ଶିଶୁମୃତୁ୍ୟ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକରି ନବୀନ ନିବାସ ଘେରାଉ କଲା ମହିଳା କଂଗ୍ରେସ

congressରାଜ୍ୟ ସରକାରଙ୍କର ଉଦାସୀନତା ଯୋଗୁଁ କଟକ ଶିଶୁଭବନରେ ଯେଭଳି ଭାବରେ ଶିଶୁମୃତୁ୍ୟହାର ବଢ଼ିବଢ଼ି ଚାଲିଛି ତା’ର ପ୍ରତିବାଦରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ବରଖାସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ପକ୍ଷରୁ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ନବୀନ ନିବାସ ଘେରାଉ କରାଯାଇଥିଲା । ହଜାର ହଜାର ମହିଳା ଏକ ବିଶାଳ ମହିଳା ରାଲିରେ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍, ରାଜମହଲ ଦେଇ ଶିଶୁଭବନ ଛକ ନିକଟରେ ପହଞ୍ଚôଥିଲେ ।

ପୁତ୍ତନା ସାଜିଛି ଶିଶୁଭବନ-ଅକାଳେ ଯାଉଛି ଶିଶୁଙ୍କ ପ୍ରାଣ, ସନ୍ତାନ ହରାଇ କାନ୍ଦୁଛି ମା-ନବୀନ ଗାଦିରେ ବସିଛ କିଅାଁ, ଶିଶୁଭବନ ନା ଯମଭୁବନ-ଶାସନ ତୁମ ଧିକ୍ ନବୀନ ଆଦି ସ୍ଲୋଗାନ ଦେଇ ମହିଳା କଂଗ୍ରେସ କର୍ମୀମାନେ ନବୀନ ନିବାସ ଆଢକୁୂ ମାଡି ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ତଥାପି ମହିଳା କଂଗ୍ରେସ କର୍ମୀମାନେ ଆଗକୁ ମାଡିଯାଉଥିବା ଦେଖି ପୋଲିସ ସେମାନଙ୍କୁ ପ୍ରତିିରୋଧ କରିବା ସହ ଧସ୍ତାଧସ୍ତି କରି୍ଥିଲା । ସେଠାରେ ଉପସ୍ଥିତ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଏଆଇସିସି ସଂପାଦକ ଶୁଭଙ୍କର ସରକାର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ ପ୍ରମୁଖ କହିଲେ ଯେ ଏ ସରକାର ଶିଶୁହନ୍ତା । ଶିଶୁଙ୍କ ଜୀବନରକ୍ଷା ପାଇଁ ରହିଥିବା ଶିଶୁଭବନରେ ଏ ପର୍ଯ୍ୟନ୍ତ ୬୭ ଜଣ ଶିଶୁଙ୍କ ଅକାଳ ମୃତୁ୍ୟ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଏଥିରୁ ରାଜ୍ୟର ଜନସାଧାରଣ ଓ ନିରୀହ ଶିଶୁଙ୍କ ପ୍ରତି ନବୀନ ବାବୁ କେତେ ସମ୍ବେଦନଶୀଳ ତାହା ପଦାରେ ପଡିଯାଇଛି । କେବଳ ସଚିବାଳୟରେ ବସି ସମୀକ୍ଷା କରିବା କେଉଁ ଦାୟିତ୍ୱବୋଧତା ବୋଲି ବକ୍ତାମାନେ ପ୍ରଶ୍ନ କରିଥିଲେ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଏହି ସଂଗ୍ରାମ ମହିଳା କଂଗ୍ରେସ ଜାରି ରଖିବ ବୋଲି ଶ୍ରୀମତୀ ବେହେରା ପ୍ରକାଶ କହିଛନ୍ତି । ଶେଷରେ ମହିଳା କଂଗ୍ରେସ କର୍ମୀମାନେ ଆଗକୁ ମାଡିଯାଉଥିବା ବେଳେ ଦୀର୍ଘ ସମୟ ଧରି ପୋଲିସ-ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ପୋଲିସ ସେମାନଙ୍କୁ ବଳପୂର୍ବକ ଗିରଫ କରିଥିଲା ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ଏହି ଘେରଉରେ ସାମିଲ ହୋଇଥିଲେ । ଏମାନଙ୍କ ସହିତ ଏହି କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ସାହୁ, ସନ୍ଧ୍ୟା ମହାପାତ୍ର, ପ୍ରଣତି ମିଶ୍ର, ସ୍ୱାଧୀନବାଳା ଦାସ, ଦୀପା ଚୌଧୁରୀ, ସୁଲୋଚନା ଦାସ, ସ୍ୱାଗତିକା ପଟ୍ଟନାୟକ, ସୁମିତ୍ରା ଜେନା, ଗିରିବାଳା ବେହେରା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶୋଭା ସିଂ, ଜୟଶ୍ରୀ ପଟ୍ଟନାୟକ, ପଙ୍କଜିନୀ ଦାସ, ମିନତୀ ସିଂ, ବିନୋଦିନୀ ମହାନ୍ତି, ଉଲ୍ଲାସ ମଲ୍ଲିକ, ସିଲି ସେଠୀ, ଜାନକୀ ମଲ୍ଲିକ, ବବିତା ମଲ୍ଲିକ, କନକଲତା ମଲ୍ଲିକ, ଏମ୍.ଏ. ପରବିନ୍, ସୋନାଲି ସାହୁ, ଉର୍ବଷୀ ମିଶ୍ର, ପ୍ରତିମା ମଲ୍ଲିକ, ମଞ୍ଜୁଲତା ବାରିକ, ସୂର୍ଯ୍ୟକାନ୍ତି ବାଗ, ସୁଚିତ୍ରା ବେହୁରା, ଆରତୀ ସ୍ୱାଇଁ, ଅନ୍ନପୂର୍ଣ୍ଣା ଦାସ, ଭାଗ୍ୟଶ୍ରୀ ପ୍ରଧାନ, ସ୍ନେହ ନାୟକ, ପଦ୍ମାବତୀ ଆଚାର୍ଯ୍ୟ, ଶଶିପ୍ରଭା ମୁଣ୍ଡା, ସୁରେଖା ସାହୁ, ସ୍ୱର୍ଣ୍ଣଲତା ବେହେରା, ବାସନ୍ତି ନାୟକ, ଅନ୍ନପୂର୍ଣ୍ଣା କହଁର, ମମତାଞ୍ଜଳି ବେହେରା, ସୁଜ୍ଞାନୀ ପଟ୍ଟନାୟକ, ନଳିନୀ ବେହେରା, ଚୌଧୁରୀ ସ୍ନେହଲତା ରାୟ, ପ୍ରେମଲତା ଦାସ, ଉର୍ମିଳା ମିଶ୍ରଙ୍କ ସମେତ ରାଜ୍ୟ ମହିଳା କଂଗ୍ରେସ କର୍ମକର୍ତ୍ତା ଓ ବହୁ ମହିଳା କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Share in top social networks!
Powered By Indic IME