ତ ବ୍ୟକ୍ତିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ, ଜରୁରୀ କାଳୀନ ପରିସ୍ଥିତିରେ ଜଳ ଓ ପରିମଳ ବ୍ୟବସ୍ଥା, ଖାଦ୍ୟ ନିରାପତ୍ତା, ନିଖୋଜ ବ୍ୟକ୍ତିକୁ ତାର ପରିବାର ସହିତ ସମ୍ପର୍କ ସ୍ଥାପନ ଏବଂ ଶବ ସଂସ୍କାର ଆଦି ବିଷୟରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକ ଡଃ ସତ୍ୟ ନାରାୟଣ ହୋତା ଏବଂ ଡଃ ବିକାଶ ପ୍ରସାଦ ଓ ଡଃ ଯଶୋବନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଶିକ୍ଷାଦାନ କରାଯିବାର ଯୋଜନା ରହିଛି । ଏହି କାର୍ଯ୍ୟକ୍ରମକୁ ବିପର୍ଯ୍ୟୟ ପରିଚାଳନା ବିଭାଗର ସଂଯୋଜିକା ସୁଶୀ୍ର ସଂଯୁକ୍ତା ବାରିକ୍ ପରିଚାଳନା କରିଥିଲେ ।

Share in top social networks!