ରାଜ୍ୟର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ଓ ଶିଶୁ ଭବନରେ ଶିଶୁ ମୃତ୍ୟୁ ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ଏବଂ ଧାରଣା ସଫଳ ହେଲା : ବିଜେପି

11219590_1638448269705517_7461576835750433038_nରାଜ୍ୟର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ଏବଂ ସଂପ୍ରତି କଟକ ଶିଶୁ ଭବନରେ ଶିଶୁମୃତ୍ୟୁର ପ୍ରତିବାଦରେ ଆଜି ରାଜ୍ୟବ୍ୟାପି ବିକ୍ଷୋଭ ଏବଂ ଧାରଣା ସଫଳତାର ସହ ଶାନ୍ତିପୂର୍ଣ ଭାବେ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବହୁ ଉଲ୍ଲାସ ଓ ଉଦ୍ଧିପନା ପରିଲକ୍ଷିତ ହେବା ସହ ଜନସାଧାରଣଙ୍କ ଆକୁଣ୍ଠ ସହଯୋଗ ଏହି କାର୍ଯ୍ୟକ୍ରମକୁ ମିଳିଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କୁ ଦଳ ପକ୍ଷରୁ ଅଭିନନ୍ଦନ ଦିଆଯାଇଅଛି । ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ ଯେ, ରାଜ୍ୟର ୩୦୦ ସ୍ଥାନରେ କାର୍ଯ୍ୟକ୍ରମ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଆତ୍ମ ସମୀକ୍ଷା କରିବାର ବେଳ ଆସିଛି । ସମଗ୍ର ରାଜ୍ୟରେ ବିଗତ ୪ ବର୍ଷରେ ୧୨ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ ହୋଇଥିବା ବେଳେ ଡାକ୍ତରଖାନା ମାନଙ୍କରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଯନ୍ତ୍ରପାତି, େଓ÷ାଷଧର ଯେଉଁ ଅଭାବ ପରିଲେକ୍ଷିତ ହେଉଛି ତାହା ଆସନ୍ତା ଦିନରେ ଜନ ଆକୋ୍ରଶରେ ପରିଣତ ହେବ ଏବଂ ସେଥିପାଇଁ ରାଜ୍ୟ ସରକାର ସଂପୂର୍ଣ ରୂପେ ଦାୟୀ ରହିବେ । ମୋଦି ସରକାର ରାଜ୍ୟରେ ୫ଟି ନୂତନ ମେଡିକାଲ କଲେଜ କରିବାର ନିଷ୍ପତ୍ତି ନେଇ ପ୍ରଥମ ପର୍ଯ୍ୟାୟରେ ୭କୋଟି ହିସାବରେ ୩୫ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କୁ ଦେଇସାରିଲେଣି ।

ମୂଖ୍ୟମନ୍ତ୍ରୀ ବଲାଙ୍ଗୀର ଓ କୋରାପୁଟଠାରେ ମେଡିକାଲ କଲେଜର ଶିଳାନ୍ୟାସ କରି ବାଃ ବାଃ ନେବା କେତେଦୁର ସମୀଚିନ, ତାହା ରାଜ୍ୟବାସୀ ଆଗାମୀ ଦିନରେ ବିଚାର କରିବେ । କେନ୍ଦ୍ର ସରକାର ୭୫ ଭାଗ ଅର୍ଥ ଦେଉଥିବାବେଳେ ମୂଖ୍ୟମନ୍ତ୍ରୀ ଭୋଟ ବ୍ୟାଙ୍କ ରାଜନୀତି ଜନସାଧାରଣଙ୍କ ପାଖରେ ଜଣାପଡିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

Share in top social networks!