ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାସ ଭବନ ଘେରାଉ କଲା ବିଜେପି

11181682_1638451143038563_7027898373863620714_nରାଜ୍ୟ ବିଜେପି ତରଫରୁ ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ଥ ଓ ଶିଶୁ ଭବନରେ ବ୍ୟାପକ ଶିଶମୃତ୍ୟୁ ପ୍ରତିବାଦରେ ରାଜ୍ୟର ସମସ୍ତ ବ୍ଲକ ଏବଂ ଜିଲ୍ଲା ମାନଙ୍କର ସମସ୍ତ ସିଡିଏମଓ ଅଫିସ୍ରେ ବିକ୍ଷୋପ ଓ ଧାରଣା ଡାକରା ପରିପେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବହାରି, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ସମ୍ମୁଖକୁ ଯାଇ ଘେରାଉ ଏବଂ ଧାରଣା ଦେଇ ସେଠାରେ ଏକ ପ୍ରତିବାଦ ସଭା ମଧ୍ୟ କରାଯାଇଥିଲା ।

ଏହି ସଭାରେ ବିଜେପି ଭୁବନେଶ୍ୱର ଜିଲ୍ଲ୍ା ସଭାପତି ଶ୍ରୀ ଅମୀୟ ଦାସ ସଭାପତିତ୍ୱ କରିଥିଲେ । ବିଜେପି ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି, ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲିପ ମହାନ୍ତି, ଜଗନ୍ନାଥ ପ୍ରଧାନ, ମହିଳାମୋର୍ଚ୍ଚା ସଭାନେତ୍ରୀ ମିନକ୍ଷୀ ପ୍ରିୟଦର୍ଶନୀ, ଯୁବମୋର୍ଚ୍ଚା ସଭାପତି ବିଶ୍ୱରଞ୍ଜନ ବଡଜେନା, ଜିଲ୍ଲା ଉପ ସଭାନେତ୍ରୀ ଶୁବାସୀନୀ ପୃଷ୍ଟି ପ୍ରମୁଖ ରାଜ୍ୟର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଶିଶୁଭବନରେ ଶିଶୁ ମୃତୁ୍ୟ ପରିପ୍ରେକ୍ଷୀରେ ଉଦ୍ବେଗ ପ୍ରକାଶ କରି ବକ୍ତବ୍ୟ ପ୍ରଦାନ କରିବାସହ ଅଗାମୀ ଦିନରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅତି ଶୀଘ୍ର ନ ସଜାଡିଲେ ନବୀନ ନିବାସ ମଧ୍ୟ ଘେରାଉ କରିବା ପାଇଁ ଚେତାବନୀ ଦେଇଥିଲେ ।

ଅପର ପକ୍ଷରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ନେତୃ ବୃନ୍ଦଙ୍କର କଟକ ସ୍ଥିତ ଶିଶୁଭବନକୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଦଳ ସହ ଗ୍ରସ୍ତ କରି ୪୮ ଘଣ୍ଟା ମଧ୍ୟରେ ୬ ଜଣ ଶିଶୁ ବିଶେଷଜ୍ଞକୁ ଡକାଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଶିଶୁଭବନ ଥରଟିଏ ପାଇଁ ଯାଇନଥିବାରୁ ସମସ୍ତ ନେତୃ ବୃନ୍ଦ କ୍ଷୋଭ ପ୍ରକାଶ କରିଥଲେ ।

Share in top social networks!