ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ସମସ୍ତ ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଶିଶୁ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ

11205518_884681798283217_3995823017850221376_nରାଜ୍ୟରେ ଘଟୁଥିବା ଶିଶୁମୃତ୍ୟୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଘଟୁଥିବା ଶିଶୁମୃତ୍ୟୁର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟର ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ସମସ୍ତ ଜିଲ୍ଲା ମୁକୟଚିକିତ୍ସାଳୟରେ ଶିଶୁ ଚିକିତ୍ସା ବାବସ୍ଥାକୁ ଅଧିକ ସୁଦୃଢ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି । ଯେଉଁ ଶିଶୁମାନେ ଆମ୍ବୁଲାନସ୍ରେ ରେଫର ହୋଇ ଆସୁଛନ୍ତି ସେହି ସବୁ ଆମ୍ବୁଲାନସ୍ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ଶିଶୁମାନଙ୍କ ଚିକିତ୍ସା ପାଇଁ ଲେବୁଲ-୩ ଯତ୍ନର ବ୍ୟବସ୍ଥା ଉପଲବ୍ଧ କରାଯିବ । ଏତଦ୍ବ୍ୟତିତ ରାଜ୍ୟର ସବୁ ଜିଲ୍ଲାରେ ନବଜାତ କେୟାର କର୍ନର , ଷ୍ଟାବିଲାଇଜେସନ ୟୁନିଟ୍ ଏବଂ ଏସ୍.ଏନ୍.ସି.ୟୁ ପ୍ରତିଷ୍ଠା କରାଯିବା ସହ ଅଧିକ ସୁଦୃଢ ମଧ୍ୟ କରାଯିବ । ଆଉ ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ହେଉଛି ଇଣ୍ଡିଆନ ପେଡିଆଟ୍ରିକ୍ ଆସୋସିଏସନ ଏବଂ ନବଜାତକ ଫେଡେରେସନର ସହେଯାଗରେ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ଗ୍ରାମାଂଚଳ ମାନଙ୍କରେ କାର୍ଯ୍ୟ କରୁଥିବା ଶିଶୁ ବିଶେଷଜ୍ଞମାନେ ଅସୁସ୍ଥ ଶିଶୁମାନଙ୍କ ଚିକିତ୍ସା କରିବା ପାଇଁ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯିବ ।
ତେବେ ବର୍ତମାନ କଟକ ଶିଶୁ ଭବନରେ ଅଧିକ ଡାକ୍ତର ଏବଂ ପାରାମେଡିକମାନଙ୍କୁ ମୁତୟନ କରାଯାଇଛି ଏବଂ ସେଠାରେ ଚିକିତ୍ସା ବ୍ୟବସ୍ଥାକୁ ତଦାରକ କରାଯାଉଛି । ଏହି ଅନୁଷ୍ଠାନରେ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁତିଭୂମି ବିକାଶ ଏବଂ ମାନବ ସମ୍ବଳ ବ୍ୟବସ୍ଥା କରିବା ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରମୁଖ ସଚିବ ଶ୍ରୀମତୀ ଆହୁଜା କହିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ମଧ୍ୟ ମା ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁଣାତ୍ମକ ବିକାଶ ଦିଗରେ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ଏବଂ ସେହି ସବୁ ଯୋଜନାର ସୁଫଳ ଯେପରି ସାଧାରଣ ଲୋକମାନେ ପାଇପାରିବେ ସେ ଦିଗରେ ଉଦାମ କରାଯାଉଛି ।
ଜାତୀୟ ସ୍ୱାସ୍ଥ୍ୟମିଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ଏନ୍.କେ.ଦାଶ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର , ଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକ ପ୍ରଫେସର ପ୍ରକାଶ ମହାପାତ୍ର , ଏସ୍.ସି.ବି ଅଧ୍ୟକ୍ଷ ପ୍ରଫେସର ସିଦ୍ଧାର୍ଥ ଦାସ , କ୍ୟାପିଟାଲ ହସପିଟାଲ ନିଦେ୍ର୍ଧଶକ ଡାଃ ବିଶ୍ୱଭୂଷଣ ପଟ୍ଟନାୟକ , ଘରୋଇ ଡାକ୍ତରଖାନାମାନଙ୍କର ଶିଶୁ ବିଷେଜ୍ଞ , ଇଣ୍ଡିଆନ ପେଡିଆଟ୍ରିକ୍ ଆସୋସିଏସନ ଏବଂ ନବଜାତ ଶିଶୁ ଫେଡେରେସନର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!