ଭୁବନଶ୍ୱର ଠାରେ ଓଡିଶା ହୋମ୍ଷ୍ଟେ ଉଦ୍ଧଘାଟିତ

homestayଇନ୍କ୍ରେଡିବଲ୍ ଇଣ୍ଡିଆ ବେଡ୍ ଆଣ୍ଡ ବ୍ରେକ୍ଫାଷ୍ଟ ଯୋଜନାର ଅନ୍ତର୍ଭୁକ୍ତ ଓଡିଶା ହୋମ୍ଷ୍ଟେ ଆଜି ଭୁବନେଶ୍ୱର ସ୍ଥିତ ଆଶୋକନଗର ଠାରେ ଉଦ୍ଧଘାଟିତ ହୋଇଯାଇଛି । ମଧ୍ୟ ଭୁବନେଶ୍ୱରର ଏମ୍ଏଲ୍ଏ ବିଜୟ କୁମାର ମହାନ୍ତି, ଉତର ଭୁବନେଶ୍ୱରର ଏମ୍ଏଲ୍ଏ ଶ୍ରୀ ପ୍ରିୟଦର୍ଶି ମିଶ୍ର, ଭୁବନେଶ୍ୱର ବିଏମ୍ସି ମେୟର ଶ୍ରୀ ଅନନ୍ତ ନାରାୟମ ଜେନା ଏବଂ କର୍ପୋରେଟର୍ ମମତା ସାହୁଙ୍କ ଉପସ୍ଥିତିରେ ଓଡିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ଷ୍ଟେହୋମ୍କୁ ଉଦ୍ଧଘାଟନ କରିଥିଲେ ।

ଇନ୍କ୍ରେଡିବଲ୍ ଇଣ୍ଡିଆ ବେଡ୍ ଆଣ୍ଡ ବ୍ରେକ୍ଫାଷ୍ଟର ମୂଳ ଉଦେ୍ଧଶ୍ୟ ହେଉଛି, ବିଦେଶୀ ତଥା ଘରୋଇ ପର୍ଯ୍ୟଟକମାନଙ୍କୁ ଏକ ସ୍ୱସ୍ଥ୍ୟକର ଓ ବ୍ୟୟସାପେକ୍ଷ ବାସ ସ୍ଥଳି ଯୋଗାଇବା ସହିତ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଭାରତୀୟ ପରିବାର ସହିତ ରହି ଆମର କଳା ସଂସ୍କୃତି ସଭ୍ୟତାକୁ ଜାଣିବାର ସୁଯୋଗ ଦେବା । ମେଟ୍ରୋ ତଥା ବିଭିନ୍ନ ପର୍ଯ୍ୟଟନସ୍ଥଳିରେ ପର୍ଯ୍ୟଟକମାନଙ୍କୁ ବିଶ୍ୱସ୍ତରୀୟ ସେବା ସହିତ ଏକ ଘର ଭଳି ବସସ୍ଥଳୀ ଯୋଗାଇ ଦେବା ଲକ୍ଷ୍ୟରେ ଏହି ସେବାକୁ ଦୁଇଟି କାଟାଗୋରୀରେ ବିଭକ୍ତ କରାଯାଇଛି ଯଥା ଗୋଲ୍ଡ ଏବଂ ସିଲ୍ଭର୍ ।

ଅର୍ଣ୍ଣପୂର୍ଣ୍ଣା ପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଶା ହୋମ୍ଷ୍ଟେରେ ପ୍ରାରମ୍ଭିକ ସ୍ତରରେ ୪ ଟି ସିଲ୍ଭର୍ କାଟାଗୋରୀର ରୁମ୍ ଉପଲବ୍ଧ ଥିବା ବେଳେ ପରବର୍ତି ପର୍ଯ୍ୟାୟରେ ଉତ୍ସାହି ପର୍ଯ୍ୟଟକମାନଙ୍କ ନିମନ୍ତେ ବିଭିନ୍ନ କାଟାଗୋରୀର ଅଧିକ ରୁମ ଉପଲବ୍ଦ ହେବ ବୋଲି ସୂଚନା ମିଳିଛି ।
“ଭାରତୀୟ ପର୍ଯ୍ୟଟନ ବିଭାଗର ଏହା ଏକ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ଓ ଆମର ଅତିଥିମାନଙ୍କୁ ବିଶ୍ୱସ୍ତରୀୟ ସେବା ସହିତ ଏକ ଘର ଭଳି ଅନୁଭୁତି ଦେବା ପାଇଁ ଆମେ ସମସ୍ତେ ମିଳିମିଶି ପ୍ରୟାସ୍ କରିବୁ”, ବୋଲି ଓଡିଶା ହୋମ୍ଷ୍ଟେର ପ୍ରତିଷ୍ଠାତା ଅର୍ଣ୍ଣପୂର୍ଣ୍ଣା ପାତ୍ର କହିଥିଲେ ।

Share in top social networks!